ଏପ୍ରିଲ ୨୨ରେ ଖୋଲିବ କେଦାରନାଥ ମନ୍ଦିର ଦ୍ଵାର

ଏପ୍ରିଲ ୨୨ରେ ଖୋଲିବ କେଦାରନାଥ ମନ୍ଦିର ଦ୍ଵାର

ଡେରାଡୁନ: ଏପ୍ରିଲ ୨୨ତାରିଖରୁ ଭକ୍ତଙ୍କ ପାଇଁ ଉତ୍ତରାଖଣ୍ଡର ପ୍ରସିଦ୍ଧ କେଦାରନାଥ ମନ୍ଦିରର ଦ୍ଵାର ଖୋଲାଯିବ। ମନ୍ଦିର ପ୍ରଶାସନ ତରଫରୁ  ଏହି ଘୋଷଣା କରାଯାଇଥିବାବେଳେ ଭକ୍ତଙ୍କ ମଧ୍ୟରେ ଉତ୍ସାହ ଦେଖିବାକୁ ମିଳିଛି। ଏପ୍ରିଲ ୨୨ତାରିଖ ଦିନ ବୃଷ ଲଗ୍ନ ପଡ଼ୁଥିବାରୁ ଏହି ଦିନଟିକୁ ଶୁଭ ବୋଲି ମନାଯାଉଛି, ତେଣୁ ଏହି ଦିନ ସକାଳ ପ୍ରାୟ ୮ଟାରେ ମନ୍ଦିର ଦ୍ଵାର ଫିଟିବ ବୋଲି କମିଟି ପକ୍ଷରୁ ସୂଚନା ଦିଆଯାଇଛି। କେଦାରନାଥ ମନ୍ଦିର ଖୋଲିବାର ଗୋଟିଏ ଦିନ ପରେ, ଅର୍ଥାତ୍ ଏପ୍ରିଲ ୨୩ତାରିଖ ସକାଳ ପ୍ରାୟ ୬:୧୫ ରେ ଭକ୍ତମାନଙ୍କ ପାଇଁ ବଦ୍ରିନାଥ ମନ୍ଦିରର ଦ୍ୱାର ଖୋଲାଯିବ।

ସମ୍ବନ୍ଧିତ ଖବର ସୁଖୋଇ ବିମାନ ଦୁଘର୍ଟଣାଗ୍ରସ୍ତ, ୨ ବାୟୁସେନା ପାଇଲଟ ମୃତ

ସେପଟେ ସରକାର ଓ ସ୍ଥାନୀୟ ପ୍ରଶାସନ ଚାରିଧାମର ଯାତ୍ରା ପାଇଁ ଜୋରଦାର ପ୍ରସ୍ତୁତି ଆରମ୍ଭ କରିଛନ୍ତି। ରାସ୍ତା ମରାମତି କାମ ଆରମ୍ଭ ହୋଇଛି। ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରାଯାଉଛି। ପଞ୍ଜିକରଣ ବ୍ୟବସ୍ଥାକୁ ସହଜ କରାଯାଉଛି, ହୋଟେଲ୍ ଓ ଧର୍ମଶାଳାରେ ଆଗୁଆ ବୁକିଂ ଆରମ୍ଭ ହୋଇଯାଇଛି। ଶ୍ରଦ୍ଧାଳୁମାନେ କିପରି ବିନା ସମସ୍ୟାରେ ବାବାଙ୍କ ଦର୍ଶନ କରି ଫେରିବେ ସେଦିଗରେ ଗୁରୁତ୍ବ ଦିଆଯାଉଛି।

ସମ୍ବନ୍ଧିତ ଖବର ୧୦ ଭାରତୀୟ ନାବିକ ଥିବା ତୈଳ ଟ୍ୟାଙ୍କର ଉପରେ ଆକ୍ରମଣ

ଏପ୍ରିଲ ୨୨ରେ ଖୋଲିବ କେଦାରନାଥ ମନ୍ଦିର ଦ୍ଵାର

ଡେରାଡୁନ: ଏପ୍ରିଲ ୨୨ତାରିଖରୁ ଭକ୍ତଙ୍କ ପାଇଁ ଉତ୍ତରାଖଣ୍ଡର ପ୍ରସିଦ୍ଧ କେଦାରନାଥ ମନ୍ଦିରର ଦ୍ଵାର ଖୋଲାଯିବ। ମନ୍ଦିର ପ୍ରଶାସନ ତରଫରୁ  ଏହି ଘୋଷଣା କରାଯାଇଥିବାବେଳେ ଭକ୍ତଙ୍କ ମଧ୍ୟରେ ଉତ୍ସାହ ଦେଖିବାକୁ ମିଳିଛି। ଏପ୍ରିଲ ୨୨ତାରିଖ ଦିନ ବୃଷ ଲଗ୍ନ ପଡ଼ୁଥିବାରୁ ଏହି ଦିନଟିକୁ ଶୁଭ ବୋଲି ମନାଯାଉଛି, ତେଣୁ ଏହି ଦିନ ସକାଳ ପ୍ରାୟ ୮ଟାରେ ମନ୍ଦିର ଦ୍ଵାର ଫିଟିବ ବୋଲି କମିଟି ପକ୍ଷରୁ ସୂଚନା ଦିଆଯାଇଛି। କେଦାରନାଥ ମନ୍ଦିର ଖୋଲିବାର ଗୋଟିଏ ଦିନ ପରେ, ଅର୍ଥାତ୍ ଏପ୍ରିଲ ୨୩ତାରିଖ ସକାଳ ପ୍ରାୟ ୬:୧୫ ରେ ଭକ୍ତମାନଙ୍କ ପାଇଁ ବଦ୍ରିନାଥ ମନ୍ଦିରର ଦ୍ୱାର ଖୋଲାଯିବ।

ସମ୍ବନ୍ଧିତ ଖବର କରୋନା ଟିକା ଜନିତ ପାର୍ଶ୍ବ ପ୍ରତିକ୍ରିୟା ଉପରେ ସୁପ୍ରିମକୋର୍ଟଙ୍କ ଐତିହାସିକ ରାୟ   

Tags: