ଏପ୍ରିଲ ୧୪ରେ ଇସ୍ତଫା ଦେବେ ନୀତୀଶ କୁମାର

ଏପ୍ରିଲ ୧୪ରେ ଇସ୍ତଫା ଦେବେ ନୀତୀଶ କୁମାର
Samaya Live Desk Picture
Published On
ପାଟନା: ବିହାର ମୁଖ୍ୟମନ୍ତ୍ରୀ ତଥା ରାଜ୍ୟସଭା ସଦସ୍ୟ ନୀତିଶ କୁମାର ଆସନ୍ତା ୧୪ ତାରିଖରେ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେବେ। ନୀତୀଶ କୁମାର ଏପ୍ରିଲ ୧୦ ତାରିଖରେ ରାଜ୍ୟସଭା ସଦସ୍ୟ ଭାବେ ଶପଥ ନେବା ପରେ ମୁଖ୍ୟମନ୍ତ୍ରୀ ପଦରୁ ‌କେବେ ଇସ୍ତଫା ଦେବେ ସେ ନେଇ ସସ୍‌ପେନ୍ସ ଜାରି ରହିଥିଲା। ତେବେ ବିହାରରେ ସର୍ବାଧିକ କାଳ ମୁଖ୍ୟମନ୍ତ୍ରୀ ଥିବା ନୀତିଶ ୧୪ ତାରିଖରେ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେବେ ବୋଲି ଜଣାପଡ଼ିଛି। ଫଳରେ ଦୁଇ ଦଶନ୍ଧିର ରାଜନୈତିକ ଯୁଗର ପରିସମାପ୍ତି ଘଟିବ। ୨୦୦୫ରେ ନୀତିଶ ପ୍ରଥମ ଥର ମୁଖ୍ୟମନ୍ତ୍ରୀ ହୋଇଥିଲେ। ଏବେ ବିହାରରେ ବିଜେପିର ପ୍ରଥମ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟକାଳ ଆରମ୍ଭ ପାଇଁ ରାସ୍ତା ଖୋଲା ରହିବ।
Tags: