ଉଡ଼ାଣ ସମୟରେ ରନୱେରେ ବିମାନ ଦୁର୍ଘଟଣାଗ୍ରସ୍ତ: ପାଇଲଟ୍, କୋ-ପାଇଲଟ୍ ଉଭୟେ ଜୀବନ୍ତ ଦଗ୍ଧ
ସାଣ୍ଟୋ ଡୋମନିଗୋ: ଉଡ଼ାଣ କରିବା ସମୟରେ ଏକ ଘରୋଇ ବିମାନ ରନୱେରେ ଦୁର୍ଘଟଣାଗ୍ରସ୍ତ ହୋଇଛି। କିଛି ସମୟ ମଧ୍ୟରେ ବିମାନଟି ଏକ ଅଗ୍ନିପିଣ୍ଡୁଳାରେ ପରିଣତ ହୋଇ ଜଳି ପାଉଁଶ ହୋଇଯାଇଛି। ପୂର୍ବ ଡୋମିନିକାନ୍ ଗଣରାଜ୍ୟର ଲା ରୋମାନା ଅନ୍ତର୍ଜାତୀୟ ବିମାନବନ୍ଦରର ରନୱେରେ ଏହି ଘଟଣା ଘଟିଛି। ଦୁର୍ଘଟଣାରେ ପାଇଲଟ୍ ଏରିକ୍ ଜାଭିୟର ଡିଏଗୋ ଏବଂ କୋ-ପାଇଲଟ୍ ରୁଡି ଗାଜେଲ୍ଉ ଭୟଙ୍କ ମୃତ୍ୟୁ ହୋଇଥିବା ଜାତୀୟ ବିମାନ ଚଳାଚଳ କର୍ତ୍ତୃପକ୍ଷ କହିଛନ୍ତି। ବିମାନଟି ଆମେରିକାରେ ପଞ୍ଜିକୃତ ଏକ ଘରୋଇ ଜେଟ୍ ଥିଲା। ବିମାନ ଏକ ଗଲ୍ଫଷ୍ଟ୍ରିମ୍ ଜି-୨୦୦ ଜେଟ୍ ଥିଲା। ବିମାନଟି ପୁଏର୍ଟୋ ରିକୋରୁ ଡୋମିନିକାନ୍ ଗଣରାଜ୍ୟରେ ପହଞ୍ଚି ଇନ୍ଧନ ଭର୍ତ୍ତି କରିଥିଲା ଏବଂ ଅଷ୍ଟିନ୍ ଯିବାର କାର୍ଯ୍ୟକ୍ରମ ଥିଲା। ଉଡ଼ାଣ ଭରିବା ସମୟରେ ଚକଗୁଡ଼ିକ ରନୱେରେ ଲାଗିଯିବାରୁ ବିମାନଟି ନିୟନ୍ତ୍ରଣ ହରାଇ ବସିଥିଲା। ଉଡ଼ାଣ ଭରିବା ବିମାନଟି ଦ୍ରୁତ ଗତିରେ ଉଡ଼ି ଅନେକ ଥର ଭୂମିରେ ପିଟି ହୋଇଥିଲା। ତେବେ ବିମାନରେ କୌଣସି ଯାତ୍ରୀ ନଥିଲେ।
Tags:



