ଇସ୍ରାଏଲ ଆକ୍ରମଣରେ ଇରାନର ଆଇଆର୍‌ଜିସି ନୌସେନା ମୁଖ୍ୟ ଆଲିରେଜା ତାଙ୍ଗସିରି ମୃତ

ଇସ୍ରାଏଲ ଆକ୍ରମଣରେ ଇରାନର ଆଇଆର୍‌ଜିସି ନୌସେନା ମୁଖ୍ୟ ଆଲିରେଜା ତାଙ୍ଗସିରି ମୃତ
Samaya Live Desk Picture
Published On

ତେହେରାନ: ହର୍ମୁଜ୍ ପ୍ରଣାଳୀରେ ଇସ୍ରାଏଲ ପକ୍ଷରୁ ବଡ଼ ଆକ୍ରମଣ କରାଯାଇଛି। ଯେଉଁଥିରେ ଆଇଆର୍‌ଜିସି ନୌସେନାର ମୁଖ୍ୟ ଆଲିରେଜା ତାଙ୍ଗସିରିଙ୍କ ମୃତ୍ୟୁ ହୋଇଥିବା କୁହାଯାଉଛି। ଜଣେ ଇସ୍ରାଏଲୀ ଅଧିକାରୀ କହିଛନ୍ତି ଯେ ଦକ୍ଷିଣ ଇରାନରେ ଏକ ଆକ୍ରମଣରେ ଇରାନର ଏଲିଟ୍ ନୌସେନା ବାହିନୀର କମାଣ୍ଡର ଆଲିରେଜା ତାଙ୍ଗସିରିଙ୍କ ମୃତ୍ୟୁ ଘଟିଛି। ଆଲିରେଜା ଆଇଆର୍‌ଜିସି ନୌସେନାର ମୁଖ୍ୟ ଥିଲେ। ଏହା ଉଲ୍ଲେଖନୀୟ ଯେ, ଇରାନର ଦୁଇଟି ନୌସେନା ଅଛି: ଗୋଟିଏ ଇରାନ ସରକାରଙ୍କ ମାଲିକାନାରେ ଥିବାବେଳେ ଅନ୍ୟଟି ଆଇଆର୍‌ଜିସି ପାଖରେ ରହିଛି । ଆଲିରେଜା ଇରାନର ସାମୁଦ୍ରିକ ବାହିନୀର ମୁଖ୍ୟ ଥିଲେ ଏବଂ ହର୍ମୁଜ୍ ପ୍ରଣାଳୀ ଅବରୋଧରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥିଲେ। ହର୍ମୁଜ୍ ନିକଟରେ ଅବସ୍ଥିତ ବନ୍ଦର ଆବାସ ବନ୍ଦର ନିକଟରେ ଏକ ଆକ୍ରମଣରେ ତାଙ୍କର ମୃତ୍ୟୁ ହୋଇଛି।

Tags: