ଇସ୍ତଫା ଦେଲେ ଆହ୍ଲାବାଦ ହାଇକୋର୍ଟର ବିଚାରପତି ଜଷ୍ଟିସ ଯଶବନ୍ତ ବର୍ମା

ଇସ୍ତଫା ଦେଲେ ଆହ୍ଲାବାଦ ହାଇକୋର୍ଟର ବିଚାରପତି ଜଷ୍ଟିସ ଯଶବନ୍ତ ବର୍ମା
Samaya Live Desk Picture
Published On
ନୂଆଦିଲ୍ଲୀ: ଆହ୍ଲାବାଦ ହାଇକୋର୍ଟର ବିଚାରପତି ଜଷ୍ଟିସ ଯଶବନ୍ତ ବର୍ମା ଇସ୍ତଫା ଦେଇଛନ୍ତି। ଜଷ୍ଟିସ ବର୍ମା ରାଷ୍ଟ୍ରପତିଙ୍କ ନିକଟକୁ ତାଙ୍କ ଇସ୍ତଫା ପତ୍ର ପଠାଇଛନ୍ତି। ଗତବର୍ଷ ଜଷ୍ଟିସ ବର୍ମାଙ୍କର ଦିଲ୍ଲୀସ୍ଥିତ ସରକାରୀ ବାସଭବନରୁ ବିପୁଳ ଟଙ୍କା ମିଳିବା ପରେ ସେ ବିବାଦକୁ ଆସିଥିଲେ। ୨୦୨୫ ମାର୍ଚ୍ଚ ମାସରେ ତାଙ୍କ ଦିଲ୍ଲୀ ବାସଭବନରେ ଅଗ୍ନିକାଣ୍ଡ ଘଟିଥିଲା। ନିଆଁ ଲିଭା ଯିବା ସମୟରେ ତାଙ୍କ ଘରୁ ପ୍ରାୟ ୧.୫ ଫୁଟ ଉଚ୍ଚରେ ଟଙ୍କା ଗଦା ମିଳିଥିଲା। ତତ୍କାଳୀନ ମୁଖ୍ୟ ବିଚାରପତି ଘଟଣାର ତଦନ୍ତ କରି ଜଷ୍ଟିସ୍ ବର୍ମାଙ୍କୁ ଦିଲ୍ଲୀ ହାଇକୋର୍ଟରୁ ଆଲ୍ଲାହାବାଦ ହାଇକୋର୍ଟକୁ ବଦଳି କରିଥିଲେ। ତେବେ ଜଷ୍ଟିସ ବର୍ମା ତାଙ୍କ ଘରୁ ବିପୁଳ ଟଙ୍କା ମିଳିବା କଥାକୁ ଖଣ୍ଡନ କରିଥିଲେ। ସେ ଏହା ମଧ୍ୟ ପ୍ରଶ୍ନ କରିଥିଲେ ଯେ ଯେତେବେଳେ ସେ ସେଠାରେ ଉପସ୍ଥିତ ନଥିଲେ ଓ ସ୍ଥାନଟି ଉପସ୍ଥିତ କର୍ତ୍ତୃପକ୍ଷଙ୍କ ନିୟନ୍ତ୍ରଣରେ ଥିଲା, ସେତେବେଳେ କୌଣସି ଅଭିଯୋଗ ପାଇଁ ତାଙ୍କୁ କିପରି ଦାୟୀ କରାଯାଇପାରିବ। ଅଗଷ୍ଟ ୨୦୨୫ରେ ଲୋକସଭା ବାଚସ୍ପତି ଓମ୍ ବିର୍ଲା ଅଭିଯୋଗଗୁଡ଼ିକର ଯାଞ୍ଚ କରିବା ପାଇଁ ବିଚାରପତି (ତଦନ୍ତ) ଆଇନ, ୧୯୬୮ ଅନୁଯାୟୀ ଏକ ତିନି ସଦସ୍ୟ ବିଶିଷ୍ଟ କମିଟି ଗଠନ କରିଥିଲେ। ତେବେ ଜଷ୍ଟିସ୍ ବର୍ମା ସୁପ୍ରିମକୋର୍ଟରେ ଏହି ପ୍ୟାନେଲର ବୈଧତାକୁ ଚ୍ୟାଲେଞ୍ଜ କରିଥିଲେ ମଧ୍ୟ କୋର୍ଟ ତାଙ୍କ ଆବଦେନକୁ ଖାରଜ କରିଥିଲେ।
Tags: