ଇସଲାମାବାଦ ଆଲୋଚନା ବିଫଳ ପରେ ହର୍ମୁଜ ପ୍ରଣାଳୀରୁ ଫେରିଗଲା ୨ଜାହାଜ
ତେହେରାନ୍: ଇସଲାମାବାଦରେ ଆମେରିକା ଓ ପାକିସ୍ତାନ ମଧ୍ୟରେ ଚାଲିଥିବା ଉଚ୍ଚସ୍ତରୀୟ ବାର୍ତ୍ତାଳାପ ବିଫଳ ହେବା ପରେ ଏହାର ପ୍ରଭାବ ସିଧାସଳଖ ଆନ୍ତର୍ଜାତୀୟ ଜଳପଥରେ ଅନୁଭୂତ ହୋଇଛି। ମାତ୍ର ୧୪ ଦିନିଆ ଅସ୍ତ୍ରବିରତି ପାଇଁ ହୋଇଥିବା ପ୍ରୟାସ ଫସରଫାଟି ଯିବା ପରେ ରବିବାର ଦିନ ହର୍ମୁଜ ପ୍ରଣାଳୀରେ ଏକ ଅସ୍ୱାଭାବିକ ସାମରିକ ଉତ୍ତେଜନା ଦେଖିବାକୁ ମିଳିଛି। ଜାହାଜ ଟ୍ରାକିଂ ତଥ୍ୟ ଅନୁଯାୟୀ, ଓମାନ ଉପସାଗରରୁ ପାରସ୍ୟ ଉପସାଗର ଅଭିମୁଖେ ଯାଉଥିବା ''ଆଗିୟସ୍ ଫାନୋରିଓସ୍-ଆଇ'' ଓ ପାକିସ୍ତାନର ପତାକାଧାରୀ ଜାହାଜ ''ଶାଲିମାର'' ଇରାନର ଲାରାକ୍ ଦ୍ୱୀପ ନିକଟରୁ ଅପ୍ରତ୍ୟାଶିତ ଭାବେ ୟୁ-ଟର୍ଣ୍ଣ ନେଇ ଫେରିଆସିବା ଘଟଣା ବିଶ୍ୱ ସାମୁଦ୍ରିକ ବାଣିଜ୍ୟକୁ ସ୍ତବ୍ଧ କରିଦେଇଛି। ଇରାନର ପୂର୍ବ ଅନୁମତି ସତ୍ତ୍ୱେ ଏହି ବିଶାଳକାୟ ସୁପରଟ୍ୟାଙ୍କରଗୁଡ଼ିକର ଗତିପଥ ପରିବର୍ତ୍ତନ ପଛରେ କୌଣସି ଗୁପ୍ତ ସୁରକ୍ଷା ବିପଦ କିମ୍ବା ତେହେରାନର ଆକ୍ରମଣ ଭୟ ଥାଇପାରେ ବୋଲି ବିଶେଷଜ୍ଞମାନେ ଆଶଙ୍କା ପ୍ରକାଶ କରିଛନ୍ତି।
Tags:



