ଇରାନରେ ୨୧୭ ପ୍ରତିବାଦକାରୀଙ୍କୁ ଗୁଳି କରି ହତ୍ୟା !

ଇରାନରେ ୨୧୭ ପ୍ରତିବାଦକାରୀଙ୍କୁ ଗୁଳି କରି ହତ୍ୟା !
Samaya Live Desk Picture
Published On

ତେହେରାନ: ଇରାନରେ ଇସଲାମିକ ଶାସନ ବିରୋଧରେ ଚାଲିଥିବା ପ୍ରତିବାଦ ଭୟଙ୍କର ହିଂସାର ରୂପ ନେଇଛି ଇରାନ ସରକାରଙ୍କ ନିର୍ଦ୍ଦେଶରେ ସୁରକ୍ଷା ବାହିନୀ ଅନେକ ସ୍ଥାନରେ ଗୁଳି ଚଳାଇଥିବା ଜଣାପଡ଼ିଛି ତେହେରାନର ଜଣେ ଡାକ୍ତର କହିଛନ୍ତି, ରାଜଧାନୀ ତେହେରାନର ଛଅଟି ହସ୍ପିଟାଲରେ ୨୧୭ ଜଣ ପ୍ରତିବାଦକାରୀଙ୍କ ମୃତ୍ୟୁ ହୋଇଥିବା ରିପୋର୍ଟ କରାଯାଇଛି ମୃତକଙ୍କ ମଧ୍ୟରୁ ଅଧିକାଂଶ ଗୁଳି ମାଡ଼ରେ ପ୍ରାଣ ହରାଇଛନ୍ତି ଇରାନର ସର୍ବୋଚ୍ଚ ନେତା ଆୟାତୋଲ୍ଲା ଅଲି ଖାମେନି ଏହି ପ୍ରତିବାଦ ପାଇଁ ଆମେରିକାକୁ ଦାୟୀ କରିଛନ୍ତି ଯଦି ଏହି ମୃତ୍ୟୁ ସଂଖ୍ୟା ଠିକ୍ ହୋଇଥାଏ, ତେବେ ଏହା ଇରାନରେ ସରକାର ବିରୋଧୀ ପ୍ରତିବାଦର ଏକ ନିର୍ମମ ଦମନକୁ ସୂଚିତ କରୁଛି ବିରୋଧ ଆରମ୍ଭ ହେବା ପରଠାରୁ ସରକାର ଦେଶରେ ଇଣ୍ଟରନେଟ୍ ଏବଂ ଫୋନ୍ ସଂଯୋଗକୁ ସମ୍ପୂର୍ଣ୍ଣ ବନ୍ଦ କରିଦେଇଛନ୍ତି ଡିସେମ୍ବର ୨୮ ତାରିଖରେ ଆର୍ଥିକ ସଙ୍କଟର ପ୍ରତିବାଦ କରି ଏହା ଆରମ୍ଭ ହୋଇଥିଲା ଏବେ ଏହା ଦେଶର ସମସ୍ତ ୩୧ଟି ପ୍ରଦେଶକୁ ବ୍ୟାପିଛି ଲୋକେ ରାସ୍ତାକୁ ଓହ୍ଲାଇ ଇସଲାମିକ ଶାସନକୁ କ୍ଷମତାରୁ ହଟାଇବାକୁ ଦାବି କରୁଛନ୍ତି। ପ୍ରତିବାଦକାରୀମାନେସ୍ୱାଧୀନତାଏବଂଏକଛତ୍ରବାଦୀ ମୁର୍ଦାବାଦସ୍ଲୋଗାନ ଦେଉଛନ୍ତି

Tags: