ଆସାମର ପଶ୍ଚିମ କାର୍ବି ଆଙ୍ଗଲାଙ୍ଗ ଅଶାନ୍ତ

ଆସାମର ପଶ୍ଚିମ କାର୍ବି ଆଙ୍ଗଲାଙ୍ଗ ଅଶାନ୍ତ

ଗୌହାଟୀ: ଆଦିବାସୀଙ୍କ ପାଇଁ ସଂରକ୍ଷିତ ଥିବା ଗୋଚର ଜମିରେ ଅବୈଧ ଭାବେ ରହୁଥିବା ଲୋକଙ୍କୁ ହଟାଇବା ଦାବିରେ ଆସାମର ପଶ୍ଚିମ କାର୍ବି ଅାଙ୍ଗଲାଙ୍ଗ ଜିଲ୍ଲା  ଅଶାନ୍ତ ରହିଛି। ଦୁଇ ଗୋ‌ଷ୍ଠୀ ମଧ୍ୟରେ ବିବାଦ ଉଗ୍ରରୂପ ଧାରଣ କରିବାରୁ ଜଣଙ୍କର ମୃତ୍ୟୁ ହେବା ସହ ୪୮ ଜଣ ପୁଲିସ ଆହତ ହୋଇଛନ୍ତି।  ଦଙ୍ଗା, ପୋଡ଼ାଜଳା ବ୍ୟାପକ ଭଙ୍ଗାରୁଜା ଜାରି ରହିଛି। ବିକ୍ଷୋଭକାରୀ ଦୋକାନ ବଜାର ଭଙ୍ଗାରୁଜା ପୋଡ଼ାଜଳା କରୁଥିବାବେଳେ ଖେରୋନିରେ ପୁଲିସ ଉପରକୁ ବୋମା, ପଥର ଧନୁତୀରରେ ଆକ୍ରମଣ କରାଯାଇଛି।  ସୋମବାର ସନ୍ଧ୍ୟାରୁ ଜିଲ୍ଲାରେ ବିଏନ୍‌ଏସ୍‌ଏସ୍‌ ଧାରା ୧୬୩ ଲାଗୁ ହୋଇଥିଲେ ମଧ୍ୟ ହିଂସା ନିୟନ୍ତ୍ରଣକୁ ଆସିପାରି ନାହିଁ। ହିଂସାକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ପଶ୍ଚିମ କାର୍ବି ଅାଙ୍ଗଲାଙ୍ଗ କାର୍ବି ଅାଙ୍ଗଲାଙ୍ଗ ଜିଲ୍ଲାରେ ଇଣ୍ଟରନେଟ୍ ମୋବାଇଲ୍‌ ସେବା ବନ୍ଦ କରିଦେଇଛନ୍ତି। ଏଥିସହିତ ଖେରୋନି ଅଞ୍ଚଳରେ ଶାନ୍ତି ପ୍ରତିଷ୍ଠା ପାଇଁ ଅଧିକ ସୁରକ୍ଷା କର୍ମୀ ମୁତୟନ ହେବେ ବୋଲି ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ବଶର୍ମା କହିଛନ୍ତି। ଆଜି ସକାଳେ ସେନାର ଫ୍ଲାଗ୍‌ମାର୍ଚ୍ଚ କରାଯାଇଛି।

ସମ୍ବନ୍ଧିତ ଖବର ବଢିଲା କିଙ୍ଗଖାନଙ୍କ ଅଡୁଆ, KKR ରୁ ବିଦାହେବେ ବଙ୍ଗଳାଦେଶୀ କ୍ରିକେଟର

Tags: