ଆସାମରେ ପ୍ରବଳ ବର୍ଷା

ଆସାମରେ ପ୍ରବଳ ବର୍ଷା ଜାରି ରହିଛି। ଆସାମର ଗୋଲପାରା ଅଞ୍ଚଳରେ ଲଗାତର ବାଦଲଫଟା ବର୍ଷା ଯୋଗୁ ଭୂସ୍ଖଳନ ହୋଇଛି। ଫଳରେ ମାଟିତଳେ ପୋତି ହୋଇ ଦୁଇ ନାବାଳିକା ପ୍ରାଣ ହରାଇଛନ୍ତି। ଉଦ୍ଧାରକାରୀ ଦଳ ମାଟି ତଳୁ ଦୁଇ ଜଣଙ୍କ ମୃତଦେହ ଉଦ୍ଧାର କରିଛନ୍ତି। ଆଜି ସକାଳୁ ଗୋଲପାରା ନିକଟରେ ଏହି ଅଘଟଣ ଘଟିଛି। ଆସାମରେ ଲଗାତାର ଗତ କିଛି ଦିନ ହେବ ବର୍ଷା ଜାରି ରହିଛି। ଫଳରେ ଅଧିକାଂଶ ଅଞ୍ଚଳରେ ବନ୍ୟା ପରିସ୍ଥିତି ଉପୁଜିଛି। ବର୍ଷା ଯୋଗୁ […]

Samaya Live Picture
Published On

ଆସାମରେ ପ୍ରବଳ ବର୍ଷା ଜାରି ରହିଛି। ଆସାମର ଗୋଲପାରା ଅଞ୍ଚଳରେ ଲଗାତର ବାଦଲଫଟା ବର୍ଷା ଯୋଗୁ ଭୂସ୍ଖଳନ ହୋଇଛି। ଫଳରେ ମାଟିତଳେ ପୋତି ହୋଇ ଦୁଇ ନାବାଳିକା ପ୍ରାଣ ହରାଇଛନ୍ତି। ଉଦ୍ଧାରକାରୀ ଦଳ ମାଟି ତଳୁ ଦୁଇ ଜଣଙ୍କ ମୃତଦେହ ଉଦ୍ଧାର କରିଛନ୍ତି।

ଆଜି ସକାଳୁ ଗୋଲପାରା ନିକଟରେ ଏହି ଅଘଟଣ ଘଟିଛି। ଆସାମରେ ଲଗାତାର ଗତ କିଛି ଦିନ ହେବ ବର୍ଷା ଜାରି ରହିଛି। ଫଳରେ ଅଧିକାଂଶ ଅଞ୍ଚଳରେ ବନ୍ୟା ପରିସ୍ଥିତି ଉପୁଜିଛି। ବର୍ଷା ଯୋଗୁ ଗତ ତିନି ଦିନରେ ୬ ଜଣଙ୍କ ମୃତ୍ୟୁ ହୋଇସାରିଲାଣି। ସେପଟେ ବନ୍ୟା ଯୋଗୁ ଅନେକ ଲୋକେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହୋଇଛନ୍ତି। ଅନେକ ଅଞ୍ଚଳ ବାହ୍ୟ ଜଗତରୁ ବିଚ୍ଛିନ୍ନ ହୋଇପଡିଛି।

ସେପଟେ ମେଘାଳୟରେ ମଧ୍ୟ ପ୍ରବଳ ବର୍ଷା ଜାରି ରହିଛି। ଏଥିଯୋଗୁ ଲୁମଶନୋଙ୍ଗ ଅଞ୍ଚଳର ଜାତୀୟ ରାଜପଥ-୬ର କିଛି ଅଂଶ ଧସି ଯାଇଛି। ଏହି ଜାତୀୟ ରାଜପଥଟି ଧସିଯିବା ପରେ ମଧ୍ୟ ଭାରତର ପୂର୍ବୋତ୍ତରକୁ ଯିବାଆସିବା ବନ୍ଦ ରହିଛି। ଏହି ରାଜପଥ ଦକ୍ଷିଣ ଆସାମ, ମିଜୋରାମ, ତ୍ରିପୁରା ଏବଂ ମଣିପୁରର କିଛି ଅଂଶକୁ ଦେଶର ଅନ୍ୟ ଅଂଶ ସହିତ ସଂଯୋଗ କରେ। କୁହାଯାଉଛି ଯେ ଯଦି ଶୀଘ୍ର ଏହି ରାଜପଥରେ ପରିବହନ ଆରମ୍ଭ ନହୁଏ, ତେବେ ଏହି ଅଞ୍ଚଳରେ ଅନେକ ସ୍ଥାନକୁ ଅତ୍ୟାବଶ୍ୟକ ସାମଗ୍ରୀ ଯୋଗାଣ ବ୍ୟାହତ ହୋଇପାରେ।