ଆମେରିକା ବିମାନବନ୍ଦରରେ ଯାତ୍ରୀ ଜରୁରୀକାଳୀନ ଦ୍ବାର ଖୋଲି ଗିରଫ

ଆମେରିକା ବିମାନବନ୍ଦରରେ ଯାତ୍ରୀ ଜରୁରୀକାଳୀନ ଦ୍ବାର ଖୋଲି ଗିରଫ
Samaya Live Desk Picture
Published On

ୱାସିଂଟନ: ଆମେରିକାର ହାର୍ଟସଫିଲ୍ଡ-ଜାକସନ୍ ଆଟଲାଣ୍ଟା ଆନ୍ତର୍ଜାତିକ ବିମାନବନ୍ଦରରେ ଆମଷ୍ଟରଡାମ ଅଭିମୁଖେ ଯିବାକୁ ଥିବା କେଏଲ୍‌ଏମ୍‌ ଏୟାରଲାଇନ୍ସର ଏକ ବିମାନ ଉଡ଼ାଣ ପାଇଁ ପ୍ରସ୍ତୁତ ହେଉଥିବାବେଳେ ଜଣେ ଯାତ୍ରୀ ଜରୁରୀକାଳୀନ ଦ୍ବାର ଖୋଲିଦେଇଥିଲେ। ମଙ୍ଗଳବାର ଏହି ଘଟଣା ଘଟିଥିଲା। ଜରୁରୀକାଳୀନ ଦ୍ବାର ଖୋଲିଥିବା ଯାତ୍ରୀ ଜୋହାନସ୍‌ ଭାନ୍‌ ହିର୍‌ତମ (୪୮) ଗିରଫ ହୋଇଛନ୍ତି। ଏହି ଘଟଣା ପରେ ରନୱେରେ ଟ୍ୟାକ୍ସିଂ କରୁଥିବା ବିମାନକୁ ଫାଟକକୁ ଫେରିବାକୁ ପଡ଼ିଥିଲା। ତେବେ ହିର୍‌ତମ ଗିରଫ ହେବା ପରେ ଅନ୍ୟ ଜଣେ ଯାତ୍ରୀଙ୍କ ନିକଟରେ ଅସ୍ତ୍ରଶସ୍ତ୍ର ଥିବା ଦେଖି ଭୟଭୀତ ହୋଇଯାଇଥିବା କହିଥିଲା। କିନ୍ତୁ ସୁରକ୍ଷା ଯାଞ୍ଚ ପରେ ବିମାନର କୌଣସି ଯାତ୍ରୀଙ୍କଠାରୁ କୌଣସି ପ୍ରକାରର ଅସ୍ତ୍ରଶସ୍ତ୍ର ମିଳି ନଥିଲା। ହିରତମଙ୍କ ମାନସିକ ସ୍ଥିତି ଭଲ ନଥିବା କର୍ତ୍ତୃପକ୍ଷ ଅନୁଭବ କରିବା ସହିତ ତାଙ୍କୁ ଗିରଫ କରିଛନ୍ତି। ତାଙ୍କ ନାଁରେ ବିଭିନ୍ନ ଦଫାରେ ଅଭିଯୋଗ କରାଯାଇଛି। 

Tags: