ଆନ୍ଧ୍ର ପ୍ରଦେଶ ର ବିଜୟୱାଡା ରେ କୋଭିଡ -19 କେୟାର ସେଣ୍ଟର ଭାବରେ ବ୍ୟବହାର ହେଉଥିବା ଗୋଟିଏ ହୋଟେଲ ରେ ଅଗ୍ନିକାଣ୍ଡ; ୭ ମୃତ

ବିଜୟୱାଡା : ଅଗଷ୍ଟ ୯ : ଆନ୍ଧ୍ର ପ୍ରଦେଶ ର ବିଜୟୱାଡା ରେ ,କୋଭିଡ -19 କେୟାର ସେଣ୍ଟର ଭାବରେ ବ୍ୟବହାର ହେଉଥିବା ଗୋଟିଏ ହୋଟେଲ ରେ ଅଗ୍ନିକାଣ୍ଡ ଘଟି ସାତ ଜଣଙ୍କର ମୃତ୍ୟୁ ଘଟିଥିବା ସୂଚନା ମିଳିଛି । ଅଗ୍ନିଶମ ବିଭାଗ ର କର୍ମଚାରୀ ପହଂଚି ନିଆଁକୁ ଆୟତ୍ତ କରିବାରେ ସଫଳ ହେଇଛନ୍ତି । ବିଲ୍ଡିଂର ତଳ ମହଲା ଏବଂ ପ୍ରଥମ ମହଲାରେ ନିଆଁ ଲାଗିଯାଇଥିଲା। କୋଭିଡ -19 କେୟାର ସେଣ୍ଟରର ଅନ୍ତେବାସୀମାନେ ଘନ ଧୂଆଁ […]

Samaya Live Picture
Published On

ବିଜୟୱାଡା : ଅଗଷ୍ଟ ୯ : ଆନ୍ଧ୍ର ପ୍ରଦେଶ ର ବିଜୟୱାଡା ରେ ,କୋଭିଡ -19 କେୟାର ସେଣ୍ଟର ଭାବରେ ବ୍ୟବହାର ହେଉଥିବା ଗୋଟିଏ ହୋଟେଲ ରେ ଅଗ୍ନିକାଣ୍ଡ ଘଟି ସାତ ଜଣଙ୍କର ମୃତ୍ୟୁ ଘଟିଥିବା ସୂଚନା ମିଳିଛି । ଅଗ୍ନିଶମ ବିଭାଗ ର କର୍ମଚାରୀ ପହଂଚି ନିଆଁକୁ ଆୟତ୍ତ କରିବାରେ ସଫଳ ହେଇଛନ୍ତି ।
ବିଲ୍ଡିଂର ତଳ ମହଲା ଏବଂ ପ୍ରଥମ ମହଲାରେ ନିଆଁ ଲାଗିଯାଇଥିଲା। କୋଭିଡ -19 କେୟାର ସେଣ୍ଟରର ଅନ୍ତେବାସୀମାନେ ଘନ ଧୂଆଁ ବାହାରିବା ପରେ ଚିତ୍କାର କରିବା ଆରମ୍ଭ କରିଥିଲେ। କିଛି ବ୍ୟକ୍ତି ଭୟଭୀତ ହେଇ ବିଲ୍ଡିଂର ପ୍ରଥମ ମହଲାରୁ ଡେଇଁପଡିଥିଲେ। କିଛି ଅନ୍ତେବାସୀ ଗୁରୁତର ଭାବରେ ଆହତ ହେଇଥିବାର ଖବର ମିଳିଛି ।

ଏହି କୋଭିଡ ସେଣ୍ଟର ରେ ୩୦ ଜଣ କୋଭିଡ -19 ରୋଗୀଙ୍କ ସମେତ ପ୍ରାୟ 40 ଜଣ ଲୋକ ଥିଲେ ବୋଲି କୁହାଯାଉଛି। ଉଦ୍ଧାର ହୋଇଥିବା ରୋଗୀଙ୍କୁ ନିକଟସ୍ଥ ଅନ୍ୟ କୋଭିଡ କେୟାର ସେଣ୍ଟରକୁ ସ୍ଥାନାନ୍ତର କରାଯାଇଛି।

ଏହି ଘଟଣାରେ ଆନ୍ଧ୍ରପ୍ରଦେଶର ମୁଖ୍ୟମନ୍ତ୍ରୀ ୱାଇ ଏସ ଜଗନ୍ ମୋହନ ରେଡ୍ଡୀ ଦୁଃଖ ପ୍ରକାଶ କରିବା ସହିତ ଘଟଣାର ତଦନ୍ତ ପାଇଁ ନିର୍ଦ୍ଦେଶ ଦେଇଛନ୍ତି।