ଆନ୍ତର୍ଜାତୀୟ ତୈଳ ସଂଗଠନ ଓପେକରୁ ଓହରିଲା ୟୁଏଇ
ଦୁବାଇ: ପ୍ରମୁଖ ତୈଳ ଉତ୍ପାଦନକାରୀ ରାଷ୍ଟ୍ର ସଂଯୁକ୍ତ ଆରବ ଏମିରେଟ୍ସ (ୟୁଏଇ) ଆନ୍ତର୍ଜାତୀୟ ତୈଳ ସଂଗଠନ ‘ଓପେକ୍’ ଛାଡ଼ିବାକୁ ଘୋଷଣା କରିଛି। ଆସନ୍ତା ମେ’ ୧ ତାରିଖରୁ ୟୁଏଇ ଉଭୟ ଓପେକ୍ ଏବଂ ଓପେକ୍ ପ୍ଲସ୍ରୁ ଓହରିଯିବ। ମଧ୍ୟପ୍ରାଚ୍ୟରେ ଜାରି ରହିଥିବା ଭୂ-ରାଜନୈତିକ ତିକ୍ତତା ଏବଂ ସାଉଦି ଆରବ ସହ ରଣନୈତିକ ମତଭେଦ ମଧ୍ୟରେ ୟୁଏଇର ଏହି ସ୍ୱାଧୀନ ଆର୍ଥିକ ଆଭିମୁଖ୍ୟ ବିଶ୍ୱ ବଜାରକୁ ସ୍ତବ୍ଧ କରିଦେଇଛି।
ୟୁଏଇ ଶକ୍ତି ମନ୍ତ୍ରୀ ସୁହେଲ ଅଲ୍ ମଜରୁଇଙ୍କ ଅନୁଯାୟୀ, ଓପେକ୍ କୋଟାରୁ ମୁକ୍ତ ହେବା ପରେ ଦେଶ ନିଜର ତୈଳ ଉତ୍ପାଦନ କ୍ଷମତାକୁ ଦୈନିକ ୩.୨ ମିଲିୟନ ବାରେଲରୁ ପ୍ରାୟ ୫ ମିଲିୟନ ବାରେଲକୁ ବୃଦ୍ଧି କରିପାରିବ। ହର୍ମୁଜ ପ୍ରଣାଳି ସଙ୍କଟ ଯୋଗୁଁ ରପ୍ତାନି ବାଧାପ୍ରାପ୍ତ ହୋଇଥିଲେ ହେଁ, ନିଜର ଶକ୍ତି ନୀତିକୁ ଅଧିକ ନମନୀୟ କରିବା ପାଇଁ ୟୁଏଇ ଏହି ସାହସିକ ପଦକ୍ଷେପ ଗ୍ରହଣ କରିଛି। ଏହା ଫଳରେ ଓପେକର ବଜାର ନିୟନ୍ତ୍ରଣ କ୍ଷମତା ହ୍ରାସ ପାଇବା ସହ ସାଉଦି ଆରବ ସହ ଥିବା ସମ୍ପର୍କରେ ଫାଟ ଅଧିକ ପ୍ରଶସ୍ତ ହେବା ଆଶଙ୍କା କରାଯାଉଛି।
Tags:



