ଆଇନରେ ପରିଣତ ହେଲା ଭିବି-ଜି ରାମ୍ ଜି ବିଲ୍‌

ମନରେଗାର ସ୍ଥାନ ନେଲା ନୂଆ ଆଇନ

ଆଇନରେ ପରିଣତ ହେଲା ଭିବି-ଜି ରାମ୍ ଜି ବିଲ୍‌
Samaya Live Desk Picture
Published On

ନୂଆଦିଲ୍ଲୀ: ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ରବିବାର ବିକଶିତ ଭାରତ-ରୋଜଗାର ଏବଂ ଆଜୀବିକା ମିସନ (ଗ୍ରାମୀଣ) (ଭିବି—ଜି ରାମ୍ ଜି) ବିଲ୍, ୨୦୨୫କୁ ମଂଜୁରି ପ୍ରଦାନ କରିଛନ୍ତି।  ରାଷ୍ଟ୍ରପତିଙ୍କ ଅନୁମୋଦନ ସହିତ ଏହି ବହୁ ଚର୍ଚ୍ଚିତ ବିଲ୍‌ ଆଇନରେ ପରିଣତ ହୋଇଛି । ଏହି ନୂଆ ଆଇନ ଭାରତର ଗ୍ରାମୀଣ ରୋଜଗାର ଢାଞ୍ଚାରେ ଏକ ବଡ଼ ପରିବର୍ତ୍ତନର ପଥ ପ୍ରଶସ୍ତ କରିବ ବୋଲି ସରକାର କହିଛନ୍ତି। ନୂଆ ଆଇନ ଆନୁଷ୍ଠାନିକ ଭାବେ ୨୦୦୫ର ମହାତ୍ମା ଗାନ୍ଧୀ ଜାତୀୟ ଗ୍ରାମୀଣ ରୋଜଗାର ଗ୍ୟାରେଣ୍ଟି ଆଇନ (ଏମ୍‌ଜିଏନ୍‌ଆର୍‌ଇଜିଏ)ର ସ୍ଥାନ ନେଇଛି ଏବଂ ଏହା ସରକାରଙ୍କ ବିକଶିତ ଭାରତ-୨୦୪୭ ଦୃଷ୍ଟିକୋଣ ସହ ସମ୍ପୂର୍ଣ୍ଣ ସମନ୍ୱିତ ବୋଲି ସରକାର ସ୍ପଷ୍ଟ କରିଛନ୍ତି।

ନୂଆ ଆଇନ ଦ୍ବାରା ଗ୍ରାମୀଣ ପରିବାରଗୁଡ଼ିକ ପାଇଁ ବାର୍ଷିକ ମଜୁରି ରୋଜଗାରର ଆଇନଗତ ଗ୍ୟାରେଣ୍ଟିକୁ ୧୦୦ ଦିନରୁ ବଢ଼ାଇ ଅତି କମ୍‌ରେ ୧୨୫ ଦିନ କରାଯାଇଛି। ଏହା ଦୀର୍ଘସ୍ଥାୟୀ ସମ୍ପତ୍ତି ସୃଷ୍ଟି, ସମାବେଶୀ ବିକାଶ, ଯୋଜନା ସମନ୍ୱୟ ଏବଂ ପ୍ରଯୁକ୍ତିବିଦ୍ୟା ଭିତ୍ତିକ ସ୍ୱଚ୍ଛତା ଉପରେ ଗୁରୁତ୍ୱ ଦେଇଛି।  

Tags: