ଅବତରଣ କରିବାର ଦ୍ୱିତୀୟ ପ୍ରୟାସରେ ଏୟାର ଇଣ୍ଡିଆ ବିମାନ ଦୁର୍ଘଟଣା ଗ୍ରସ୍ଥ ହେଲା

ନୂଆ ଦିଲ୍ଲୀ: ଅଗଷ୍ଟ ୯: ଦୁବାଇରୁ କୋଜିକୋଡ଼ ଅଭିମୁଖେ ଆସୁଥିବା ଦୁର୍ଘଟଣା ଗ୍ରସ୍ଥ ଏୟାର ଇଣ୍ଡିଆ ଏକ୍ସପ୍ରେସ ବିମାନ ଟି ନିର୍ଧାରିତ ସମୟ ର ୧୬ ମିନିଟ ପୂର୍ବରୁ ପ୍ରବଳ ବର୍ଷା ଓ କମ୍ ଦୃଶ୍ୟମାନତା ମଧ୍ୟରେ ଅବତରଣ କରିବାକୁ ଚେଷ୍ଟା କରିଥିଲା। ଫ୍ଲାଇଟ୍ ଡାଟା ଟ୍ରାକର୍ ଅନୁଯାୟୀ , ଏୟାର ଇଣ୍ଡିଆ ଏକ୍ସପ୍ରେସ ବିମାନ ଖସିଯିବାର ୧୬ ମିନିଟ ପୂର୍ବରୁ ୧୯୭୫ ଫୁଟ ଦୂରତା ରେ ଥିଲା ଏବଂ ଅଵତରଣ କରିବାକୁ ଚେଷ୍ଟା କରିଥିଲା । […]

Samaya Live Picture
Published On

ନୂଆ ଦିଲ୍ଲୀ: ଅଗଷ୍ଟ ୯: ଦୁବାଇରୁ କୋଜିକୋଡ଼ ଅଭିମୁଖେ ଆସୁଥିବା ଦୁର୍ଘଟଣା ଗ୍ରସ୍ଥ ଏୟାର ଇଣ୍ଡିଆ ଏକ୍ସପ୍ରେସ ବିମାନ ଟି ନିର୍ଧାରିତ ସମୟ ର ୧୬ ମିନିଟ ପୂର୍ବରୁ ପ୍ରବଳ ବର୍ଷା ଓ କମ୍ ଦୃଶ୍ୟମାନତା ମଧ୍ୟରେ ଅବତରଣ କରିବାକୁ ଚେଷ୍ଟା କରିଥିଲା।

ଫ୍ଲାଇଟ୍ ଡାଟା ଟ୍ରାକର୍ ଅନୁଯାୟୀ , ଏୟାର ଇଣ୍ଡିଆ ଏକ୍ସପ୍ରେସ ବିମାନ ଖସିଯିବାର ୧୬ ମିନିଟ ପୂର୍ବରୁ ୧୯୭୫ ଫୁଟ ଦୂରତା ରେ ଥିଲା ଏବଂ ଅଵତରଣ କରିବାକୁ ଚେଷ୍ଟା କରିଥିଲା । ପାଇଲଟ ଏବଂ ବିମାନ ସମ୍ମୁଖୀନ ହେଉଥିବା ପ୍ରତିକୂଳ ପରିସ୍ଥିତିକୁ ଦେଖି ନିଷ୍ପତ୍ତି ନେବା ପାଇଁ ଶେଷ କିଛି ମିନିଟ୍ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ଥିଲା ।

ବିମାନ ଟି ପୁଣି ଥରେ ଉପରକୁ ଉଠିଲା ଏବଂ ୭୨୦୦ ଫୁଟ ଉଚ୍ଚତାରେ ପହଞ୍ଚିବା ପରେ ଫେରି ଆସିଲା | ଅବତରଣ କରିବାର ଦ୍ୱିତୀୟ ପ୍ରୟାସରେ ବିମାନ ପ୍ରବଳ ବର୍ଷାରେ ରନୱେରୁ ଖସି ଯାଇଥିଲା।

ଦୁବାଇରୁ କୋଜିକୋଡ଼ ପର୍ଯ୍ୟନ୍ତ ବିମାନ ଟିକୁ ୩ ଘଣ୍ଟା ୩୭ ମିନିଟରେ ୨୬୭୩ କିଲୋମିଟର ଦୂରତା ଅତିକ୍ରମ କରିବାକୁ ଥିଲା, କିନ୍ତୁ ବିମାନକୁ ୩ ଘଣ୍ଟା ୫୬ ମିନିଟ୍ ସମୟ ଲାଗିଲା |

ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ ହରଦୀପ ପୁରୀ କହିଛନ୍ତି ଯେ’ ପାଗ ପରିସ୍ଥିତି ଖରାପ ଥିବାରୁ ସେ (ପାଇଲଟ) ପ୍ରଥମ ଥର ଅବତରଣ କରିପାରିନଥିଲେ ତେଣୁ ସେ ଏକ ପରିବର୍ତ୍ତନ ଆଣି ଏକ ଭିନ୍ନ ଦିଗରୁ ଅବତରଣ ପାଇଁ ଚେଷ୍ଟା କରିଥିଲେ।

ସେ ଆହୁରି ମଧ୍ୟ କହିଛନ୍ତି ଯେ ରନୱେ ଖସଡ଼ା ହେଇଥିବାରୁ ଏହି ଦୁର୍ଘଟଣା ଘଟିଥିବା ଜଣାପଡିଛି।

ସ୍ଲିପରି ରନୱେ, ପବନ , ଖରାପ ପାଣିପାଗ ପରିସ୍ଥିତି ଏବଂ ଥ୍ରେସହୋଲ୍ଡ ସ୍ପଟ୍ ଆଗରେ ଅବତରଣ କରିବାର ପ୍ରଚେଷ୍ଟା ଯୋଗୁଁ ହୁଏତ କୋଜିକୋଡ଼ ରେ ଏୟାର ଇଣ୍ଡିଆ ବିମାନ ଟି ସ୍କିଡ କରିଥାଇ ପାରେ ବୋଲି କୁହାଯାଉଛି । ଯାହା ଦ୍ୱାରା ୧୯ ଜଣଙ୍କ ଜୀବନ ଚାଲିଗଲା ।