୪ ଦଫା ଦାବି ନେଇ ଅଧ୍ୟାପକଙ୍କ ବିଶାଳ ଗଣଧାରଣା

୪ ଦଫା ଦାବି ନେଇ ଅଧ୍ୟାପକଙ୍କ ବିଶାଳ ଗଣଧାରଣା
Samaya Live News Picture
Published On

ଭୁବନେଶ୍ୱର : ଶୀତକାଳୀନ ଅଧିବେଶନ ଆରମ୍ଭ ପୂର୍ବରୁ ଲୋୟର ପିଏମଜି ଠାରେ ଅଧ୍ୟାପକଙ୍କ  ବିଶାଳ ଗଣ ଧାରଣା । ରାଜ୍ୟର ବିଭିନ୍ନ ବର୍ଗର ଅଧ୍ୟାପକ ଏବଂ ଶିକ୍ଷକ ସଂଘ ପକ୍ଷରୁ ୪ ଦଫା ଦାବି ନେଇ ଶିକ୍ଷକ ସଂଘ ପକ୍ଷରୁ ଧାରଣା ଦିଆଯାଇଛି  ।

ରାଜ୍ୟର ବିଭିନ୍ନ ଅନୁଦାନପ୍ରାପ୍ତ , ୬୬୨ ଓ ୪୮୮ ବର୍ଗର କଲେଜ ଅଧ୍ୟାପକ ଏବଂ ଆଶାୟୀ ଅଧ୍ୟାପକ ପ୍ରାର୍ଥୀମାନେ ସେମାନଙ୍କର ଦୀର୍ଘଦିନର ସମସ୍ୟା ସମାଧାନ ପାଇଁ ସରକାରଙ୍କ ନିକଟରେ ଦାବି ଉପସ୍ଥାପନ କରିଛନ୍ତି ।
 
ଦୀର୍ଘ ବର୍ଷ ଧରି କାର୍ଯ୍ୟରତ ଅସ୍ଥାୟୀ ଓ ବ୍ଲକଗ୍ରାଣ୍ଟ ଅଧ୍ୟାପକମାନଙ୍କୁ ତୁରନ୍ତ ସରକାରୀ ମାନ୍ୟତା ପ୍ରଦାନ ସହ ସମାନ କାମକୁ ସମାନ ଦରମା ଲାଗୁ କରିବା ଏବଂ ଅବସରପ୍ରାପ୍ତ ଓ କାର୍ଯ୍ୟରତ ଅଧ୍ୟାପକମାନଙ୍କ ପାଇଁ ପୁରୁଣା ପେନସନ୍ ବ୍ୟବସ୍ଥା (OPS) ଲାଗୁ କରିବା ସହ ସମସ୍ତ ଅବସରକାଳୀନ ଆର୍ଥିକ ସୁବିଧା ପ୍ରଦାନ କରିବା । ରାଜ୍ୟର ବିଭିନ୍ନ ମହାବିଦ୍ୟାଳୟରେ ଖାଲି ପଡ଼ିଥିବା ଅଧ୍ୟାପକ ପଦବୀଗୁଡ଼ିକୁ ତୁରନ୍ତ ପୂରଣ କରିବା ଏବଂ ଏସଏସବି (SSB) ମାଧ୍ୟମରେ ନିଯୁକ୍ତି ପ୍ରକ୍ରିୟାକୁ ତ୍ୱରାନ୍ୱିତ କରିବା । ସପ୍ତମ ବେତନ କମିଶନଙ୍କ ସୁପାରିଶ ଅନୁଯାୟୀ ବକେୟା ଅର୍ଥ ପ୍ରଦାନ ଏବଂ ଗ୍ରେଡ୍ ପେ'ରେ ଥିବା ଅସଙ୍ଗତିକୁ ଦୂର କରିବା ଆଦି ରହିଛି ।

Tags: