ଅଫିସ୍ କାର୍ଯ୍ୟରୁ ଜନ୍ମିତ ଅବସାଦ ଓ ଲକ୍ଷଣ
ଆଜିକାଲି ଅଫିସ୍ରେ ଅନେକଙ୍କ କ୍ଷେତ୍ରରେ ନିୟମିତ ଅବସାଦ ଦେଖାଦେଉଛି । ସେମାନେ ପ୍ରାୟ ସବୁଦିନ କାର୍ଯ୍ୟାଳୟରେ ଦୁଃଖୀ, ଚିନ୍ତାଗ୍ରସ୍ତ ରହିଥାଆନ୍ତି । ଏଭଳି ଲୋକମାନେ ‘ୱାର୍କ ଡିପ୍ରେସନ୍’ ବା ଅଫିକ୍ କାର୍ଯ୍ୟରୁ ଜନ୍ମିତ ଅବସାଦ ସମସ୍ୟା ଦେଇ ଗତି କରୁଥାଆନ୍ତି । ୱାର୍କ ଡିପ୍ରେସନ ଏଭଳି ଏକ ରୋଗ ଯେଉଁଥିରେ ରୋଗୀ ଅଫିସ୍ରେ କାମ କରିବା ସମୟରେ ବିସାଦଗ୍ରସ୍ତ ହେବା ଭଳି ଅନୁଭବ କରିଥାଏ । ଅଫିସ୍ ସମୟରେ ଏମାନଙ୍କ ନିକଟରେ ଅନେକ ସମସ୍ୟା ଦେଖାଦେଇଥାଏ । […]
ଆଜିକାଲି ଅଫିସ୍ରେ ଅନେକଙ୍କ କ୍ଷେତ୍ରରେ ନିୟମିତ ଅବସାଦ ଦେଖାଦେଉଛି । ସେମାନେ ପ୍ରାୟ ସବୁଦିନ କାର୍ଯ୍ୟାଳୟରେ ଦୁଃଖୀ, ଚିନ୍ତାଗ୍ରସ୍ତ ରହିଥାଆନ୍ତି । ଏଭଳି ଲୋକମାନେ ‘ୱାର୍କ ଡିପ୍ରେସନ୍’ ବା ଅଫିକ୍ କାର୍ଯ୍ୟରୁ ଜନ୍ମିତ ଅବସାଦ ସମସ୍ୟା ଦେଇ ଗତି କରୁଥାଆନ୍ତି ।

ୱାର୍କ ଡିପ୍ରେସନ ଏଭଳି ଏକ ରୋଗ ଯେଉଁଥିରେ ରୋଗୀ ଅଫିସ୍ରେ କାମ କରିବା ସମୟରେ ବିସାଦଗ୍ରସ୍ତ ହେବା ଭଳି ଅନୁଭବ କରିଥାଏ । ଅଫିସ୍ ସମୟରେ ଏମାନଙ୍କ ନିକଟରେ ଅନେକ ସମସ୍ୟା ଦେଖାଦେଇଥାଏ । ସେମାନେ ନିଜ କାମରେ ଏକାଗ୍ରତା ଆଣିପାରନ୍ତି ନାହିଁ ।
ବିଶ୍ୱ ସ୍ୱାସ୍ଥ୍ୟ ସଙ୍ଗଠନର ବାର୍ତ୍ତା ଅନୁସାରେ-କର୍ମକ୍ଷେତ୍ରର ନକରାତ୍ମକ ବାତାବରଣ ଲୋକଙ୍କ ମାନସିକ ଓ ଶାରିରୀକ ଉଭୟଙ୍କ ଉପରେ ଖରାପ ପ୍ରଭାବ ପକାଇଥାଏ । ଯାହା ଅଫିସ୍ କାମ ଉପରେ ମଧ୍ୟ ପ୍ରଭାବ ପକାଇଥାଏ । ଯାହାଫଳରେ ଅଫିସ୍ରେ କର୍ମଚାରୀଙ୍କ ଅନୁପସ୍ଥିତି ବଢିବା ସହିତ କର୍ମଚାରୀଙ୍କ କାର୍ଯ୍ୟକ୍ଷମତାକୁ ମଧ୍ୟ କମାଇଥାଏ ।

ତେବେ ଏହି ରୋଗର ଅନେକ ଲକ୍ଷଣ ରହିଥାଏ, ଯେପରି ଅଫିସ୍ରେ ଚିନ୍ତା ଜନକ ପରିସ୍ଥିତିରେ ଆଙ୍ଗଜାଇଟ୍ରେ ବୃଦ୍ଧି, କାମରେ ମନ ନଲାଗିବା, ପ୍ରେରଣାହୀନ ଲାଗିବା, କାମ କରିବା ପାଇଁ ଆଗ୍ରହ ନରହିବା, କାମରେ ବେଶି ଭୁଲ ହେବା, ଅଫିସ୍ରେ ଏକା ଲାଗିବା ଆଦି ।

ତେବେ ଏହାର କାରଣ ଅନେକ ହୋଇପାରେ, ଅଫିସ୍ର ନକରାତ୍ମକ ବାତାବରଣ, ଅନିୟମିତ ୱାର୍କିଂ ସିଫଫ, ସିନିଅରଙ୍କର ସହଯୋଗ ନମିଳିବା, ଅଧିକ କାମ, ଚାକିରି ଚାଲିଯିବାର ଭୟ ଇତ୍ୟାଦି । ତେବେ କେତୋଟି ଦିଗ ଅଛି ସେଥିପ୍ରତି ଧ୍ୟାନ ଦେଲେ ଏହା ଭଲ ହୋଇପାରିବ ।

ପ୍ରତି ଅଧାଘଣ୍ଟାରେ ନିଜ ଡେସ୍କରୁ ୧୦ ମିନିଟ୍ ବ୍ରେକ୍ ନିଅନ୍ତୁ । ସେହିଭଳି ଲଞ୍ଚବ୍ରେକ୍ ସମୟରେ କିଛି ସମୟ ଖୋଲାରେ କାଟନ୍ତୁ । ଅଫିସ୍ରେ ଯଦି ସୁବିଧା ଅଛି ତେବେ କିଛି ହାଲୁକା ବ୍ୟାୟାମ କରନ୍ତୁ । ପ୍ରତିଦିନ ସକାଳୁ ମେଡିଟେସନ କରନ୍ତୁ ।

ଅଫିସ୍ରେ ଯାହା ବି ସମସ୍ୟା ରହିଛି ସେ ନେଇ ନିଜର କାହା ସହିତ ଆଲୋଚନା କରନ୍ତୁ । ଅଫିସ୍ ଓ ଘରେ ବ୍ରିଦିଂ ଏକ୍ସରସାଇଜ୍ କରନ୍ତୁ । ନିଜ ମନକୁ ଶାନ୍ତ ରଖିବାକୁ ଚେଷ୍ଟା କରନ୍ତୁ । ତେବେ ଯଦି ଅଧିକ ସମସ୍ୟା ହେଉଛି ତେବେ ଡାକ୍ତରଙ୍କ ପରାମର୍ଶ ନିଅନ୍ତୁ ।





