ଅଳସୁଆରେ ରହୁଛନ୍ତି ପିଲା ! ହୋଇପାରେ ପୋଷକ ତତ୍ତ୍ୱର ଅଭାବ
ପିଲାଙ୍କ ଶାରୀରିକ ଏବଂ ବୌଦ୍ଧିକ ବିକାଶ ପାଇଁ ପୋଷକ ତତ୍ତ୍ୱ ନିହାତି ଆବଶ୍ୟକ । ଏହି ତତ୍ତ୍ୱ ପିଲାଙ୍କୁ ଏନର୍ଜି ବା ଶକ୍ତି ଯୋଗଇଥାଏ । ଏଥିରୁ ପିଲାଙ୍କର ଅଧିକ କାର୍ଯ୍ୟ କରିବାର କ୍ଷମତା ବୃଦ୍ଧି ପାଏ ଏବଂ ବୌଦ୍ଧିକ ବିକାଶ ହୁଏ । ଏହି ଜରୁରୀ ପୋଷକ ମଧ୍ୟରୁ ମ୍ୟାଗ୍ନେସିଅମ ଏକ ମୁଖ୍ୟ ତତ୍ତ୍ୱ । ଯଦି ଆପଣଙ୍କ ପିଲାଙ୍କଠାରେ ଥକାପଣ, କାର୍ଯ୍ୟକ୍ଷମତାର ହ୍ରାସ ଏବଂ ମାଂସପେଶୀ ଯନ୍ତ୍ରଣା ଭଳି ସମସ୍ୟା ଦେଖାଯାଏ, ତେବେ ସେମାନଙ୍କ […]
ପିଲାଙ୍କ ଶାରୀରିକ ଏବଂ ବୌଦ୍ଧିକ ବିକାଶ ପାଇଁ ପୋଷକ ତତ୍ତ୍ୱ ନିହାତି ଆବଶ୍ୟକ । ଏହି ତତ୍ତ୍ୱ ପିଲାଙ୍କୁ ଏନର୍ଜି ବା ଶକ୍ତି ଯୋଗଇଥାଏ । ଏଥିରୁ ପିଲାଙ୍କର ଅଧିକ କାର୍ଯ୍ୟ କରିବାର କ୍ଷମତା ବୃଦ୍ଧି ପାଏ ଏବଂ ବୌଦ୍ଧିକ ବିକାଶ ହୁଏ । ଏହି ଜରୁରୀ ପୋଷକ ମଧ୍ୟରୁ ମ୍ୟାଗ୍ନେସିଅମ ଏକ ମୁଖ୍ୟ ତତ୍ତ୍ୱ । ଯଦି ଆପଣଙ୍କ ପିଲାଙ୍କଠାରେ ଥକାପଣ, କାର୍ଯ୍ୟକ୍ଷମତାର ହ୍ରାସ ଏବଂ ମାଂସପେଶୀ ଯନ୍ତ୍ରଣା ଭଳି ସମସ୍ୟା ଦେଖାଯାଏ, ତେବେ ସେମାନଙ୍କ ଶରୀରରେ ମ୍ୟାଗ୍ନେସିଅମର ଅଭାବ ରହିଥାଏ । ମାନବ ଶରୀରରେ ଥିବା ମାଇକ୍ରୋ-ନୁ୍ୟଟ୍ରିଏଣ୍ଟ ହେଉଛି ମ୍ୟାଗ୍ନେସିଅମ । ଏହା କାର୍ଯ୍ୟକ୍ଷମତା ବୃଦ୍ଧି କରିବା ସହିତ ହାଡ଼କୁ ମଜଭୁତ କରାଏ । ଏହି ଖଣିଜ ପଦାର୍ଥ ବା ତତ୍ତ୍ୱ ଅଭାବରେ ପିଲାଙ୍କର ସଠିକ୍ ବିକାଶ ହୋଇପାରେନା ।

ଗବେଷକଙ୍କ ଅନୁସାରେ, ଜଣେ ତିନି ବର୍ଷର ପିଲାଙ୍କୁ ୮୦ ମିଲିଗ୍ରାମ, ଚାରିରୁ ଆଠ ବର୍ଷର ପିଲାଙ୍କୁ ୧୩୦ ମିଲିଗ୍ରମା, ନଆରୁ ତେର ବର୍ଷର ପିଲାଙ୍କୁ ୨୪୦ ମିଲିଗ୍ରାମ, ଚଉଦରୁ ଅଠର ବର୍ଷର ପିଲାଙ୍କୁ ୪୧୦ ଏବଂ ଝିଅ ପିଲାଙ୍କୁ ୩୬୦ ମିଲିଗ୍ରମାର ମ୍ୟାଗ୍ନେସିଅମ ଆବଶ୍ୟକ ।
ମ୍ୟାଗ୍ନେସିଅମର ଆବଶ୍ୟକତା- ଏହି ଖଣିଜ ପଦାର୍ଥ ଶରୀରର କାର୍ଯ୍ୟକ୍ଷମତାକୁ ବୃଦ୍ଧି କରେ । ମ୍ୟାଗ୍ନେସିଅମ ସ୍ନାୟୁକୁ ମଜଭୁତ କରାଇ ବ୍ଲଡ୍ ସୁଗାର ନିୟନ୍ତ୍ରଣ କରେ । ଶରୀରର ଆବଶ୍ୟକ ହିସାବରେ ଶକ୍ତି ଉତ୍ପନ କରେ ଏବଂ ହାଡ଼କୁ ଶକ୍ତିଶାଳୀ କରେ । ପେଡିିଆଟିକ୍ ଏକାମଡେମିକ୍ ସଂଘର ଏକ ସୂଚନା ଅନୁସାରେ, ହାଡ଼କୁ ମଜଭୁତ କରାଇବା ପାଇଁ କ୍ୟାଲସିଅମ ଭଳି ମ୍ୟାଗ୍ନେସିଅମ ନିହାତି ଆବଶ୍ୟକ ।
ମ୍ୟାଗ୍ନେସିଅମର ସ୍ରୋତ- ବାଦାମରେ ମା୍ୟାଗ୍ନେସିଅମ ଭରପୂର ମାତ୍ରାରେ ରହିଥାଏ । କ୍ଷୀରରେ ଆଲମଣ୍ଡ ଓ ବଟର ମିଶାଇ ପିଲାମାନଙ୍କୁ ଦେଇପାରିବେ । ଏହାହସିତ ଜଳଖିଆରେ ପିଲାଙ୍କୁ ପ୍ରତ୍ୟେକ ଦିନ ଗୋଟିଏ ଲେଖାଏଁ କଦଳୀ ଦିଅନ୍ତୁ ।

ଏଥିରୁ ପିଲାଙ୍କୁ ୧୫ ପ୍ରତିଶତ ମ୍ୟାଗ୍ନେସିଅମ ମିଳିଥାଏ । ସେହିପରି ଗୋଟିଏ ଆଳୁରେ ୨୧ ପ୍ରତିଶତ ମ୍ୟାଗ୍ନେସିଅମ ତତ୍ତ୍ୱ ରହିଥାଏ । ୨୮ ଗ୍ରାମ ଚିନାବାଦାମରେ ୧୨ ପ୍ରତିଶତ, ଅଧା କପ ସିଝା ପାଳଙ୍ଗ ଶାଗରେ ୨୦ ପ୍ରତିଶତ ଏବଂ ସୋୟା କ୍ଷୀରରେ ୧୫ ପ୍ରତିଶତ ମ୍ୟାଗ୍ନେସିଅମ ରହିଛି ।

ଗହମ ବିସ୍କୁଟରେ ୧୫ ପ୍ରତିଶତ ମ୍ୟାଗନେସିଅମ ରହିଛି । ଏହାଛଡ଼ା ରାଜମା, ସୋୟାବିନ୍ ଏବଂ ଡ଼ାଲିରେ ପ୍ରଚୁର ପରିମାଣରେ ମ୍ୟାଗନେସିଅମ ରହିଛି ।
ଏଭୋକାଡୋରେ ପ୍ରଚୁର ପରିମାଣରେ ଭିଟାମିନ୍ ଏବଂ ଖଣିଜ ପଦାର୍ଥ ଭରପୂର ମାତ୍ରାରେ ମିଳିଥାଏ ।

ବ୍ରାଉନ୍ ରାଇସ୍ରେ ମଧ୍ୟ ମ୍ୟାଗ୍ନେସିଅମ ତତ୍ତ୍ୱ ଥାଏ । ରୋଷ୍ଟ ବା ଭଜା କାଜୁରେ ‘ଗୁଡ୍ ପ୍ରୋଟିନ’ ରହିଛି । ହେଲେ କାଜୁକୁ କେବେ ବି ତେଲରେ ଝାଣି ପିଲାମାନଙ୍କୁ ଦିଅନ୍ତୁ ନାହିଁ । ତେଲରେ ଝାଣିଲେ କାଜୁରେ କୋଲେଷ୍ଟରୋଲର ପରିମାଣ ବଢ଼ିଯାଏ । ଏଣୁ ପିଲାଙ୍କ ସ୍ୱାସ୍ଥ୍ୟକୁ ନଜରରେ ରଖି ସେମାନଙ୍କୁ ଆହାର ଦିଅନ୍ତୁ ।




