ଭାରତୀୟଙ୍କର ଭିଟାମିନି ଡି ଅଭାବ
ଭାରତରେ ୪୯ କୋଟି ଲୋକ ଏପରି ଅଛନ୍ତି, ଯେଉଁମାନଙ୍କଠାରେ ଭିଟାମିନ୍-ଡିର ଅଭାବ ରହିଛି । ନିକଟରେ ସାଇନ୍ସ ଜର୍ନଲ ନେଚର୍ର ପ୍ରକାଶିତ ଏକ ରିପୋର୍ଟରେ ଏସମ୍ପର୍କରେ ସୂଚନା ଦିଆଯାଇଛି । ଏହାପୂର୍ବରୁ ୨୦୨୦ର ଏକ ଅନୁସନ୍ଧାନରେ ମଧ୍ୟ ଜଣାପଡ଼ିଥିଲା ଯେ ଦେଶର ୭୬% ଲୋକ ଭିଟାମିନ୍-ଡି ଅଭାବରେ ପୀଡ଼ିତ ଅଛନ୍ତି । ବିଶେଷଜ୍ଞଙ୍କ କହିବା ଅନୁଯାୟୀ ଅଧିକ ସମୟ ଘରେ ରହିବା, ପ୍ରଦୂଷଣ, ଜଙ୍କ ଫୁଡ୍ ଖାଇବା ଏବଂ ପୁଷ୍ଟିକର ଖାଦ୍ୟ ନ ପାଇବା ହେତୁ ଭିଟାମିନ୍-ଡିର […]
ଭାରତରେ ୪୯ କୋଟି ଲୋକ ଏପରି ଅଛନ୍ତି, ଯେଉଁମାନଙ୍କଠାରେ ଭିଟାମିନ୍-ଡିର ଅଭାବ ରହିଛି । ନିକଟରେ ସାଇନ୍ସ ଜର୍ନଲ ନେଚର୍ର ପ୍ରକାଶିତ ଏକ ରିପୋର୍ଟରେ ଏସମ୍ପର୍କରେ ସୂଚନା ଦିଆଯାଇଛି । ଏହାପୂର୍ବରୁ ୨୦୨୦ର ଏକ ଅନୁସନ୍ଧାନରେ ମଧ୍ୟ ଜଣାପଡ଼ିଥିଲା ଯେ ଦେଶର ୭୬% ଲୋକ ଭିଟାମିନ୍-ଡି ଅଭାବରେ ପୀଡ଼ିତ ଅଛନ୍ତି । ବିଶେଷଜ୍ଞଙ୍କ କହିବା ଅନୁଯାୟୀ ଅଧିକ ସମୟ ଘରେ ରହିବା, ପ୍ରଦୂଷଣ, ଜଙ୍କ ଫୁଡ୍ ଖାଇବା ଏବଂ ପୁଷ୍ଟିକର ଖାଦ୍ୟ ନ ପାଇବା ହେତୁ ଭିଟାମିନ୍-ଡିର ଅଭାବ ପରିଲିଖିତ ହୋଇଛି ।
ରିସର୍ଚ୍ଚ ଅନୁସାରେ ଭାରତ, ପାକିସ୍ତାନ, ଆଫଗାନିସ୍ତାନ ଏବଂ ତୁନିସିଆ ପରି ଦେଶର ୨୦ ପ୍ରତିଶତ ଜନସଂଖ୍ୟାଙ୍କଠାରେ ଭିଟାମିନ୍-ଡିରେ ଅଭାବ ଦେଖାଦେଇଛି । ଏଥିମଧ୍ୟରୁ ୪୯ କୋଟି ଲୋକ ଭାରତୀୟ ସାମିଲ ରହିଛନ୍ତି । ଏହା ସହିତ ଆମେରିକା, କାନାଡା ଏବଂ ୟୁରୋପରେ ଏହି ସଂଖ୍ୟା ୫.୯%, ୭.୪% ଏବଂ ୧୩% ରହିଛି । ଅନୁସନ୍ଧାନରୁ ଏହା ଜଣାପଡିଛି ଯେ କରୋନା ଯୋଗୁଁ ଲଗାଯାଇଥିବା ଲକଡାଉନ କାରଣରୁ ଭିଟାମିନ୍-ଡି ର ଅଭାବ ଆହୁରି ବୃଦ୍ଧି ପାଇଛି । ସେପଟେ ଭିଟାମିନ୍-ଡି ଏବଂ ମାନସିକ ସ୍ୱାସ୍ଥ୍ୟ ମଧ୍ୟରେ ସମ୍ପର୍କ କ’ଣ ଜାଣିବା ପାଇଁ ସମଗ୍ର ବିଶ୍ୱରେ ଅନୁସନ୍ଧାନ କରାଯାଉଛି । ଗବେଷକ ଲରେନ୍ ହର୍ମସ୍ଙ୍କ କହିବାନୁସାରେ, ଭିଟାମିନ୍-ଡିର ଅଭାବ ନୁ୍ୟରୋଲୋଜିକାଲ୍ ବ୍ୟାଧି ସୃଷ୍ଟି କରିବାର ଆଶଙ୍କା ଥାଏ । କୋରିଆରେ କରାଯାଇଥିବା ଏକ ରିସର୍ଚ୍ଚରେ ସାମିଲ କରାଯାଇଥିବା ବ୍ୟକ୍ତିଙ୍କଠାରେ ଡିପ୍ରେସନ ସହ ଭିଟାମିନ-ଡିର ଅଭାବ ପରିଲିଖିତ ହୋଇଥିଲା ।
ସେହିପରି କାନାଡାର ମ୍ୟାକମାଷ୍ଟର ୟୁନିଭର୍ସଟିର ରିସର୍ଚ୍ଚରେ ମଧ୍ୟ ସମାନ ତଥ୍ୟ ଦେଖିବାକୁ ମିଳିଥିଲା । ବୈଜ୍ଞାନିକମାନେ କହିଛନ୍ତି, ସୂର୍ଯ୍ୟକିରଣ ଭିଟାମିନ୍ର ଅଭାବ ମଧ୍ୟ ଶୋଇବା ସହିତ ଜଡ଼ିତ । ଏହା ମେଲାଟୋନିନ୍ ଏବଂ ସେରୋଟୋନିନ୍ ନାମକ ଦୁଇଟି ହରମୋନ୍ ନିୟନ୍ତ୍ରଣ କରିଥାଏ, ଯାହା ଶୋଇବା ଏବଂ ମନୋବଳକୁ ପ୍ରଭାବିତ କରିଥାଏ । ଚିନ୍ତାଠାରୁ ଦୂରେଇ ରହିବା ଏବଂ ଶୋଇବା ଗୁଣରେ ଉନ୍ନତି ଆଣିବା ପାଇଁ ଏହି ଭିଟାମିନ୍ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ । ଭିଟାମିନ୍-ଡିର ସବୁଠାରୁ ବଡ଼ ଉତ୍ସ ହେଉଛି ସୂର୍ଯ୍ୟକିରଣ ।

ଏହା ବ୍ୟତୀତ ମାଛ, ଚର୍ବି, କମଳା ରସ, କ୍ଷୀର ଖାଇବା ଦ୍ୱାରା ଏହି ଅଭାବ ଦୂର ହୋଇପାରିବ । ବୈଜ୍ଞାନିକଙ୍କ ଅନୁଯାୟୀ, କଳା ଚର୍ମ ଥିବା ଲୋକଙ୍କଠାରେ ମେଲାନିନ୍ ଅଭାବ ଥାଏ, ଯାହା ଭିଟାମିନ୍- ଡି ଉତ୍ପାଦନକୁ ହ ୍ରାସ କରିଥାଏ । ସେଥିପାଇଁ ସେମାନେ ଦୀର୍ଘ ସମୟ ପର୍ଯ୍ୟନ୍ତ ସୂର୍ଯ୍ୟକିରଣରେ ରହିବା ଉଚିତ ।




