ଓମିକ୍ରନ୍ରୁ ରକ୍ଷା ପାଇବା ପାଇଁ କେଉଁ ମାସ୍କ ଚୟନ କରିବେ
ଦକ୍ଷିଣ ଆଫ୍ରିକାରୁ ଆରମ୍ଭ ହୋଇଥିବା କରୋନାର ନୂଆ ଭାରିଏଣ୍ଟ ଓମିକ୍ରନ୍ ଏବେ ସାରା ଦେଶରେ ବ୍ୟାପିଗଲାଣି । କରୋନାଠାରୁ ଓମିକ୍ରନ୍ ଅଧିକ ବ୍ୟାପୁଛି ବୋଲି ବୈଜ୍ଞାନିକମାନେ ପ୍ରକାଶ କରିଛନ୍ତି । ଏହି ସଂକ୍ରମଣରୁ ରକ୍ଷା ପାଇବା ପାଇଁ ପ୍ରାଥମିକ ସ୍ତରରେ ମାସ୍କ ପରିଧାନ କରିବାକୁ ହିଁ ବେଶୀ ଗୁରୁତ୍ୱ ଦିଆଯାଉଛି । ଏଣୁ ମାସ୍କରକୁ କିଣିବା ପୂର୍ବରୁ କିଛି ବିଶେଷ କଥା ଉପରେ ନିଶ୍ଚିନ୍ତ ଧ୍ୟାନ ଦେବା ଜରୁରୀ । ସାଧାରଣ ଭାବରେ ୩ ପ୍ରକାରର ମାସ୍କର […]
ଦକ୍ଷିଣ ଆଫ୍ରିକାରୁ ଆରମ୍ଭ ହୋଇଥିବା କରୋନାର ନୂଆ ଭାରିଏଣ୍ଟ ଓମିକ୍ରନ୍ ଏବେ ସାରା ଦେଶରେ ବ୍ୟାପିଗଲାଣି । କରୋନାଠାରୁ ଓମିକ୍ରନ୍ ଅଧିକ ବ୍ୟାପୁଛି ବୋଲି ବୈଜ୍ଞାନିକମାନେ ପ୍ରକାଶ କରିଛନ୍ତି । ଏହି ସଂକ୍ରମଣରୁ ରକ୍ଷା ପାଇବା ପାଇଁ ପ୍ରାଥମିକ ସ୍ତରରେ ମାସ୍କ ପରିଧାନ କରିବାକୁ ହିଁ ବେଶୀ ଗୁରୁତ୍ୱ ଦିଆଯାଉଛି । ଏଣୁ ମାସ୍କରକୁ କିଣିବା ପୂର୍ବରୁ କିଛି ବିଶେଷ କଥା ଉପରେ ନିଶ୍ଚିନ୍ତ ଧ୍ୟାନ ଦେବା ଜରୁରୀ । ସାଧାରଣ ଭାବରେ ୩ ପ୍ରକାରର ମାସ୍କର ବ୍ୟବହାର ହେଉଛି । ସେହି ଗୁଡ଼ିକ ହେଲା-ଏନ୍-୯୫ ମାସ୍କ, ସର୍ଜିକାଲ୍ ମାସ୍କ ଏବଂ କପଡ଼ାରେ ପ୍ରସ୍ତୁତ ମାସ୍କ । ସବୁ ପ୍ରକାର ମାସ୍କରେ କପଡ଼ା ରହିଥାଏ । ହେଲେ କେଉଁ ଗୁଣବତ୍ତାର କପଡ଼ା ମାସ୍କରେ ବ୍ୟବହର ହେଉଛି, ତାହା ହେଉଛି ଗୁରୁତ୍ୱପୂର୍ଣ୍ଣ ।
କପଡ଼ାରେ ପ୍ରସ୍ତୁତ ମାସ୍କ-

ଗତବର୍ଷ କରୋନା ଦ୍ରୁତରେ ବ୍ୟାପିବା ସହିତ ଏନ୍-୯୫ ମାସ୍କର ଅଧିକ ପ୍ରଚଳନ ଆରମ୍ଭ ହୋଇଥିଲା । ଏନ୍-୯୫ ମାସ୍କର ଅଭାବ ହେବାରୁ ବୈଜ୍ଞାନିମାନେ ଏହାର ବିକଳ୍ପରେ କପଡ଼ାରୁ ପ୍ରସ୍ତୁତ ମାସ୍କ ସଂକ୍ରମଣକୁ ରୋକିପାରିବ ବୋଲି ସର୍ବସାଧାରଣରେ ସୂଚନା ଦେଇଥିଲେ । ଫଳରେ ପ୍ରତ୍ୟେକ ଦେଶରେ ଘରେ ଘରେ କପଡ଼ା ମାସ୍କର ପ୍ରସ୍ତୁତି ଚାଲିଥିଲା । ବୈଜ୍ଞାନିକଙ୍କ ମତରେ କପଡ଼ା ମାସ୍କରେ କେବଳ କର୍ଟନ ବା ସୂତାର ବ୍ୟବହାର କରିବା ଉଚିତ୍ । କର୍ଟନ କରୋନା ଏବଂ ଏହାର ନୂଆ ଭାରିଏଣ୍ଟ ଓମିକ୍ରନ୍ରୁ ରକ୍ଷା କରିଥାଏ ।
ସର୍ଜିକାଲ ମାସ୍କ-

ଏହି ମାସ୍କର ବ୍ୟବହାର ଡାକ୍ତରମାନେ ଅପରେସନ୍ କରିବା ସମୟରେ କିମ୍ବା ରୋଗୀ ଦେଖିବା ସମୟରେ ବ୍ୟବହାର କରିଥାନ୍ତି । କରୋନା ବିଶେଷଜ୍ଞମାନେ ଏହି ମାସ୍କକୁ କରୋନା ରୋକିବାରେ ଫଳପ୍ରଦ ବୋଲି ପ୍ରକାଶ କରିଛନ୍ତି । ହେଲେ ଏହା ଅଧିକ ସୁରକ୍ଷିତ ନୁହେଁ । ବହୁ ସମୟ ଧରି ସର୍ଜିକାଲ ମାସ୍କକୁ ବ୍ୟବହାର ନକରିବା ପାଇଁ ସତର୍କ କରାଯାଇଛି ।
ଫିଲ୍ଟରିଂ ଫେସ୍ପିସ୍ ମାସ୍କ-

ଫିଲ୍ଟରିଂ ଫେସ୍ପିସ୍୍ ମାସ୍କକୁ ସେଲୁ୍ୟଲୋଜ୍ କିମ୍ବା ପ୍ଲାଷ୍ଟିକ୍ରୁ ଭଳି ଉଚ୍ଚସ୍ତରୀୟ ଗୁଣବତ୍ତା ଥିବା ତତ୍ତ୍ୱରୁ ପ୍ରସ୍ତୁତ କରାଯାଏ । ଏହା ବିଭିନ୍ନ ପ୍ରକାରର ଭୂତାଣୁରୁ ରକ୍ଷା କରେ । ଫିଲ୍ଟରିଂ ଫେସ୍ପିସ୍ ମାସ୍କର ମଧ୍ୟ ୩ ପ୍ରକାରର ରହିଛି । ସେଗୁଡ଼ିକ ହେଲା- ଏଫ୍ଏଫ୍ପି୧, ଏଫ୍ଏଫ୍ପି୨ ଏବଂ ଏଫ୍ଏଫ୍ପି୩ ।
* ଏଫ୍ଏଫ୍ପି୧ ଧୂଳି ଭଳି ମୋଟା ତଥା ଓଜନିଆ କଣିକାରୁ ରକ୍ଷା କରିବା ସହିତ ଭୂତାଣୁରୁ ମଧ୍ୟ ରକ୍ଷା କରେ । ଏହା ସର୍ଜିକାଲ ମାସ୍କଠାରୁ ଉନ୍ନତ କିନ୍ତୁ ଏହାକୁ ଅଧିକ ସମୟ ଧରି ବ୍ୟବହାର କରିବା ଉଚିତ୍ ନୁହେଁ ।
* ଏଫ୍ଏଫ୍ପି୨ ମାସ୍କ ଏନ୍୯୫ ମାସ୍କଠାରୁ ୯୫ ପ୍ରତିଶତ ଧୂଳିକଣା ଏବଂ ଭୂତାଣୁକୁ ରକ୍ଷା କରିବାରେ ସକ୍ଷମ ଅଟେ । କିଛି ସ୍ଥାନରେ ଏଫ୍ଏଫ୍ପି୨ ମାସ୍କକୁ ‘କେଏନ୍୯୫’ ଏବଂ ‘ପି୨’ ବୋଲି କହିଥାନ୍ତି । କେତେକ ଦେଶର ଅଧ୍ୟୟନରୁ ଜଣାପଡ଼ିଛି ଯେ, ଏନ୍୯୫ ମାସ୍କ ସିର୍ଜିକାଲ ମାସ୍କ ତୁଳନାଠରୁ ୫ ଗୁଣା ଅଧିକ ଶକ୍ତିଶାଳୀ ।
* ଏଫ୍ଏଫ୍ପି୩ ମାସ୍କକୁ ‘ଏନ୍୯୯’ ମାସ୍କ ମଧ୍ୟ କୁହାଯାଏ । ବାୟୁରେ ଥିବା କଣିକାକୁ ଏହି ମାସ୍କ ୯୯ ପ୍ରତିଶତ ଶୁଦ୍ଧ କରେ ।

ଅନ୍ଲାଇନ୍ ଏବଂ କେତେକ ଦେଶରେ ଏଫ୍ଏଫ୍ପି୩ ମାସ୍କକୁ ‘ଇଏନ୍୧୪୯’ ବା ‘ପି୩’ ମାସ୍କ କୁହାଯାଏ । ଏହା ସବୁଠାରୁ ଶକ୍ତିଶାଳୀ ଏବଂ ଏଫ୍ଏଫ୍ପି୩ ମାସ୍କ ପ୍ରଦୂଷଣ ଓ ବିଭିନ୍ନ ଭୂତଣୁଠାରୁ ସୁରକ୍ଷା ଦିଏ ।




