ସୁସ୍ଥ ରହବା ପାଇଁ..
ଆଜିକାଲି ବିଭିନ୍ନ ପ୍ରକାରର ସ୍ୱାସ୍ଥ୍ୟ ସମସ୍ୟା ଦେଖାଯାଉଛି । ଯେଉଁଥିପାଇଁ ନିଜକୁ ସବୁବେଳେ ରୋଗସହ ଲଢିବାକୁ ପ୍ରସ୍ତୁତ ରଖିବାକୁ ପଡିବ । ତେବେ ଏଥିନିମନ୍ତେ ଆମେ ଖାଉଥିବା ଖାଦ୍ୟ ଉପରେ ବିଶେଷ ଧ୍ୟାନ ଦେବାକୁ ହେବ । କିଛି ଏଭଳି ଖାଦ୍ୟ ପ୍ରତିଦିନ ଖାଇବାକୁ ହେବ ଯାହା ଅମ ଶରୀରକୁ ସୁସ୍ଥ ରଖିବା ସହିତ ରୋଗ ପ୍ରତିଶେଧକ ଶକ୍ତି ବଢାଇବ । ଦହି : ଦହି ସର୍ବଦା ନିଜର ରୋଗପ୍ରତିଶେଧକ ଶକ୍ତି ବଢାଇବା ଗୁଣ ପାଇଁ ପରିଚିତ […]
ଆଜିକାଲି ବିଭିନ୍ନ ପ୍ରକାରର ସ୍ୱାସ୍ଥ୍ୟ ସମସ୍ୟା ଦେଖାଯାଉଛି । ଯେଉଁଥିପାଇଁ ନିଜକୁ ସବୁବେଳେ ରୋଗସହ ଲଢିବାକୁ ପ୍ରସ୍ତୁତ ରଖିବାକୁ ପଡିବ । ତେବେ ଏଥିନିମନ୍ତେ ଆମେ ଖାଉଥିବା ଖାଦ୍ୟ ଉପରେ ବିଶେଷ ଧ୍ୟାନ ଦେବାକୁ ହେବ । କିଛି ଏଭଳି ଖାଦ୍ୟ ପ୍ରତିଦିନ ଖାଇବାକୁ ହେବ ଯାହା ଅମ ଶରୀରକୁ ସୁସ୍ଥ ରଖିବା ସହିତ ରୋଗ ପ୍ରତିଶେଧକ ଶକ୍ତି ବଢାଇବ ।
ଦହି :

ଦହି ସର୍ବଦା ନିଜର ରୋଗପ୍ରତିଶେଧକ ଶକ୍ତି ବଢାଇବା ଗୁଣ ପାଇଁ ପରିଚିତ । ପ୍ରତିଦିନ ଦହି ଖାଇବା ଦ୍ୱାରା ନିଦ ଭଲ ହେବା ସହିତ ହଜମଶକ୍ତି ମଧ୍ୟ ବଢାଇଥାଏ । ତେଣୁ ପ୍ରତିଦିନ ଖାଇବାରେ ଦହି ସାମିଲ କରନ୍ତୁ ।
ହଳଦୀ :

ହଳଦୀ ଖାଦ୍ୟକୁ ରଙ୍ଗ ଦେବା ସହ ସ୍ୱାସ୍ଥ୍ୟକର ମଧ୍ୟ କରିଥାଏ । କ୍ଷୀରରେ ହଳଦୀ ମିଶାଇ ପିଇଲେ ଅନେକ ରୋଗର ଉପଶମ ମିଳିଥାଏ । ହଳଦୀରେ ରୋଗପ୍ରତିରୋଧକ ଗୁଣ ଭରି ରହିଛି । ଯାହା ଆମ ଶରୀରକୁ ରୋଗ ସହ ଲଢିବାକୁ ପ୍ରସ୍ତୁତ କରିଥାଏ ।
ରସୁଣ:

ହଳଦୀ ଭଳି ରସୁଣ ମଧ୍ୟ ଦେହ ପାଇଁ ବେଶ ଭଲ । ଏହାକୁ ଖାଦ୍ୟକୁ ସ୍ୱାଦ ଦେବା ସହିତ ଅନେକ ସ୍ୱାସ୍ଥ୍ୟ ସମସ୍ୟାକୁ ମଧ୍ୟ ଦୂର କରିଥାଏ । ପ୍ରତିଦିନ ଖାଦ୍ୟରେ କଞ୍ଚା ରସୁଣ ଖାଇବା ଦ୍ୱାରା ଅନେକ ଲାଭ ମିଳିଥାଏ ।




