ମାନସିକ ସ୍ୱାସ୍ଥ୍ୟ ବିଗାଡ଼ୁଛି ଟିକ୍‌ଟକ୍‌

ଆମେରିକାରର ଯୁବକ ସହ ପିଲାଙ୍କ ମାନସିକ ସ୍ୱାସ୍ଥ୍ୟ ଉପରେ ଟିକ୍‌ଟକ୍‌ର ଖରାପ ପ୍ରଭାବ ପଡୁଛି । ଆର୍ଟନି ଜେନେରାଲଙ୍କ ଦ୍ୱାରା ଗଠିତ ଟିମ୍‌ ଏଭଳି ରିପୋର୍ଟ ଦେଇଛନ୍ତି । ଆମେରିକାର ସାତଟି ସ୍ଥାନ କାର୍ଲିଫଣ୍ଣିଆ, ଫ୍ଲୋରିଡା, କେଣ୍ଟରୀ, ମୈସାଚୁ୍ୟସେଟସ୍‌, ନୋବ୍ରାସ୍କା, ନୁ୍ୟ ଜର୍ସୀରେ ଏହି ଟିମ୍‌ କାମ କରିବ । ଟିମ୍‌ ବର୍ତ୍ତମାନ ଟିକ୍‌ଟକ୍‌ ବ୍ୟବହାର କରିବା ପାଇଁ ବୟସ ସୀମା ଧାର୍ଯ୍ୟ କରିବ । ସେହିଭଳି ଅଭିଭାବକଙ୍କ ପାଇଁ ଟୁଲ ନିର୍ମାଣ କରାଯିବ, ଏହାଫଳରେ ଟିକ୍‌ଟକ୍‌ର […]

Samaya Live Picture
Published On

ଆମେରିକାରର ଯୁବକ ସହ ପିଲାଙ୍କ ମାନସିକ ସ୍ୱାସ୍ଥ୍ୟ ଉପରେ ଟିକ୍‌ଟକ୍‌ର ଖରାପ ପ୍ରଭାବ ପଡୁଛି । ଆର୍ଟନି ଜେନେରାଲଙ୍କ ଦ୍ୱାରା ଗଠିତ ଟିମ୍‌ ଏଭଳି ରିପୋର୍ଟ ଦେଇଛନ୍ତି । ଆମେରିକାର ସାତଟି ସ୍ଥାନ କାର୍ଲିଫଣ୍ଣିଆ, ଫ୍ଲୋରିଡା, କେଣ୍ଟରୀ, ମୈସାଚୁ୍ୟସେଟସ୍‌, ନୋବ୍ରାସ୍କା, ନୁ୍ୟ ଜର୍ସୀରେ ଏହି ଟିମ୍‌ କାମ କରିବ । ଟିମ୍‌ ବର୍ତ୍ତମାନ ଟିକ୍‌ଟକ୍‌ ବ୍ୟବହାର କରିବା ପାଇଁ ବୟସ ସୀମା ଧାର୍ଯ୍ୟ କରିବ ।

ମାନସିକ ସ୍ୱାସ୍ଥ୍ୟ ବିଗାଡ଼ୁଛି ଟିକ୍‌ଟକ୍‌
ସେହିଭଳି ଅଭିଭାବକଙ୍କ ପାଇଁ ଟୁଲ ନିର୍ମାଣ କରାଯିବ, ଏହାଫଳରେ ଟିକ୍‌ଟକ୍‌ର ନିୟନ୍ତ୍ରଣ ଅଭିଭାବକଙ୍କ ପାଖରେ ରହିବ । ତେବେ ଏଥିରୁ ଆଗକୁ ଆମେରିକା ଟିକ୍‌ଟକ୍‌ ଉପରେ ବ୍ୟାନ ଲଗାଇବ ବୋଲି ଆକଳନ କରାଯାଉଛି । ଏହି ଟିମ୍‌ର ରିପୋର୍ଟ ଅନୁସାରେ ଏହାର ପ୍ରଭାବ ମାନସିକ ସ୍ୱାସ୍ଥ୍ୟ ଉପରେ ପଡୁଛି । ଟିମ୍‌ ପିଲାଙ୍କର ମାନସିକ ଉପରେ ଟିକ୍‌ଟକ୍‌ର କଣ ପ୍ରଭାବ ରହୁଛି ସେ ନେଇ ଯାଞ୍ଚ କରିବ ।

ମାନସିକ ସ୍ୱାସ୍ଥ୍ୟ ବିଗାଡ଼ୁଛି ଟିକ୍‌ଟକ୍‌

ସେହିଭଳି କମ୍ପାନୀ ପକ୍ଷରୁ କୌଣସି ଉପଭୋକ୍ତା ସରକ୍ଷଣ ଆଇନ୍‌ର ଉଲ୍ଲଂଘନ ହେଉଛି କି ନାହିଁ ସେ ନେଇ ମଧ୍ୟ ଯାଞ୍ଚ କରାଯିବ । ଏହି କମିଟି ପାଇଁ ୩୭ କୋଟିର ବଜେଟ୍‌ ପ୍ରସ୍ତୁତ କରାଯାଇଛି । ୨୦୨୩ ପାଇଁ ପ୍ରସ୍ତୁତ ହୋଇଥିବା ଆର୍ଥିକ ବଜେଟ୍‌ରେ ଏହି ପ୍ରସ୍ତାବ ପାର ହୋଇଛି । ସେହିଭଳି ଛୋଟ ପିଲା ଓ ଯୁବକଙ୍କ ମାନସିକ ସ୍ୱାସ୍ଥ୍ୟ ଉପରେ ଫେସବୁକ୍‌ର ମଧ୍ୟ କ’ଣ ପ୍ରଭାବ ରହିଛି ସେ ନେଇ ଯାଞ୍ଚ କରାଯିବ ବୋଲି ଜଣାପଡିଛି ।