କଡ଼ ଲେଉଟାଇଲାଣି କରୋନା,ଆଜି ସ୍ଥିତି ସମୀକ୍ଷା କରିବେ କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ
ଭୁବନେଶ୍ୱର : କିଛି ଦିନର ବ୍ୟବଧାନ ପରେ ପୁଣି ଚିନ୍ତା ବଢାଇଲାଣି କରୋନା ସଂକ୍ରମଣ। ଅନେକ ଦିନ ଧରି ସଂକ୍ରମଣ ନିୟନ୍ତ୍ରଣ ରେ ଥିବାବେଳେ ଏବେ ପୁଣି ଦୈନିକ ଚି଼ହାତ ହେଉଛନ୍ତି ସଂକ୍ରମିତ I ଦେଶରେ ଗତ ୧ ସପ୍ତାହ ଧରି ଲାଗାତାର ୩ ହଜାର ଉପରେ ଦୈନିକ ସଂକ୍ରମଣ। ଗତକାଲିଠାରୁ ଆଜି ଦେଶରେ କୋଭିଡ୍-୧୯ ସଂକ୍ରମଣ ସଂଖ୍ୟା ୧୩ ପ୍ରତିଶତ ବୃଦ୍ଧି ପାଇଛି। କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳାୟ ତଥ୍ୟ ଅନୁସାରେ, ଶୁକ୍ରବାର ସକାଳ ୮ଟା ସୁଦ୍ଧା […]
ଭୁବନେଶ୍ୱର : କିଛି ଦିନର ବ୍ୟବଧାନ ପରେ ପୁଣି ଚିନ୍ତା ବଢାଇଲାଣି କରୋନା ସଂକ୍ରମଣ। ଅନେକ ଦିନ ଧରି ସଂକ୍ରମଣ ନିୟନ୍ତ୍ରଣ ରେ ଥିବାବେଳେ ଏବେ ପୁଣି ଦୈନିକ ଚି଼ହାତ ହେଉଛନ୍ତି ସଂକ୍ରମିତ I ଦେଶରେ ଗତ ୧ ସପ୍ତାହ ଧରି ଲାଗାତାର ୩ ହଜାର ଉପରେ ଦୈନିକ ସଂକ୍ରମଣ। ଗତକାଲିଠାରୁ ଆଜି ଦେଶରେ କୋଭିଡ୍-୧୯ ସଂକ୍ରମଣ ସଂଖ୍ୟା ୧୩ ପ୍ରତିଶତ ବୃଦ୍ଧି ପାଇଛି। କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳାୟ ତଥ୍ୟ ଅନୁସାରେ, ଶୁକ୍ରବାର ସକାଳ ୮ଟା ସୁଦ୍ଧା ସମଗ୍ର ଦେଶରେ ୨୪ ଘଣ୍ଟା ମଧ୍ୟରେ ୬,୦୫୦ କରୋନା ଭାଇରସ୍ ଜନିତ ନୂତନ ସଂକ୍ରମଣ ରେକର୍ଡ କରାଯାଇଛି। ଏଥିସହ ଆଜି ଆକ୍ଟିଭ ମାମଲା ୨୮,୦୦୦ ଉପରେ ଥିବା କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟ ସୂଚନାରୁ ଜଣାପଡ଼ିଛି I
୨୪ ଘଣ୍ଟାରେ ଚିହ୍ନଟ ହୋଇଥିବା ୬,୦୫୦ ନୂତନ ଆକ୍ରାନ୍ତଙ୍କୁ ମିଶାଇ ଦେଶରେ ସମୁଦାୟ ସଂକ୍ରମିତଙ୍କ ସଂଖ୍ୟା ୪,୪୭,୪୫,୧୦୪ରେ ପହଞ୍ଚିଛି। ଗତ ୨୪ ଘଣ୍ଟାରେ ୧୪ଟି ମୃତ୍ୟୁ ରିପୋର୍ଟ କରାଯିବା ଫଳରେ ଦେଶରେ କୋଭିଡ୍-୧୯ଜନିତ ମୃତ୍ୟୁସଂଖ୍ୟା ୫,୩୦,୯୪୩କୁ ବୃଦ୍ଧି ପାଇଛି।
ସେହିଭଳି କିଛି ରାଜ୍ୟରେ ହୁ ହୁ ହୋଇ କରୋନା ବଢୁଥିବାରୁ ସତର୍କ କରାଇଛନ୍ତି କେନ୍ଦ୍ର ସରକାର। ସ୍ଥିତିର ସମୀକ୍ଷା କରିବାକୁ କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ମନସୁଖ ମାଣ୍ଡଭିୟେ ବୈଠକ ଡାକିଛନ୍ତି। ସବୁ ରାଜ୍ୟର ସ୍ୱାସ୍ଥ୍ୟମନ୍ତ୍ରୀଙ୍କ ସହ କଥା ହେବେ କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ। କୋଭିଡ ମୁକାବିଲା ଓ ସତର୍କତା ନେଇ ବୈଠକରେ ହେବ ଆଲୋଚନା।
ଆଜି ଭର୍ଚୁଆଲ ମୋଡରେ ଏହି ବୈଠକ ହେବ । ଏଥିରେ କୋଭିଡ ସମ୍ପର୍କରେ ମନ୍ତ୍ରୀଙ୍କ ସହ ଆଲୋଚନା କରିବେ କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ । ଏଥିରେ ସ୍ୱାସ୍ଥ୍ୟ ବିଭାଗ ଓ ନୀତି ଆୟୋଗର ବରିଷ୍ଠ ଅଧିକାରୀ ବି ସାମିଲ ହେବେ । ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ୫ ହଜାର ୩୩୫ ନୂଆ ମାମଲା ଚିହ୍ନଟ ହୋଇଛି । ୧୯୫ ଦିନ ପରେ ଏହା ହେଉଛି ସର୍ବାଧିକ ମାମଲା ।
ଗତ ମାସରେ ବି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କୋଭିଡ୍ ମୁକାବିଲା ନେଇ ଉଚ୍ଚସ୍ତରୀୟ ବୈଠକ ଡାକିଥିଲେ। ହସ୍ପିଟଲ କର୍ମଚାରୀ ଓ ବରିଷ୍ଠ ନାଗରିକଙ୍କୁ ମାସ୍କ ପିନ୍ଧିବାକୁ କୁହାଯାଇଥିଲା। ଗତ ୬ ମାସ ଭିତରେ ଗତକାଲି ସର୍ବାଧିକ ୫ହଜାର ୩୩୫ ନୂଆ ମାମଲା ଚିହ୍ନଟ ହୋଇଥିଲା।




