ଶୀତଦିନରେ ପିଲାଙ୍କ ପାଇଁ କିଛି ବିଶେଷ ଖାଦ୍ୟ
ଆରମ୍ଭ ହୋଇଛି ଶୀତ ଦିନ । ଥଣ୍ଡା ବଢିବା ସହିତ ଥଣ୍ଡା କାଶ ରୋଗ ହେବାର ସମ୍ଭାବନା ମଧ୍ୟ ବଢିଥାଏ । ତେବେ ଶୀତଦିନେ ବଡ ମାନଙ୍କ ଅପେକ୍ଷା ଛୋଟପିଲାଙ୍କର ଅଧିକ ଯନି ନେବାକୁ ପଡିଥାଏ । ସେମାନଙ୍କ ଖାଇବାର ବିଶେଷ ଧ୍ୟାନ ନେବାକୁ ହୋଇଥାଏ । ଏହି ସମୟରେ ଛୋଟ ପିଲାଙ୍କୁ କେତୋଟି ବିଶେଷ ଖାଦ୍ୟ ଖାଇବାକୁ ଦିଅନ୍ତୁ, ଯାହା ସେମାନଙ୍କର ରୋଗପ୍ରତିରୋଧକ ଶକ୍ତି ବଢାଇବ । କନ୍ଦମୂଳ- କନ୍ଦମୂଳ ଭିଟାମିନ, ଫାଇବର ଓ ଅନ୍ୟ […]
ଆରମ୍ଭ ହୋଇଛି ଶୀତ ଦିନ । ଥଣ୍ଡା ବଢିବା ସହିତ ଥଣ୍ଡା କାଶ ରୋଗ ହେବାର ସମ୍ଭାବନା ମଧ୍ୟ ବଢିଥାଏ । ତେବେ ଶୀତଦିନେ ବଡ ମାନଙ୍କ ଅପେକ୍ଷା ଛୋଟପିଲାଙ୍କର ଅଧିକ ଯନି ନେବାକୁ ପଡିଥାଏ । ସେମାନଙ୍କ ଖାଇବାର ବିଶେଷ ଧ୍ୟାନ ନେବାକୁ ହୋଇଥାଏ । ଏହି ସମୟରେ ଛୋଟ ପିଲାଙ୍କୁ କେତୋଟି ବିଶେଷ ଖାଦ୍ୟ ଖାଇବାକୁ ଦିଅନ୍ତୁ, ଯାହା ସେମାନଙ୍କର ରୋଗପ୍ରତିରୋଧକ ଶକ୍ତି ବଢାଇବ ।

କନ୍ଦମୂଳ- କନ୍ଦମୂଳ ଭିଟାମିନ, ଫାଇବର ଓ ଅନ୍ୟ ପୋଷକ ତତ୍ୱରେ ଭରପୂର ହୋଇ ରହିଥାଏ । ଏହା କେବଳ ଯେ ପାଟିକୁ ସ୍ୱାଦିଷ୍ଟ ଲାଗିଥାଏ ତାହା ନୁହେଁ ଏହା ପିଲାଙ୍କର ରୋଗପ୍ରତିରୋଧକ ଶକ୍ତି ବଢାଇବା ସହିତ ସେମାନଙ୍କୁ ସୁସ୍ଥ ରଖିଥାଏ ।

ଗୁଡ – ଶୀତ ଦିନେ ଗୁଡ ଖାଇବା ଏକ ଭଲ ଅଭ୍ୟାସ । ଏଥିରେ ପ୍ରୋଟିନ, ବିଭିନ୍ନ ଭିଟାମିନ, କ୍ୟାଲିସିୟମ, ଆଇରନ ଆଦି ଭରପୂର ହୋଇ ରହିଥାଏ । ଏହା ଛୋଟ ପିଲାଙ୍କର ସ୍ୱାସ୍ଥ୍ୟ ପାଇଁ ବେଶ୍ ଉପକାରୀ ହୋଇଥାଏ ।

ଖଜୁରୀ – ଅନ୍ୟ ଖାଦ୍ୟ ଭଳି ଖଜୁରୀ ଶୀତଦିନେ ଏକ ଦରକାରୀ ଖାଦ୍ୟ ଅଟେ । ଏହାକୁ ସବୁଦିନ ଖାଇବା ଦ୍ୱାରା ଥଣ୍ଡା ପାଇଁ ହେଉଥିବା ବିଭିନ୍ନ ସ୍ୱାସ୍ଥ୍ୟଗତ ସମସ୍ୟାକୁ ଦୂର କରାଯାଇପାରିବ । ଏହାର ଅନେକ ଉପକାର ରହିଛି ।




