ଉପକାରୀ ମୂଳା

ମୂଳା ଏକ ସ୍ୱାସ୍ଥ୍ୟ ଉପଯୋଗୀ ପରିବା ହୋଇଥିଲେ ମଧ୍ୟ ଆମ ମଧ୍ୟରୁ ଅନେକ ଏହା ଖାଇବାକୁ ଅନିଚ୍ଛା ପ୍ରକାଶ କରିଥାଉ । ମୂଳାରେ ଆୟୋଡିନ୍‌ , କ୍ୟାଲସିୟମ୍‌ ଓ ଆଇରନ୍‌ ଭରପୁର ମାତ୍ରାରେ ରହିଛି । ମୂଳା ଖାଇବା ଦ୍ୱାରା ପାଚନତନ୍ତ୍ର ମଜଭୂତ ହୋଇଥାଏ । ଏହାସହିତ ବିଭିନ୍ନ ପେଟ ସମସ୍ୟା, କୋଷ୍ଠ କାଠିନ୍ୟ, ପରିସ୍ରା ଜନିତ ସମସ୍ୟାରୁ ମୁକ୍ତି ମିଳିଥାଏ । ମୂଳା ଖାଇବା ଦ୍ୱାରା ଦାନ୍ତ ଓ ହାଡ ମଜଭୁତ ହୋଇଥାଏ । କ୍ୟାନସରରୁ […]

Samaya Live Picture
Published On

ମୂଳା ଏକ ସ୍ୱାସ୍ଥ୍ୟ ଉପଯୋଗୀ ପରିବା ହୋଇଥିଲେ ମଧ୍ୟ ଆମ ମଧ୍ୟରୁ ଅନେକ ଏହା ଖାଇବାକୁ ଅନିଚ୍ଛା ପ୍ରକାଶ କରିଥାଉ । ମୂଳାରେ ଆୟୋଡିନ୍‌ , କ୍ୟାଲସିୟମ୍‌ ଓ ଆଇରନ୍‌ ଭରପୁର ମାତ୍ରାରେ ରହିଛି । ମୂଳା ଖାଇବା ଦ୍ୱାରା ପାଚନତନ୍ତ୍ର ମଜଭୂତ ହୋଇଥାଏ । ଏହାସହିତ ବିଭିନ୍ନ ପେଟ ସମସ୍ୟା, କୋଷ୍ଠ କାଠିନ୍ୟ, ପରିସ୍ରା ଜନିତ ସମସ୍ୟାରୁ ମୁକ୍ତି ମିଳିଥାଏ । ମୂଳା ଖାଇବା ଦ୍ୱାରା ଦାନ୍ତ ଓ ହାଡ ମଜଭୁତ ହୋଇଥାଏ ।

କ୍ୟାନସରରୁ ସୁରକ୍ଷା :

Radish Health Benefits and Nutrition
ମୂଳାରେ ଭିଟାମିନ୍‌ ଏ, ସି ଓ ବି ଥିବାରୁ ବ୍ରଣ, ଡ୍ରାଏନେସ୍‌ ପରି ତ୍ୱଚା ଜନିତ ସମସ୍ୟାରୁ ମୁକ୍ତି ମିଳିଥାଏ । ଏହା ନିୟମିତ ଖାଇବା ଦ୍ୱାରା ରକ୍ତ ପରିଷ୍କାର ହୋଇଥାଏ । ମୂଳାକୁ ଗୋଲମରିଚ ଓ ଲୁଣ ଲଗାଇ ଖାଇବା ଲାଭଦାୟକ ହୋଇଥାଏ । ଏହାଦ୍ୱାରା ରକ୍ତାଭାବ ଦୂର ହେବା ସହିତ ଏଥିରେ ଥିବା ଫୋଲିକ୍‌ ଏସିଡ୍‌ କ୍ୟାନସରରୁ ସୁରକ୍ଷା ଦେଇଥାଏ ।

ମଧୁମେହ କ୍ଷେତ୍ରରେ ଲାଭଦାୟକ:

Radish Health Benefits and Nutrition
ମୂଳା ଖାଇବା ଦ୍ୱାରା ପରିସ୍ରା ଜ୍ୱଳାପୋଡା, ପରିସ୍ରା କମ୍‌ ହେବା ପରି ସମସ୍ୟା ଦୂର ହୋଇଥାଏ । ମୂଳା ପତ୍ର ମଧ୍ୟ ସ୍ୱାସ୍ଥ୍ୟ ପାଇଁ ବହୁତ ଲାଭଦାୟକ । ଏହା ଖାଇବା ଦ୍ୱାରା ଜଣ୍ଡିସ୍‌, ମଧୁମେହ, ରକ୍ତଚାପ ପରି ରୋଗ ଠିକ୍‌ ହୋଇଥାଏ । ପାଗ ପରିବର୍ତ୍ତନ ଜନିତ ରୋଗ ଯଥା ଥଣ୍ଡା କାଶ , ଜ୍ୱର ପରି ସ୍ୱାସ୍ଥ୍ୟ ସମସ୍ୟା ମଧ୍ୟ ମୂଳା ଖାଇବା ଦ୍ୱାରା ଦୂର ହୋଇଥାଏ ।

ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି:

Radish Health Benefits and Nutrition
ମୂଳାରେ ଥିବା ଜିଙ୍କ, ଫସଫରସ୍‌ ଓ ଭିଟାମିନ୍‌ ବି’ କମ୍ପ୍ଲେକ୍ସ ତ୍ୱଚାକୁ ପରିଷ୍କାର ରଖିବା ସହ ମୋଟାପା, କ୍ଲାନ୍ତି ଓ ଅନିଦ୍ରା ସମସ୍ୟା କମ୍‌ କରିଥାଏ । ମୂଳା ଖାଇବା ଦ୍ୱାରା ଶରୀରର ରୋଗ ପ୍ରତିରୋଧକ କ୍ଷମତା ମଧ୍ୟ ବୃଦ୍ଧି ପାଇଥାଏ ।

ମୂଳା ସହ କ୍ଷୀର ଅନୁଚିତ:

Radish Health Benefits and Nutrition
ମନେ ରଖିବେ ମୂଳା ସହ କେବେ କ୍ଷୀର ଖାଇବେ ନାହିଁ । ଯଦି ଆପଣ ମୂଳାରୁ ପ୍ରସ୍ତୁତ କୌଣସି ଖାଦ୍ୟ ଖାଇଛନ୍ତି ତେବେ ଏହାପରେ ସଙ୍ଗେ ସଙ୍ଗେ କ୍ଷୀର ପିଅ;ୁ ନାହିଁ । ଏପରି କରିବା ଦ୍ୱାରା କ୍ଷୀର ବିଷାକ୍ତ ହୋଇଯାଏ ଏହାସହିତ ତ୍ୱଚା ସମ୍ବନ୍ଧୀୟ ରୋଗ ହେବାର ସମ୍ଭାବନା ମଧ୍ୟ ବଢିଯାଏ । ଏଣୁ ମୂଳାରୁ ପ୍ରସ୍ତୁତ ଖାଦ୍ୟ ଖାଇବାର ଦୁଇ ଘଣ୍ଟା ପରେ କ୍ଷୀର ପିଅ;ୁ ।