ଶୀତଦିନେ ଆସିଥାଏ ଅଧିକ ନିଦ
ଶୀତଦିନେ ସାଧାରଣତଃ ଅଧିକ ନିଦ ଆସେ, ତେବେ ଏହାପଛରେ ବୈଜ୍ଞାନିକ କାରଣ ମଧ୍ୟ ରହିଛି । ଶୀତଦିନେ ସାଧାରଣତଃ ଖରା କମ ହେବା ସହିତ ଦିନ ଛୋଟ ହୋଇଥାଏ । ଯେଉଁକାରଣରୁ ଶରୀରକୁ କମ ଖରା ମିଳିଥାଏ, ଯାହାଫଳରେ ଶରୀର ଧୀମା ହୋଇଯାଇଥାଏ । ତେବେ ଏହି କାରଣରୁ ମେଲାଟୋନିନ ହର୍ମୋନ ବଢିବାରେ ଲାଗିଥାଏ ଏବଂ ନିଦ ଅଧିକ ଆସିଥାଏ । ତେଣୁ ଶୀତଦିନେ ଶେଯ ଛାଡିବାକୁ ଇଚ୍ଛା ହୋଇନଥାଏ, ଏହା ଶରୀରର ଏକ ପ୍ରାକୃତିକ ପ୍ରକ୍ରିୟା ଅଟେ । ସେହିଭଳି ଏହି ଦିନେ ରକ୍ତସଞ୍ଚାଳନ ପ୍ରକ୍ରିୟା ମଧ୍ୟ ଧୀର ହୋଇଥାଏ । ତେବେ ଏହି ଦିନେ ବଢୁଥିବା ମେଲାଟୋନିନ ପଛରେ ମଧ୍ୟ ଅନେକ କାରଣ ରହିଛି । ଏହା ଏକ ପ୍ରାକୃତିକ ହର୍ମୋନ ଯାହା ଆମର ମସ୍ତିଷ୍କର ପେନିଅଲ ଗ୍ରନ୍ଥୀରୁ କ୍ଷରଣ ହୋଇଥାଏ । ଏହା ରାତିର ଅନ୍ଧାରରେ ତିଆରି ହୋଇଥାଏ, ଏବଂ ମସ୍ତିଷ୍କକୁ ଶୋଇବାକୁ ସଙ୍କେତ ଦେଇଥାଏ । ଏହି କାରଣରୁ ଶରୀରକୁ ଅଧିକ ଆରାମର ଆବଶ୍ୟକତା ହୋଇଥାଏ । ଏହି କାରଣରୁ ଶୀତଦିନେ ଲୋକମାନେ ଅଧିକ ଶୋଇଥାଆନ୍ତି । ଅନେକ ସମୟରେ ଲୋକମାନେ ଏହାକୁ ଅଳସ ବୋଲି କହିଥାଆନ୍ତି ହେଲେ ଏହା ଅଳସ ନୁହେଁ ବରଂ ବାଓଲୋଜିକାଲ ସମସ୍ୟା । ଶରୀରରେ ହେଉଥିବା ହର୍ମୋନାଲ ପରିବର୍ତ୍ତନ କାରଣରୁ ଏହା ହୋଇଥାଏ ।


