ଇଞ୍ଜେକ୍ସନ କମାଇବ ମୋଟାପଣ

ବିଗତ କିଛି ବର୍ଷ ହେବ ମେଦବହୁଳତାର ସମସ୍ୟା ଏକ ମହାମାରୀର ରୂପ ନେବାରେ ଲାଗିଛି । ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ଅନୁଯାୟୀ, ବିଶ୍ୱରେ ୬୫ କୋଟିରୁ ଅଧିକ ବୟସ୍କ ବ୍ୟକ୍ତି ଏହି ସମସ୍ୟାରେ ପୀଡ଼ିତ । ଓଜନ ବୃଦ୍ଧିର ଏହି ସମସ୍ୟାକୁ ହ ୍ରାସ କରିବା ପାଇଁ ବ୍ରିଟିଶ ବୈଜ୍ଞାନିକମାନେ ଏକ ନିଆରା ଚିକିତ୍ସା ପ୍ରସ୍ତୁତ କରିଛନ୍ତି । ସେ ଏପରି ଏକ ଇଞ୍ଜେକ୍ସନ ଆବିଷ୍କାର କରିଛନ୍ତି ଯେ ଏହାକୁ ପ୍ରତି ସପ୍ତାହରେ ପ୍ରୟୋଗ କଲେ ଲୋକଙ୍କ ମୋଟାପଣ […]

Samaya Live Picture
Published On

ବିଗତ କିଛି ବର୍ଷ ହେବ ମେଦବହୁଳତାର ସମସ୍ୟା ଏକ ମହାମାରୀର ରୂପ ନେବାରେ ଲାଗିଛି । ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ଅନୁଯାୟୀ, ବିଶ୍ୱରେ ୬୫ କୋଟିରୁ ଅଧିକ ବୟସ୍କ ବ୍ୟକ୍ତି ଏହି ସମସ୍ୟାରେ ପୀଡ଼ିତ । ଓଜନ ବୃଦ୍ଧିର ଏହି ସମସ୍ୟାକୁ ହ ୍ରାସ କରିବା ପାଇଁ ବ୍ରିଟିଶ ବୈଜ୍ଞାନିକମାନେ ଏକ ନିଆରା ଚିକିତ୍ସା ପ୍ରସ୍ତୁତ କରିଛନ୍ତି । ସେ ଏପରି ଏକ ଇଞ୍ଜେକ୍ସନ ଆବିଷ୍କାର କରିଛନ୍ତି ଯେ ଏହାକୁ ପ୍ରତି ସପ୍ତାହରେ ପ୍ରୟୋଗ କଲେ ଲୋକଙ୍କ ମୋଟାପଣ ଆପେ ଆପେ କମିଯିବ ।

ଏକ ରିପୋର୍ଟ ଅନୁଯାୟୀ, ଏହି ଇଞ୍ଜେକ୍ସନର ନାମ ‘ସେମାଗ୍ଲìଟାଇଡ୍‌’ । ଏହା ଏକ ପ୍ରକାର ଔଷଧ, ଯାହା ଆମର ଭୋକକୁ କମ୍‌ କରିବାରେ ସାହାଯ୍ୟ କରିବ । ଏହି ଔଷଧକୁ ଇଞ୍ଜେକ୍ସନ ମାଧ୍ୟମରେ ଦିଆଯିବ । ଶରୀର ଭିତରେ ଏହା ଖାଦ୍ୟ ଖାଇବା ପରେ ମୁକ୍ତ ହେଉଥିବା ହରମୋନ୍‌ (ଜିଏଲପି୧)କୁ ଅନୁକରଣ କରିବ, ଯାହା ପେଟ ପୁରିବା ପରି ଅନୁଭବ ପ୍ରଦାନ କରିବ ।
ଇଞ୍ଜେକ୍ସନ କମାଇବ ମୋଟାପଣ

ଅର୍ଥାତ ବୈଜ୍ଞାନିକଙ୍କ ଅନୁଯାୟୀ ଇଞ୍ଜେକ୍ସନ ଦେବା ପରେ ଲୋକମାନେ କମ୍‌ ଭୋକିଲା ଅନୁଭବ କରିବେ ଏବଂ ସେମାନେ ପୂର୍ବ ଅପେକ୍ଷା କମ୍‌ ଖାଇବା ଆରମ୍ଭ କରିବେ । ଏହିପରି ସେମାନଙ୍କର ଓଜନ ଆପେ ଆପେ ହ ୍ରାସ ପାଇବ । ଏହି ଇଞ୍ଜେକ୍ସନକୁ ୧୬ ଦେଶର ପ୍ରାୟ ୨ ହଜାର ଲୋକଙ୍କ ଉପରେ ରିସର୍ଚ୍ଚ କରାଯାଇଛି । ଏହି ୧୫ ମାସର ଟ୍ରାଏଲରେ ଲୋକଙ୍କ ଓଜନ ପ୍ରାୟ ୧୫ କିଲୋଗ୍ରାମ କମିଥିବା ଦେଖିବାକୁ ମିଳିଲା । ତେବେ ଏହି ରିପୋର୍ଟ ନୁ୍ୟ ଇଂଲଣ୍ଡ ଜର୍ନଲ ଅଫ୍‌ ମେଡିସିନରେ ପ୍ରକାଶିତ ହୋଇଛି । ସେପଟେ ଏହି ଇଞ୍ଜେକ୍ସନକୁ ବ୍ରିଟେନର ଡ୍ରଗ୍‌ ରେଗୁଲେଟର ନ୍ୟାସନାଲ ଇନଷ୍ଟିଚ୍ୟୁଟ୍‌ ଫର୍‌ ହେଲଥ୍‌ ଆଣ୍ଡ୍‌ କେୟାର ଏକ୍ସିଲେନ୍ସ ମଞ୍ଜୁରୀ ପ୍ରଦାନ କରିସାରିଛି । ବର୍ତ୍ତମାନ ଏହା ସେହି ଲୋକଙ୍କୁ ଦିଆଯିବ ଯାହାର ଶରୀର ମାସ ଇଣ୍ଡେକ୍ସ ୩୫ରୁ ଅଧିକ ହୋଇଥାଏ ।