୧୫ ପ୍ରତିଶତରୁ ଅଧିକ ଲୋକଙ୍କଠାରେ ମୁଣ୍ଡବିନ୍ଧାର ସମସ୍ୟା
ମୁଣ୍ଡବିନ୍ଧା ଏକ ସାଧାରଣ ସମସ୍ୟା । ସମସ୍ତେ ନିଜ ଜୀବନରେ ଅତି କମରେ ଥରେ ଏହା ସହିତ ସଂଘର୍ଷ କରିଥିବେ । ତଥାପି ଦୁନିଆରେ ଏପରି ଅନେକ ଲୋକ ଅଛନ୍ତି, ଯେଉଁମାନଙ୍କର ନିୟମିତ ଭାବେ ମୁଣ୍ଡବିନ୍ଧା ହୋଇଥାଏ । ସମ୍ପ୍ରତି ନରେୱ ସାଇନ୍ସ ଆଣ୍ଡ ଟେକ୍ନୋଲୋଜି ବିଶ୍ୱବିଦ୍ୟାଳୟର ବୈଜ୍ଞାନିକମାନେ ମୁଣ୍ଡବିନ୍ଧା ରୋଗରେ ପୀଡ଼ିତ ବ୍ୟକ୍ତିଙ୍କ ତଥ୍ୟ ବିଷୟରେ ଏକ ବଡ଼ ଖୁଲାସା କରିଛନ୍ତି । ଅନୁସନ୍ଧାନକାରୀମାନେ କହିଛନ୍ତି ଯେ ବିଶ୍ୱର ୫୨% ଲୋକ ପ୍ରତିବର୍ଷ କୌଣସି ନା […]
ମୁଣ୍ଡବିନ୍ଧା ଏକ ସାଧାରଣ ସମସ୍ୟା । ସମସ୍ତେ ନିଜ ଜୀବନରେ ଅତି କମରେ ଥରେ ଏହା ସହିତ ସଂଘର୍ଷ କରିଥିବେ । ତଥାପି ଦୁନିଆରେ ଏପରି ଅନେକ ଲୋକ ଅଛନ୍ତି, ଯେଉଁମାନଙ୍କର ନିୟମିତ ଭାବେ ମୁଣ୍ଡବିନ୍ଧା ହୋଇଥାଏ ।
ସମ୍ପ୍ରତି ନରେୱ ସାଇନ୍ସ ଆଣ୍ଡ ଟେକ୍ନୋଲୋଜି ବିଶ୍ୱବିଦ୍ୟାଳୟର ବୈଜ୍ଞାନିକମାନେ ମୁଣ୍ଡବିନ୍ଧା ରୋଗରେ ପୀଡ଼ିତ ବ୍ୟକ୍ତିଙ୍କ ତଥ୍ୟ ବିଷୟରେ ଏକ ବଡ଼ ଖୁଲାସା କରିଛନ୍ତି । ଅନୁସନ୍ଧାନକାରୀମାନେ କହିଛନ୍ତି ଯେ ବିଶ୍ୱର ୫୨% ଲୋକ ପ୍ରତିବର୍ଷ କୌଣସି ନା କୌଣସି ପ୍ରକାରର ମୁଣ୍ଡବିନ୍ଧାର ଶିକାର ହୋଇଥାନ୍ତି ।

ଏଥିମଧ୍ୟରେ ମାଇଗ୍ରେନ୍, ସାଧାରଣ ମୁଣ୍ଡବିନ୍ଧା, ଚାପଗ୍ରସ୍ତ ମୁଣ୍ଡବିନ୍ଧା ଇତ୍ୟାଦି ଅନ୍ତର୍ଭୁକ୍ତ । ଏଥିପାଇଁ ବୈଜ୍ଞାନିକମାନେ ୧୯୬୧ରୁ ୨୦୨୦ ପର୍ଯ୍ୟନ୍ତ ଗବେଷଣା କରିଥିଲେ । ବୈଜ୍ଞାନିକମାନେ ରିସର୍ଚ୍ଚରେ କହିଛନ୍ତି ଯେ ଦୁନିଆର ୧୪% ଲୋକ ମାଇଗ୍ରେନ ରୋଗୀ । ସେହିପରି ୨୬% ଲୋକ ଏତେ ଚିନ୍ତା କରିଥାନ୍ତି ଯେ ଏହା ପ୍ରବଳ ମୁଣ୍ଡବିନ୍ଧାର କାରଣ ହୋଇଯାଏ । କେବଳ ସେତିକି ନୁହେଁ ରିସର୍ଚ୍ଚରୁ ଜଣାପଡ଼ିଛି ଯେ ବିଶ୍ୱରେ ପ୍ରତିଦିନ ୧୫.୮% ଲୋକ ମୁଣ୍ଡବିନ୍ଧାର ଶିକାର ହେଉଛନ୍ତି । ପୁରୁଷଙ୍କ ଅପେକ୍ଷା ମହିଳାମାନଙ୍କୁ ସମସ୍ତ ପ୍ରକାରର ମୁଣ୍ଡବିନ୍ଧା ହୋଇଥାଏ । ୧୭ ପ୍ରତିଶତ ମହିଳା କେବଳ ମାଇଗ୍ରେନରେ ପୀଡ଼ିତ ହୋଇଥିବା ବେଳେ ମାତ୍ର ୮.୫% ପୁରୁଷ ଏହା ଦ୍ୱାରା ପ୍ରଭାବିତ ହୁଅନ୍ତି ।

ସବୁଠୁ ବଡ଼ ତଥ୍ୟ ଜଣାପଡ଼ିଛି ଯେ ପ୍ରାୟ ୬% ମହିଳାଙ୍କ କ୍ରମାଗତ ୧୫ ଦିନ କିମ୍ବା ଅଧିକ ସମୟ ପାଇଁ ମୁଣ୍ଡବିନ୍ଧା ହୋଇଥାଏ । ଏହି କ୍ଷେତ୍ରରେ ପୁରୁଷମାନଙ୍କର ହାର ମାତ୍ର ୨.୯% ରହିଛି । ପ୍ରତିବର୍ଷ ମାଇଗ୍ରେନ ରୋଗୀଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି । ରିସର୍ଚ୍ଚରେ ଜଡ଼ିତ ବୈଜ୍ଞାନିକଙ୍କ କହିବା ଅନୁଯାୟୀ ଏହାର ଅନେକ କାରଣ ରହିଛି । ଏଗୁଡ଼ିକ ମଧ୍ୟରେ ମାନସିକ, ଶାରୀରିକ, ପରିବେଶ ଏବଂ ବ୍ୟବହାର ସାମିଲ ରହିଛି । ତେଣୁ ଅତ୍ୟଧିକ କିମ୍ବା ପ୍ରତିଦିନ ମୁଣ୍ଡବିନ୍ଧା ହେଲେ ତୁରନ୍ତ ଡାକ୍ତରଙ୍କୁ ପରାମର୍ଶ ନିଅନ୍ତୁ ଏବଂ ନିଜ ମନକୁ ସୁସ୍ଥ ରଖିବାକୁ ପ୍ରୟାସ କରନ୍ତୁ ।




