ଅଣଦେଖା କରନ୍ତୁନି ଶରୀରର ସଙ୍କେତ

ଅଣଦେଖା କରନ୍ତୁନି ଶରୀରର ସଙ୍କେତ
Ipsita Picture
By: Ipsita
Published On


ଆମ ଶରୀରରେ ସୁସ୍ଥ ରହିବା ପାଇଁ ବିଭିନ୍ନ ପ୍ରକାରର ଭିଟାମିନ ଓ ମିନେରାଲ୍ସର ଆବଶ୍ୟକତା ପଡିଥାଏ । ଯାହା ଶରୀରର ଛୋଟବଡ ଆବଶ୍ୟକତାକୁ ପୂର୍ଣ୍ଣ କରିଥାଏ । ହେଲେ ଯେତେବେଳେ ଶରୀରକୁ ଜରୁରୀ ପୋଷକ ଖାଦ୍ୟରେ ନମିଳେ ତେବେ ଧୀରେଧୀରେ ଏହା ଆମକୁ ବିଭିନ୍ନ ସଙ୍କେତ ଜରିଆରେ ଏହା ଜଣାଇବାକୁ ଲାଗିଥାଏ । ଅନେକ ଏହି ସଙ୍କେତକୁ ଅଣଦେଖା କରନ୍ତି, ଯାହା ଗମ୍ଭୀର ରୋଗର କାରଣ ପାଲଟିଥାଏ । ତେବେ ଏହି ସମସ୍ତ ସଙ୍କେତକୁ ଚିହ୍ନି ସଠିକ୍‌ ପୋଷଣ ଶରୀରକୁ ଦେବାର ଆବଶ୍ୟକତା ରହିଛି । ଗୋଟିଏ ସୁସ୍ଥ ଶରୀରକୁ କାର୍ବୋହାଇଡ୍ରେଟ, ପ୍ରୋଟିନ, ହେଲ୍ଦି ଫ୍ୟାଟ୍ସ, ସମସ୍ତ ପ୍ରକାର ଭିଟାମିନ, ମିନେରାଲ୍ସର ଆବଶ୍ୟକ ହୋଇଥାଏ । ପ୍ରତିଟି ଅଙ୍ଗପାଇଁ ଭିନ୍ନଭିନ୍ନ ଭିଟାମିନ ରହିଥାଏ, ଯାହା ଏଗୁଡିକୁ ସୁସ୍ଥ ରଖିବା ସହିତ ମଜଭୁତ କରିଥାଏ । ତେବେ ଯଦି ଖାଦ୍ୟରେ ଏହି ସମସ୍ତ ସାମଗ୍ରୀର ଅଭାବ ପୂରଣ ନହୁଏ ତେବେ ଶରୀର ଏହାର ସଙ୍କେତ ଦେବାକୁ ଲାଗିଥାଏ । ଶରୀରରେ ପୋଷଣର ଅଭାବ ହେଲେ ଲଗାତାର ଥଣ୍ଡା ଲାଗିବା, କେଶ ଝଡିବା, ନଖ ଦୁର୍ବଳ ହେବା, ଦାନ୍ତରେ ସମସ୍ୟା, ମୁଡ ସୁଇଂ, ଭୋକ ନଲାଗିବା, ଖଣ୍ଡିଆ ହେଲେ ଶୀଘ୍ର ଭନହେବା, ପାଦରେ ଝିମଝିମ ଅନୁଭବ, ଗଣ୍ଠି ଦରଜ, ଆଖି ସମସ୍ୟା ଭଳି ଅନେକ ଲକ୍ଷଣ ଦେଖାଦେଇଥାଏ । ଯଦି ଏଭଳି କିଛି ଲକ୍ଷଣ ଦେଖୁଛନ୍ତି ତେବେ ଏହାକୁ ଅଣଦେଖା କରନ୍ତୁ ନାହିଁ । ତୁରନ୍ତ ଡାକ୍ତରଙ୍କ ପରାମର୍ଶ ନିଅନ୍ତୁ । ଖାଦ୍ୟରେ ପରିବର୍ତ୍ତନ ଆଣନ୍ତୁ । କେବଳ ଖାଦ୍ୟ ନୁହେଁ ନିଜ ଲାଇଫ ଷ୍ଟାଇଲରେ ମଧ୍ୟ ପରିବର୍ତ୍ତନ ଆଣନ୍ତୁ ।