ଅପୌଷ୍ଟିକ ଆହାର

ଅପୌଷ୍ଟିକ ଆହାର
Ipsita Picture
By: Ipsita

ମଣିଷ ଶରୀରର ଗଠନ ସମ୍ପୂର୍ଣ୍ଣ ଭାବେ ସେ ଖାଉଥିବା ଖାଦ୍ୟ ଉପରେ ନିର୍ଭର କରିଥାଏ । ଶରୀରର ମୂଳଦୁଆ ଭାବେ ପୋଷଣ କାର୍ଯ୍ୟ କରିଥାଏ । ତେବେ ଭାରତୀୟଙ୍କ ନିକଟରେ ଦେଖିବାକୁ ମିଳିଥାଏ କିଛି ନିର୍ଦ୍ଦିଷ୍ଠ ପୋଷଣର ଅଭାବ, ଯାହା ସେମାନଙ୍କର ସାମଗ୍ରୀକ ବୃଦ୍ଧି ଉପରେ ପ୍ରଭାବ ପକାଇଥାଏ ।

Read More ମହାମାରୀ ସାଜିଛି ଓବେସିଟି

ମଣିଷର ସ୍ବାସ୍ଥ୍ୟ ହେଉଛି ସବୁଠାରୁ ବଡ ସମ୍ପଦ । ସ୍ବାସ୍ଥ୍ୟ ନଥିଲେ କିଛି ନାହିଁ ବୋଲି ଏକ ଉକ୍ତି ରହିଛି, ଯାହା ଅନେକ ସମୟରେ ପ୍ରମାଣିତ ହୋଇଥାଏ । ତେବେ ଜଣେ ବ୍ୟକ୍ତିଙ୍କର ସୁସ୍ଥ ଜୀବନଶୈଳୀ ଅଧିକାଂଶଭାବେ ତାଙ୍କ ଖାଦ୍ୟପେୟ ଉପରେ ନିର୍ଭର କରିଥାଏ । ତେବେ ଅନେକ ସମୟରେ ଦେଖିବାକୁ ମିଳିଥାଏ ବିଶ୍ବର କିଛି ଦେଶରେ ନିର୍ଦ୍ଧିଷ୍ଟ ପୋଷଣର ଅଭାବ ରହିଥାଏ । ଏହି ତାଲିକାରେ ଆମ ଭାରତ ମଧ୍ୟ ସାମିଲ ରହିଛି । ସର୍ଭେ ଅନୁସାରେ ଭାରତୀୟଙ୍କ ଖାଦ୍ୟ ପ୍ଲେଟରେ ଏଭଳି ଅନେକ ପୋଷଣର ଅଭାବ ରହୁଛି, ଯାହା ସେମାନଙ୍କ ଶରୀରରେ ବିଭିନ୍ନ ପୋଷଣର ଅଭାବ ସୃଷ୍ଟି କରୁଛି । ଭାରତୀୟଙ୍କ ପ୍ଲେଟରେ ଅନେକ ଭିଟାମିନର ଅଭାବ ରହୁଛି ଯାହାର କାରଣ ଖାଦ୍ୟ ଖାଇବାର ପ୍ରଣାଳୀ, ଆର୍ଥିକ ପ୍ରଭାବ ସହିତ ଆଞ୍ଚଳିକ ଭେଦଭାବ ରହୁଛି ।

Read More ଶୀତଦିନେ ସୁସ୍ଥ ରହିବାର ଉପାୟ

UN0595180

Read More ଶୀତଦିନେ ଆସିଥାଏ ଅଧିକ ନିଦ

ଭାରତୀୟଙ୍କ  ଖାଦ୍ୟ ଅଭ୍ୟାସ

ଭାରତ ଏକ କୃଷିପ୍ରଧାନ ଦେଶ । ତେବେ ଭାରତୀୟଙ୍କ ଖାଦ୍ୟ ପ୍ଲେଟରେ ଅଧିକମାତ୍ରାରେ ଆଇରନ, କ୍ୟାଲସିଅମ ସହିତ ଅନେକ ପୋଷଣର ଅଭାବ ରହିଥାଏ । ଅନେକ ଲୋକ ଏଭଳି ଅଛନ୍ତି ବଜାରରେ ମିଳୁଥିବା ପ୍ରୋସେସ୍ଡ ଫୁଡକୁ ପ୍ରାକୃତିକ ଓ ଭଲ ଖାଦ୍ୟଭାବେ ଗ୍ରହଣ କରିଥାଆନ୍ତି । ହେଲେ ଏଗୁଡିକ ଶରୀରରେ ଅନେକ ପୋଷଣର ଅଭାବ ସୃଷ୍ଟି କରିଥାଏ । ସେହିଭଳି ବିଭିନ୍ନ ଅଞ୍ଚଳର ଖାଦ୍ୟ ମଧ୍ୟ ସେଠିକାର ଚାଷ ଓ ଭୌଗଳିକ ସ୍ଥିତି ଅନୁଯାୟୀ ଭିନ୍ନ ହୋଇଥାଏ । ଅନେକସ୍ଥାନରେ କେବଳ ଶାକାହାରୀ ଲୋକ ଦେଖିବାକୁ ମିଳନ୍ତି । ଯେଉଁମାନେ ଆମ ଶରୀରକୁ ଆମିଷରୁ ମିଳୁଥିବା ପୋଷଣର ବିକଳ୍ପ ଖାଦ୍ୟ ଖାଇନଥାନ୍ତି । ଯାହାଫଳରେ ଅନେକ ପୋଷଣର ଅଭାବ ରହିଥାଏ । ସମାନଭାବେ କିଛି ସ୍ଥାନରେ କେବଳ ଆମିଷ ଖାଦ୍ୟ ଉପରେ ଧ୍ୟାନ ଦିଆଯାଇଥାଏ ଏବଂ ସବୁଜ ଖାଦ୍ୟ ଯଥା ପନିପରିବାକୁ ଧ୍ୟାନ ଦିଆଯାଇ ନଥାଏ । ଏପରିସ୍ଥଳେ ସେମାନଙ୍କ ନିକଟରେ ମଧ୍ୟ ପୋଷଣର ଅଭାବ ଦେଖିବାକୁ ମିଳିଥାଏ । ସେହିଭଳି ଖାଦ୍ୟ ପ୍ରସ୍ତୁତ କରିବାର ପାରମ୍ପରିକ ପ୍ରକ୍ରିୟା ମଧ୍ୟ ଖାଦ୍ୟରେ ବିଭିନ୍ନ ପୋଷଣର ଅଭାବ ସୃଷ୍ଟି କରିଥାଏ । ଖାଦ୍ୟକୁ ଅଧିକ ସିଝାଇବା କିମ୍ବା ଛାଣିବା ଦ୍ବାରା ବେଳେବେଳେ ଏଥିରେ ଥିବା ପୋଷଣ ନଷ୍ଟ ହୋଇଥାଏ । ଏଭଳି ଅନେକ କାରଣ ରହିଛି ଯେଉଁ କାରଣରୁ ଭାରତୀୟଙ୍କ ପ୍ଲେଟରେ ସମସ୍ତ ପୋଷଣ ରହିନଥାଏ । ଯାହା ଅନେକ ସ୍ବାସ୍ଥ୍ୟ ସମସ୍ୟାର କାରଣ ସାଜିଥାଏ ।

 

ପ୍ରଭାବ

ପୋଷଣର ଅଭାବ ଭାରତରେ ଥିବା ବିଭିନ୍ନ ବୟସ ଓ ବର୍ଗର ଲୋକଙ୍କୁ ପ୍ରଭାବିତ କରିଥାଏ । ହେଲେ ଏଭଳି କିଛି ବର୍ଗର ଲୋକ ଅଛନ୍ତି ଯେଉଁମାନେ ବିଶେଷଭାବେ ପ୍ରଭାବିତ ହୋଇଥାଆନ୍ତି । ବିଶେଷକରି ୬ ରୁ ୨୩ ମାସ ଓ ୧୨ରୁ ୧୫ ବର୍ଷର ପିଲାଙ୍କ ଉପରେ ଏହାର ବିଶେଷ ପ୍ରଭାବ ଦେଖିବାକୁ ମିଳିଥାଏ । ବିଶେଷଭାବେ ଭାରତରେ ଭିଟାମିନ ଡି, କ୍ୟାଲସିଅମ ଓ ଭିଟାମିନ ବି ୧୨ ଭଳି ଅନେକ ପୋଷଣର ଅଭାବ ଦେଖିବାକୁ ମିଳେ । ପୋଷଣ ଅଭାବ କାରଣରୁ ଅନେକ କ୍ରୋନିକ ସ୍ବାସ୍ଥ୍ୟ ସମସ୍ୟା ଦେଖିବାକୁ ମିଳିଥାଏ । ବିଶେଷଭାବେ କିଶୋରୀ ବା ମହିଳାମାନେ ବିଭିନ୍ନ ରୋଗରେ ପିଡିତ ହୋଇଥାଆନ୍ତି। ଆଇରନର ଅଭାବ କାରଣରୁ ଆନେମିଆ ଏବଂ ଭିଟାମିନ ଡିର ଅଭାବ ସେମାନଙ୍କର ବିଭିନ୍ନ ସମସ୍ୟାର କାରଣ ପାଲଟିଥାଏ । କେବଳ ମହିଳା ନୁହେଁ ପୁରୁଷଙ୍କ ନିକଟରେ ମଧ୍ୟ ଅନେକ ପ୍ରକାରର ସ୍ବାସ୍ଥ୍ୟ ସମସ୍ୟା ଦେଖିବାକୁ ମିଳିଥାଏ । ଯାହା ପିଲାଦିନୁ ପୋଷଣର ଅଭାବ କାରଣରୁ ଦେଖିବାକୁ ମିଳିଥାଏ । ତେଣୁ ସବୁବେଳେ ପିଲାଦିନୁ ହିଁ ଖାଦ୍ୟର ବିଶେଷ ଧ୍ୟାନ ରଖିବାକୁ ହୋଇଥାଏ । ଯେପରି ପିଲାକୁ ସବୁ ପ୍ରକାରର ପୋଷଣ ମିଳିବ ସେଥିପ୍ରତି ଅଭିଭାବକଙ୍କୁ ଧ୍ୟାନ ଦେବାକୁ ହେବ । ଏଥିସହିତ ନିଜ ଖାଦ୍ୟର ମଧ୍ୟ ଧ୍ୟାନ ରଖିବାକୁ ପଡିବ ।

Related Posts