ଧୂମପାନ ଛାଡ଼ନ୍ତୁ, ନଗଦ ଟଙ୍କା ପାଆନ୍ତୁ
ଧୂମପାନ ହାରକୁ କମାଇବା ପାଇଁ ବ୍ରିଟେନର ଏକ ସହରରେ ଏକ ନିଆରା ପ୍ରସ୍ତାବ ଅଣାଯାଇଛି । ଏହି ପାଇଲଟ୍ କାଉନସିଲିଂ ସ୍କିମର ପ୍ରସ୍ତାବ ଅନୁସାରେ ଧୂମପାନ ଛାଡ଼ୁଥିବା ବ୍ୟକ୍ତିଙ୍କୁ ପ୍ରାୟ ୨୦ ହଜାର ନଗଦ ଟଙ୍କା ମିଳିବ । ସେହିପରି ଗର୍ଭବତୀ ମହିଳାଙ୍କ ପାଇଁ ଏହି ସ୍କିମ୍ ଅନୁଯାୟୀ ଦୁଇଗୁଣ ଅର୍ଥରାଶି ମିଳିବ । ବ୍ରିଟେନରେ କିଛି ସମୟରୁ ସ୍ମୋକିଂ ରେଟ୍ ଧୀରେଧୀରେ ବଢ଼ିବାରେ ଲାଗିଛି, ଯାହାକୁ ଦେଖି ଚେସାୟର ଇଷ୍ଟ ଏହି ସ୍କିମରେ ସାଧାରଣ ଜନତାଙ୍କ […]
ଧୂମପାନ ହାରକୁ କମାଇବା ପାଇଁ ବ୍ରିଟେନର ଏକ ସହରରେ ଏକ ନିଆରା ପ୍ରସ୍ତାବ ଅଣାଯାଇଛି । ଏହି ପାଇଲଟ୍ କାଉନସିଲିଂ ସ୍କିମର ପ୍ରସ୍ତାବ ଅନୁସାରେ ଧୂମପାନ ଛାଡ଼ୁଥିବା ବ୍ୟକ୍ତିଙ୍କୁ ପ୍ରାୟ ୨୦ ହଜାର ନଗଦ ଟଙ୍କା ମିଳିବ । ସେହିପରି ଗର୍ଭବତୀ ମହିଳାଙ୍କ ପାଇଁ ଏହି ସ୍କିମ୍ ଅନୁଯାୟୀ ଦୁଇଗୁଣ ଅର୍ଥରାଶି ମିଳିବ ।
ବ୍ରିଟେନରେ କିଛି ସମୟରୁ ସ୍ମୋକିଂ ରେଟ୍ ଧୀରେଧୀରେ ବଢ଼ିବାରେ ଲାଗିଛି, ଯାହାକୁ ଦେଖି ଚେସାୟର ଇଷ୍ଟ ଏହି ସ୍କିମରେ ସାଧାରଣ ଜନତାଙ୍କ ସହ ଗର୍ଭବତୀ ମହିଳାଙ୍କୁ ସାମିଲ କରିଛନ୍ତି । ଯଦି ଏହି ଯୋଜନା ଗୋଟିଏ ସହରରେ ସଫଳ ହୁଏ, ତେବେ ଏହାକୁ ଅନ୍ୟ ସହରଗୁଡ଼ିକରେ ଲାଗୁ କରାଯିବ । ଯଦି କେହି ଧୂମପାନ ଛାଡ଼ିବାର ଦାବି କରୁଛି, ତାହେଲେ ଉକ୍ତ ବ୍ୟକ୍ତିକୁ ଏକ ପରୀକ୍ଷା ଦେବାକୁ ପଡ଼ିବ ।
ଯଦି ପରୀକ୍ଷାରେ ସଫଳ ହେଲେ ଯୋଜନା ଅନୁଯାୟୀ ୨୦ ହଜାର ଟଙ୍କା ଏବଂ ଗର୍ଭବତୀଙ୍କୁ ୪୦ ହଜାର ଟଙ୍କା ଦିଆଯିବ । ଚେସାୟର ଇଷ୍ଟ କାଉନସିଲିଂର ରିପୋର୍ଟରେ କୁହାଯାଇଛି ଯେ ଧୂମପାନ ଛାଡ଼ିବାରେ ଏପରି ଆର୍ଥିକ ପ୍ରୋତ୍ସାହନ ଯୋଜନା ଫଳପ୍ରଦ ହୋଇପାରେ । ଏକ ରିପୋର୍ଟ ଅନୁଯାୟୀ, ଗୋଟିଏ ଦିନରେ ୨୦ ଥର ସିଗାରେଟ୍ ଟାଣୁଥିବା ଲୋକ ଧୂମପାନ ଉପରେ ପ୍ରତିବର୍ଷ ପ୍ରାୟ ୪.୪ ଲକ୍ଷ ଟଙ୍କା ଖର୍ଚ୍ଚ କରିଥାନ୍ତି । ଏହା ବ୍ୟତୀତ ୭୦% ଲୋକ ଫୁସଫୁସ୍ କ୍ୟାନ୍ସରର ଶିକାର ହୋଇଥାନ୍ତି ।




