ବିଶ୍ୱ ସାଇକେଲ୍‌ ଦିବସ

ପ୍ରତିବର୍ଷ ଜୁନ୍‌ ୩ ତାରିଖକୁୁ ବିଶ୍ୱ ସାଇକେଲ୍‌ ଦିବସ ରୂପେ ପାଳନ କରାଯାଉଛି । ୨୦୧୮ ମସିହା ଏପ୍ରିଲ୍‌ରେ ମିଳିତ ଜାତିସଂଘ ଜେନେରାଲ ଆସେମ୍ଲି ଦ୍ୱାରା ଜୁନ୍‌ ୩ ତାରିଖକୁ ବିଶ୍ୱ ସାଇକେଲ ଦିବସ ରୂପେ ଘୋଷଣା କରାଯାଇଥିଲା । ସେହି ଦିନଠାରୁ ଏହି ଦିବସକୁ ପାଳନ କରାଯାଉଛି । ଏହି ଦିବସରେ ୨୦୦ ବର୍ଷରୁ ଅଧିକ ସମୟ ଧରି ଚାଲିଆସୁଥିବା ସାଇକେଲ୍‌ର ବିଶିଷ୍ଟତା, ନିର୍ଭରଯୋଗ୍ୟତା ଓ ସୁଲଭ ଦର ଏବଂ ପରିବେଶ ସୁରକ୍ଷା ଦିଗରେ ଥିବା […]

ବିଶ୍ୱ ସାଇକେଲ୍‌ ଦିବସ
Samaya Live Picture
Published On

ପ୍ରତିବର୍ଷ ଜୁନ୍‌ ୩ ତାରିଖକୁୁ ବିଶ୍ୱ ସାଇକେଲ୍‌ ଦିବସ ରୂପେ ପାଳନ କରାଯାଉଛି । ୨୦୧୮ ମସିହା ଏପ୍ରିଲ୍‌ରେ ମିଳିତ ଜାତିସଂଘ ଜେନେରାଲ ଆସେମ୍ଲି ଦ୍ୱାରା ଜୁନ୍‌ ୩ ତାରିଖକୁ ବିଶ୍ୱ ସାଇକେଲ ଦିବସ ରୂପେ ଘୋଷଣା କରାଯାଇଥିଲା । ସେହି ଦିନଠାରୁ ଏହି ଦିବସକୁ ପାଳନ କରାଯାଉଛି । ଏହି ଦିବସରେ ୨୦୦ ବର୍ଷରୁ ଅଧିକ ସମୟ ଧରି ଚାଲିଆସୁଥିବା ସାଇକେଲ୍‌ର ବିଶିଷ୍ଟତା, ନିର୍ଭରଯୋଗ୍ୟତା ଓ ସୁଲଭ ଦର ଏବଂ ପରିବେଶ ସୁରକ୍ଷା ଦିଗରେ ଥିବା ବିଭିନ୍ନ ଅବଦାନକୁ ସ୍ୱୀକାର କରାଯାଏ । ଆମେରିକୀୟ ପ୍ରଫେସର ଲେସଜେକ୍‌ ସିବିଲସ୍‌କିି ନିଜେ ପଢାଉଥିବା ସମାଜବିଜ୍ଞାନ ଶ୍ରେଣୀରୁ ବିଶ୍ୱ ସାଇକେଲ ଦିବସ ପାଇଁ ଅଭିଯାନ ଆରମ୍ଭ କରିଥିଲେ । ପରେ ତୁର୍କମେନିସ୍ଥାନ ସମେତ ବିଶ୍ୱର ୫୬ଟି ଦେଶ ତରଫରୁ ଏହି ଅଭିଯାନ ପ୍ରତି ସମର୍ଥନ ମିଳିଥିଲା । ବର୍ତ୍ତମାନ ଏହି ଦିବସକୁ ଟାଇପ୍‌ ୧ ଓ ଟାଇପ୍‌ ୨ ମଧୁମେହ ପୀଡିତଙ୍କ ସୁସ୍ଥ ଜୀବନଯାପନ ଶୈଳୀ ସହିତ ଯୋଡାଯାଇଛି ।