କେଉଁଠି ପାଳନ ହୁଏ ଶ୍ରମିକ ଦିବସ
କହିବାକୁ ଗଲେ ଶ୍ରମିକ ମାନଙ୍କ ପାଇଁ ହିଁ ଦୁନିଆ ଆଗେଇଛି I ତେଣୁ ଶ୍ରମିକ ମାନଙ୍କ ସମ୍ମାନାର୍ଥେ ୧୮୮୬ ମସିହାରେ ପ୍ରଥମେ ଆମେରିକାର ଚିକାଗୋ ସହରରେ ଶ୍ରମିକ ଦିବସ ପାଳିତ ହୋଇଥିଲା I ଏହିରେ ଏହା ଅନ୍ୟ ଦେଶ ମାନଙ୍କୁ ବ୍ୟାପିଥିଲା I ବର୍ତ୍ତମାନ ୮୦ରୁ ଅଧିକ ଦେଶରେ ମେ’୧ ଦିନଟିକୁ ଶ୍ରମିକ ଦିବସ ଭାବରେ ପାଳନ କରାଯାଉଛି I ସେହିପରି ଭାରତରେ ୧୯୨୩ ମସିହା ଠାରୁ ମେ’୧ ତାରିଖକୁ ଶ୍ରମିକ ଦିବସ ଭାବରେ ପାଳନ କରାଯାଉଛି […]
କହିବାକୁ ଗଲେ ଶ୍ରମିକ ମାନଙ୍କ ପାଇଁ ହିଁ ଦୁନିଆ ଆଗେଇଛି I ତେଣୁ ଶ୍ରମିକ ମାନଙ୍କ ସମ୍ମାନାର୍ଥେ ୧୮୮୬ ମସିହାରେ ପ୍ରଥମେ ଆମେରିକାର ଚିକାଗୋ ସହରରେ ଶ୍ରମିକ ଦିବସ ପାଳିତ ହୋଇଥିଲା I ଏହିରେ ଏହା ଅନ୍ୟ ଦେଶ ମାନଙ୍କୁ ବ୍ୟାପିଥିଲା I ବର୍ତ୍ତମାନ ୮୦ରୁ ଅଧିକ ଦେଶରେ ମେ’୧ ଦିନଟିକୁ ଶ୍ରମିକ ଦିବସ ଭାବରେ ପାଳନ କରାଯାଉଛି I ସେହିପରି ଭାରତରେ ୧୯୨୩ ମସିହା ଠାରୁ ମେ’୧ ତାରିଖକୁ ଶ୍ରମିକ ଦିବସ ଭାବରେ ପାଳନ କରାଯାଉଛି I କିନ୍ତୁ ଅନ୍ୟ କେତେକ ଦେଶରେ ସେପ୍ଟେମ୍ବର ମାସର ପ୍ରଥମ ସୋମବାରଟିକୁ ଶ୍ରମିକ ଦିବସ ଭାବରେ ପାଳନ କରାଯାଉଛି I
ଅନ୍ୟପଟେ, ଆଠ ଘଣ୍ଟିଆ କାର୍ଯ୍ୟ ନିର୍ଘଣ୍ଟ ସ୍ଥିର ପାଇଁ ଶ୍ରମିକ ଆନ୍ଦୋଳନର ପ୍ରଥମ ପଦଯାତ୍ରା ୨୧ ଏପ୍ରିଲ ୧୮୫୬ ରେ ମେଲବୋର୍ଣ୍ଣରେ ଘଟିଥିଲା । ଏହି ଦିନ, ମେଲବୋର୍ଣ୍ଣର ଚାରିପାଖରେ ହେଉଥିବା ବିରାଟ ପଥର ପାଚେରୀକୁ ନିର୍ମାଣ ଶ୍ରମିକମାନେ କାର୍ଯ୍ୟ ବନ୍ଦ କରି, ମେଲବର୍ଣ୍ଣ ବିଶ୍ୱବିଦ୍ୟାଳୟରୁ ସଂସଦ ଗୃହକୁ ଚାଲି ଚାଲି ଯାଇ ନିଜର ଦାବି ଜଣାଇଥିଲେ I ଦାବି ଅନୁସାରେ ସେମାନେ କେବଳ ଦିନବେଳା ଆଠ ଘଣ୍ଟା କାର୍ଯ୍ୟ କରିବେ । ପୁଞ୍ଜିବାଦୀଙ୍କ ବିରୁଦ୍ଧରେ ସେମାନଙ୍କର ଏହି ପ୍ରତ୍ୟକ୍ଷ କାର୍ଯ୍ୟାନୁଷ୍ଠାନ ସଫଳ ହୋଇଥିଲା I ସେତେବେଳେ ଆମେରିକା ସମେତ ଅନେକ ଦେଶରେ ୧୨ -୧୨ ଘଣ୍ଟା ଲେଖା ଶ୍ରମିକ ମାନେ କାମ କରୁଥିଲେ I ଏପରିକି ବାଲଶ୍ରମିକ ମାନଙ୍କ କ୍ଷେତ୍ରରେ ମଧ୍ୟ ଏହି ନିୟମ ଲାଗୁ ହୋଇଥିଲା I ମାତ୍ର ସେହି ଅନୁପାତରେ ଦରମା ମିଳୁ ନଥିବାରୁ ଶ୍ରମିକ ଅସନ୍ତୋଷ ବ୍ୟାପିଥିଲା I
୧୮୮୬ ମସିହାରେ ଆମେରିକାରେ ଶ୍ରମିକ ଆନ୍ଦୋଳନ ଉତ୍କଟ ରୂପ ନେଇଥିଲା I ସେହି ସମୟରେ ଦିନକୁ ଆଠ ଘଣ୍ଟା କାର୍ଯ୍ୟ କରିବା ନିଷ୍ପତିରେ ୨ ଲକ୍ଷ ଶ୍ରମିକ ଆନ୍ଦୋଳନ କରିଥିଲେ I ଏହାସହିତ କାର୍ଯ୍ୟ ଅନୁଯାୟୀ ଦରମା ବଢାଇବା ପାଇଁ ଦାବି ଜଣାଇଥିଲେ I ଏହାପରେ ୧୮୮୯ ରେ ପ୍ୟାରିସ ରେ ଅନ୍ତଃରାଷ୍ଟ୍ରୀୟ ମହାସଭା ବୈଠକ ହୋଇଥିଲା I ଏହି ସମୟରେ ୮ ଘଣ୍ଟିଆ କାର୍ଯ୍ୟ ନିର୍ଘଣ୍ଟ ସ୍ଥିର ସାଙ୍ଗକୁ ମେ’୧ କୁ ଅନ୍ତରାଷ୍ଟ୍ରୀୟ ଶ୍ରମିକ ଦିବସ ଭାବରେ ମାନ୍ୟତା ମିଳିଥିଲା I




