ସୁନା ମାସ୍କ

କୋଲକାତା: କରୋନା ଏବଂ ଅନ୍ୟାନ୍ୟ ରୋଗ ଭୟରୁ ମାସ୍କ ଏବେ ସାଧାରଣ ଜୀବନର ଦୈନିକ ଅବାଶ୍ୟକୀୟ ହୋଇଗଲାଣି । ମାସ୍କର ଚାହିଦା ଏବେ ଧୀରେ ଧୀରେ ବଢ଼ିବାରେ ଲାଗିଲାଣି । ଚାହିଦାକୁ ଦେଖି ବ୍ୟବସାୟୀମାନେ ମଧ୍ୟ ବିଭିନ୍ନ ପ୍ରକାର ଡିଜାଇନ୍‌ ମାସ୍କ ବିକ୍ରି କରୁଛନ୍ତି । ଏହିପରିକି ନିଆରା ଶୈଳୀରେ ମାସ୍କ ତିଆରି କରି ବହୁ ଲୋକ ସୋସିଆଲ ମିଡିଆରେ ଫଟୋ ଭାଇରାଲ କରୁଛନ୍ତି । କିଏ ପତ୍ରରେ ମାସ୍କ କରି ପିନ୍ଧିଲାଣି ତ କିଏ ଅନ୍ୟ […]

Samaya Live Picture
Published On

କୋଲକାତା: କରୋନା ଏବଂ ଅନ୍ୟାନ୍ୟ ରୋଗ ଭୟରୁ ମାସ୍କ ଏବେ ସାଧାରଣ ଜୀବନର ଦୈନିକ ଅବାଶ୍ୟକୀୟ ହୋଇଗଲାଣି । ମାସ୍କର ଚାହିଦା ଏବେ ଧୀରେ ଧୀରେ ବଢ଼ିବାରେ ଲାଗିଲାଣି । ଚାହିଦାକୁ ଦେଖି ବ୍ୟବସାୟୀମାନେ ମଧ୍ୟ ବିଭିନ୍ନ ପ୍ରକାର ଡିଜାଇନ୍‌ ମାସ୍କ ବିକ୍ରି କରୁଛନ୍ତି । ଏହିପରିକି ନିଆରା ଶୈଳୀରେ ମାସ୍କ ତିଆରି କରି ବହୁ ଲୋକ ସୋସିଆଲ ମିଡିଆରେ ଫଟୋ ଭାଇରାଲ କରୁଛନ୍ତି । କିଏ ପତ୍ରରେ ମାସ୍କ କରି ପିନ୍ଧିଲାଣି ତ କିଏ ଅନ୍ୟ କୌଣସି ସାମଗ୍ରୀରେ । ସେହିଭଳି ଏକ ନିଆରା ମାସ୍କ ବର୍ତ୍ତମାନ ଭାଇରାଲ ହେବାରେ ଲାଗିଛି । ମାସ୍କଟି ସୁନା ଓ ହିରାରୁ ପ୍ରସ୍ତୁତ କରାଯାଇଛି । କୋଲକାତାର ଜଣେ ବ୍ୟବସାୟୀ ନିଜ ପାଇଁ ସୁନାରେ ମାସ୍କ ପ୍ରସ୍ତୁତ କରିଛନ୍ତି, ଯାହାର ଦାମ ରହିଛି ୫.୭୦ ଲକ୍ଷ । ମାସ୍କଟିର ଓଜନ ୧୦୮ ଗ୍ରାମ ରହିଥିବା ବେଳେ ଏହାକୁ ପ୍ରସ୍ତୁତ କରିବାକୁ ୧୫ ଦିନ ସମୟ ଲାଗିଥିଲା । ମାସ୍କଟିର ଫଟୋ ବର୍ତ୍ତମାନ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ତେବେ ଏହି ମାସ୍କକୁ କିଣିବାକୁ ଧନୀ ଗ୍ରାହକମାନେ ମଧ୍ୟ ମନ ବଳାଉଥିବା ଜଣାପଡ଼ିଛି ।