ଶ୍ରଦ୍ଧାଳୁଙ୍କ ପାଇଁ କାଗଜରେ ପ୍ରସ୍ତୁତ ଚପଲ

ବାରାଣାସୀ: କାଶୀ ବିଶ୍ୱନାଥ ଯାଉଥିବା ଶ୍ରଦ୍ଧାଳୁଙ୍କ ପାଇଁ ଲାଗୁ ହୋଇଛି ନୂଆ ବ୍ୟବସ୍ଥା । ବାରଣାସିରେ ଥିବା କାଶୀବିଶ୍ୱନାଥ ମନ୍ଦିରରେ ଶ୍ରଦ୍ଧାଳୁଙ୍କୁ ମିଳିବ ଚପଲ । ଏହି ଚପଲଟି କାଗଜରୁ ନିର୍ମିତ ହୋଇଥିବା ବେଳେ ଏହାକୁ ଥରେ ବ୍ୟବହାର କରି ଫୋପଡା ଯାଇପାରିବ । ଏହି ବ୍ୟବସ୍ଥା ଫଳରେ ଶ୍ରଦ୍ଧାଳୁଙ୍କୁ ଆଉ ମନ୍ଦିରରେ ଖାଲି ପାଦରେ ଚାଲିବାକୁ ପଡିବ ନାହିଁ । ଖଦି ଏବଂ ଗ୍ରାମୀଣ ଉଦ୍ୟୋଗ ସଂଘ ଏହି ଚପଲ ପ୍ରସ୍ତୁତ କରୁଛନ୍ତି । ଶତପ୍ରତିଶତ […]

Samaya Live Picture
Published On

ବାରାଣାସୀ: କାଶୀ ବିଶ୍ୱନାଥ ଯାଉଥିବା ଶ୍ରଦ୍ଧାଳୁଙ୍କ ପାଇଁ ଲାଗୁ ହୋଇଛି ନୂଆ ବ୍ୟବସ୍ଥା । ବାରଣାସିରେ ଥିବା କାଶୀବିଶ୍ୱନାଥ ମନ୍ଦିରରେ ଶ୍ରଦ୍ଧାଳୁଙ୍କୁ ମିଳିବ ଚପଲ । ଏହି ଚପଲଟି କାଗଜରୁ ନିର୍ମିତ ହୋଇଥିବା ବେଳେ ଏହାକୁ ଥରେ ବ୍ୟବହାର କରି ଫୋପଡା ଯାଇପାରିବ । ଏହି ବ୍ୟବସ୍ଥା ଫଳରେ ଶ୍ରଦ୍ଧାଳୁଙ୍କୁ ଆଉ ମନ୍ଦିରରେ ଖାଲି ପାଦରେ ଚାଲିବାକୁ ପଡିବ ନାହିଁ ।
ଶ୍ରଦ୍ଧାଳୁଙ୍କ ପାଇଁ କାଗଜରେ ପ୍ରସ୍ତୁତ ଚପଲ
ଖଦି ଏବଂ ଗ୍ରାମୀଣ ଉଦ୍ୟୋଗ ସଂଘ ଏହି ଚପଲ ପ୍ରସ୍ତୁତ କରୁଛନ୍ତି । ଶତପ୍ରତିଶତ ପରିବେଶ ଉପଯୋଗୀ ଏହି ଚପଲ ଭାରତରେ ପ୍ରଥମ ଥର ପାଇଁ ନିର୍ମାଣ କରାଯାଇଛି । ଏଥିରୁ ସ୍ଥାନୀୟ ମହିଳାଙ୍କ ରୋଜଗାରର ପନ୍ଥା ମଧ୍ୟ ଖୋଲିଛି । ଏହି ଚପଲ ଖଦି ଓ ଗ୍ରାମ୍ୟ ଶିଳ୍ପ କମିସନ ତରଫରୁ ଶ୍ରଦ୍ଧାଳୁଙ୍କ ପାଇଁ ବିକ୍ରି କରାଯାଇଛି ।
ଶ୍ରଦ୍ଧାଳୁଙ୍କ ପାଇଁ କାଗଜରେ ପ୍ରସ୍ତୁତ ଚପଲ
ଏହି ଚପଲ ଉଭୟ ମନ୍ଦିରରେ କାର୍ଯ୍ୟରତ ଲୋକ ଓ ଶ୍ରଦ୍ଧାଳୁଙ୍କ ପାଇଁ ଉପଲବ୍ଧ ହେବ ।

ମନ୍ଦିରରେ ଥିବା ପାର୍କିଂ ପାଇଁ ସ୍ଥାନରେ ଏହି ଚପଲ ମିଳିବ । ମନ୍ଦିରରେ ଅଲଗା ସାମଗ୍ରୀର ଚପଲ ପିନ୍ଧିବା ପାଇଁ ବାରଣ ଥିବାରୁ ଶ୍ରଦ୍ଧାଳୁଙ୍କ ପାଇଁ ଖଦିର ଚପଲ ବିକ୍ରି ପାଇଁ ରଖାଯିବ । ଯେଉଁମାନେ ଚାହିଁବେ ଏହାକୁ ୫୦ଟଙ୍କା ବ୍ୟୟରେ କିଣି ପିନ୍ଧିପାରିବେ । ଏହି ଚପଲ ପ୍ରାକୃତିକ ଉପାୟରେ ନିର୍ମାଣ ହୋଇଥିବାରୁ ଏହା ବିଭିନ୍ନ ପ୍ରଦୂଷଣରୁ ମୁକ୍ତିଦେବା ସହିତ ଶ୍ରଦ୍ଧାଳୁଙ୍କୁ ଅତ୍ୟଧିକ ଖରା ଓ ଥଣ୍ଡାରୁ ରକ୍ଷା କରିବ ।