ଚର୍ଚ୍ଚାରେ ୩ ଫୁଟିଆ ଡାକ୍ତର
ଦୃଢ ଆତ୍ମବିଶ୍ୱାସ ମଣିଷକୁ ଲକ୍ଷ୍ୟ ସାଧନ କରିବାରେ ମୁଖ୍ୟ କାରଣ ହୋଇଥାଏ । ଯାହା ବର୍ତ୍ତମାନ ଜଣେ ଡାକ୍ତରଙ୍କ କ୍ଷେତ୍ରରେ ଦେଖିବାକୁ ମିଳିଛି । ସୁପ୍ରିମକୋର୍ଟ ମଧ୍ୟ ତାଙ୍କର ଦୃଢ ଆତ୍ମବିଶ୍ୱାସ ଓ ତାଙ୍କ ମେଡିକାଲ ଡିଗ୍ରୀକୁ ଦେଖି କିଛି ଏଭଳି ନିଷ୍ପତ୍ତି ନେଇଥିଲେ ଯାହା ସମସ୍ତଙ୍କ ପାଇଁ ଏକ ଉଦାହରଣ ପାଲଟିଛି । ଭିନ୍ନକ୍ଷମ ହୋଇ ମଧ୍ୟ ଅନ୍ୟମାନଙ୍କ ପାଇଁ ଉଦାହରଣ ପାଲଟିଛନ୍ତି । ହଁ ଆଜ୍ଞା ଆସନ୍ତୁ ଜାଣିବା ସେହି ଡାକ୍ତରଙ୍କ ସଂଘର୍ଷତା ବିଷୟରେ । ହାଇଟ୍ କେବଳ ୩ ଫୁଟ୍ ଆଉ ଓଜନ ୨୦ କିଲୋ । ଯାହାକୁ ଦେଖିବା ପରେ ସର୍କସ ବାଲା ୫ ଲକ୍ଷରେ କିଣିବାକୁ କହିଥିଲା । ସର୍କସ ବାଲା କହିଥିଲା ଏ ପିଲା ପଢିଲେଖି ପାରିବନି କେବଳ ମଜା ଓ ରସ ରସିକତା ଏବଂ ମନୋରଞ୍ଜନ ଦେଖାଇପାରିବ । କିନ୍ତୁ ଭାଗ୍ୟର କାହାଣୀ ସେତେବେଳେ ବଦଳିଗଲା ଯେତେବେଳେ ଏହି ପିଲା ତାହା କରିଦେଖାଇଲା ଯାହା ବଡ ବଡ ସ୍ୱପ୍ନ ଦେଖୁଥିବା ଲୋକ ମଧ୍ୟ କରିପାରନ୍ତିନି ।

ଏହି କାହାଣୀ ହେଉଛି ଗଣେଶ ବରେୟାଙ୍କର । ଯାହାଙ୍କୁ ଆଜି ସମସ୍ତେ ଡକ୍ଟର ଗଣେଶ ବରେୟାଙ୍କ ନାଁ ରେ ଜାଣନ୍ତି । ଦେଖିବାକୁ ସାମାନ୍ୟ ଏବଂ ଅଲଗା କିନ୍ତୁ କାହାଣୀ ଏମିତି ଯାହା ଲକ୍ଷ ଲକ୍ଷ କୋଟି କୋଟି ଲୋକଙ୍କ ପାଇଁ ଆଜି ଏକ ପ୍ରେରଣା ଓ ବଡ ସଫଳତାର ଚାବିକାଠି । ଗୁଜୁରାଟ ଭାବନଗରର ଏକ ଛୋଟ ଗାଁ ଗୋର୍ଖୀରେ ଗଣେଶଙ୍କ ଜନ୍ମ । ଦୁଷ୍ଟତାର ଶିକାର ଏବଂ ଶରୀରରେ ୭୨ ପ୍ରତିଶତ ବିକଳାଙ୍ଗତା । ଏକ ଛୋଟ ଗାଁରୁ ବାହାରି ଡକ୍ଟର ହେବା ସହଜ ନଥିଲା । କିନ୍ତୁ ତାଙ୍କ ବାପା, ଗୁରୁଜନ ଏବଂ ସାଙ୍ଗମାନଙ୍କ ବିଶ୍ୱାସ ସବୁବେଳେ ତାଙ୍କୁ ମିଳୁଥିଲା । କିନ୍ତୁ ଏହି ଯାତ୍ରାରେ ଗଣେଶଙ୍କର ସବୁଠୁ ବଡ ପ୍ରତିବନ୍ଧକ ତାଙ୍କ ବାପା ହୋଇଥିଲେ । ଗଣେଶ ପିଲାଦିନୁ ଚ୍ୟାଲେଞ୍ଜ ସହ ଲଢି ଆସୁଥିଲେ । ସେ ୯ ଭାଇଭଉଣୀମାନଙ୍କ ମଧ୍ୟରେ ୮ନମ୍ବରରେ ଥିଲେ । ଯେତେବେଳେ ସେ ୧୦ ବର୍ଷର ଥିଲେ ସର୍କସବାଲା ତାଙ୍କୁ କିଣିବା ପାଇଁ ଆସିଥିଲେ । କିନ୍ତୁ ତାଙ୍କ ବାପା ସର୍କସବାଲାଙ୍କୁ ଗାଳିଗୁଲଜ କରି ଘଉଡେଇ ଦେଇଥିଲେ । ସେବେଠୁ ଗଣେଶଙ୍କ ସୁରକ୍ଷା ଏବଂ ପାଠପଢାକୁ ନେଇ ସବୁବେଳେ ସଚେତନ ରହିଥିଲେ । ସେ ପଣ କଲେ ଆଜିଠୁ ତାଙ୍କ ପୁଅ ଆଉ ଦୁର୍ବଳ ହୋଇ ରହିବ ନାହିଁ । ଗଣେଶଙ୍କ ଡାକ୍ତର ହେବା ସ୍ୱପ୍ନ ସହଜ ନଥିଲା । ତାଙ୍କୁ ଏକ ଲମ୍ବା ସଂଘର୍ଷର ସାମ୍ନା କରିବାକୁ ପଡିଲା । ଗଣେଶ ତାଙ୍କ ସଂଘର୍ଷର କାହାଣୀ ନିଜେ କହିଛନ୍ତି । ଗଣେଶ ଏକ ସରକାରୀ ସ୍କୁଲରେ ପ୍ରାଥମିକ ଶିକ୍ଷା ସମାପ୍ତ କରିବା ପରେ ଅଧିକ ପାଠପଢା ପାଇଁ ତଲାଜାର ନୀଳକଣ୍ଠ ବିଦ୍ୟାଳୟରେ ପ୍ରବେଶ କରିଥିଲେ । ଗଣେଶ ବରେୟା ୯ମ ଶ୍ରେଣୀରେ ଥିଲେ । ସେତେବେଳେ ତାଙ୍କର ସ୍ୱପ୍ନ ସାକାର ହେବାକୁ ଯାଉଥିଲା । ସେ ଡାକ୍ତର ହେବା ଉଦେ୍ଦଶ୍ୟରେ ତାଙ୍କର ପରବର୍ତ୍ତି ପାଠପଢା ଆରମ୍ଭ କରିଥିଲେ । ଯେଉଁଥିରେ ନିଳକଣ୍ଠ ବିଦ୍ୟାଳୟର ପ୍ରଶାସକମାନେ ମଧ୍ୟ ପୂର୍ଣ୍ଣ ସହଯୋଗ କରିଥିଲେ ଏବଂ ମେଧାବୀ ଛାତ୍ର ଗଣେଶ ବିଠଲଭାଇ ବରେୟାଙ୍କୁ ମାଗଣା ଶିକ୍ଷା ପ୍ରଦାନ କରିବାକୁ ସଂକଳ୍ପ ନେଇଥିଲେ । ତାଙ୍କର ଆଗ୍ରହ ଏବଂ ଉସôାହ ଯୋଗୁଁ ମାତ୍ର ତିନି ଫୁଟ ଉଚ୍ଚତା ବିଶିଷ୍ଟ ଗଣେଶ ବରେୟା ଦ୍ୱାଦଶ ଶ୍ରେଣୀ ବିଜ୍ଞାନ ଷ୍ଟ୍ରିମ୍ ପରୀକ୍ଷାରେ ୮୭ ପ୍ରତିଶତ ନମ୍ବର ରଖି ଏମବିବିଏସର ଦିବ୍ୟାଙ୍ଗ କୋଟାରେ ପ୍ରବେଶ କରିବାକୁ ଚେଷ୍ଟା କରିଥିଲେ । ତାଙ୍କର ଛୋଟ ଉଚ୍ଚତା ଯୋଗୁଁ ଗଣେଶଙ୍କୁ ମେଡିକାଲରେ ପ୍ରବେଶ ପାଇବାରେ ଅନେକ ଅସୁବିଧାର ସମ୍ମୁଖୀନ ହେବାକୁ ପଡିଲା । ପ୍ରବେଶିକ ପରୀକ୍ଷାରେ ଉତ୍ତୀର୍ଣ୍ଣ ହେବା ସତ୍ତ୍ୱେ ତାଙ୍କୁ ମେଡିକାଲ କଲେଜରେ ପ୍ରବେଶ ପାଇଁ ମନା କରାଯାଇଥିଲା । ସେ ଅନୁଭବ କରିଥିଲେ ଯେ ଡାକ୍ତର ହେବାର ତାଙ୍କର ସ୍ୱପ୍ନ ଭାଙ୍ଗି ଯାଇଛି । ତଥାପି ତାଙ୍କ ପରିବାର ଏବଂ ଅନ୍ୟମାନଙ୍କ ସମର୍ଥନରେ ଗଣେଶ ବରେୟା ଏମବିବିଏସରେ ପ୍ରବେଶ ପାଇଁ ସୁପ୍ରିମକୋର୍ଟ ପର୍ଯ୍ୟନ୍ତ ଆଇନଗତ ଲଢେଇ କରିଥିଲେ । ଗଣେଶ ହାର ମାନିନଥିଲେ । ଶେଷରେ ସୁପ୍ରିମକୋର୍ଟ ତାଙ୍କ ସପକ୍ଷରେ ରାୟ ଦେଇଥିଲେ- ଯଦି ତୁମେ ଯାହା ଦେୟ ଦିଅ ତାହା ପାଅ ନାହିଁ , ତେବେ ତୁମେ ଯାହା ଦେୟ ଦିଅ ତାହା ପାଇବ । ଏହା ପରେ ତିନି ଫୁଟ୍ ଉଚ୍ଚତା ଏବଂ ୨୦ କିଲୋଗ୍ରାମ ଓଜନର ଗଣେଶ ଶେଷରେ ଦିବ୍ୟାଙ୍ଗ କୋଟାରେ ଭାବନଗର ମେଡିକାଲ କଲେଜରେ ଏମବିବିଏସ ରେ ପ୍ରବେଶ ପାଇଲେ । ଗଣେଶ ଏବେ ଅନେକ କଷ୍ଟକୁ ପାର କରି ସାହସ ଏବଂ ଆଗ୍ରହ ଯୋଗୁଁ ଆଜି ଗଣେଶ ତାଙ୍କ ଏମବିବିଏସ ପାଠପଢା ସମାପ୍ତ କରିଛନ୍ତି ଏବଂ ବିଶ୍ୱର ସବୁଠାରୁ ଛୋଟ ଡାକ୍ତର ହୋଇଛନ୍ତି ।


