ଟଳିଲା ୩୦ ବର୍ଷ ପରେ ଆମ ପୃଥିବୀକୁ ଆସୁଥିବା ବିପଦ

ମହାକାଶରେ ପ୍ରତି ମୁର୍ହୂରେ କିଛି ନା କିଛି ବିରଳ ଘଟଣା ସଂଘଟିତ ହୋଇଥାଏ । ଏହିସବୁ ଘଟଣାର ପ୍ରଭାବ ଆମ ପୃଥିବୀ ଉପରେ ମଧ୍ୟ ପଡିଥାଏ । କେତେବେଳେ ଏହା ପୃଥିବୀବାସୀଙ୍କ ଲାଗି ବିପଦର କାରଣ ହୋଇଥାଏ ତ ଆଉ କେତେବେଳେ ଏହା ଆଶ୍ୱସ୍ତି ଆଣି ଦେଇଥାଏ । ଏବେ ମହାକାଶ ବିଜ୍ଞାନୀ ପୃଥିବୀବାସୀଙ୍କ ଲାଗି ଏକ ଆଶ୍ୱସ୍ତିକର ଖବର ଶୁଣାଇଛନ୍ତି । ୩୦ ବର୍ଷ ପରେ ଆମ ପୃଥିବୀ ପାଇଁ ବିପଦ ପାଲଟିବାକୁ ଯାଉଥିବା ଏକ […]

Samaya Live Picture
Published On

ମହାକାଶରେ ପ୍ରତି ମୁର୍ହୂରେ କିଛି ନା କିଛି ବିରଳ ଘଟଣା ସଂଘଟିତ ହୋଇଥାଏ । ଏହିସବୁ ଘଟଣାର ପ୍ରଭାବ ଆମ ପୃଥିବୀ ଉପରେ ମଧ୍ୟ ପଡିଥାଏ । କେତେବେଳେ ଏହା ପୃଥିବୀବାସୀଙ୍କ ଲାଗି ବିପଦର କାରଣ ହୋଇଥାଏ ତ ଆଉ କେତେବେଳେ ଏହା ଆଶ୍ୱସ୍ତି ଆଣି ଦେଇଥାଏ । ଏବେ ମହାକାଶ ବିଜ୍ଞାନୀ ପୃଥିବୀବାସୀଙ୍କ ଲାଗି ଏକ ଆଶ୍ୱସ୍ତିକର ଖବର ଶୁଣାଇଛନ୍ତି । ୩୦ ବର୍ଷ ପରେ ଆମ ପୃଥିବୀ ପାଇଁ ବିପଦ ପାଲଟିବାକୁ ଯାଉଥିବା ଏକ ଆଷ୍ଟରଏଡ୍‌ ଏବେ ବିପଦ ତାଲିକାରୁ ବାଦ୍‌ ପଡିଛି ।

ୟୁରୋପିଆନ୍‌ ସ୍ପେସ୍‌ ଏଜେନ୍ସିର ମତ ଅନୁଯାୟୀ ୨ ଏପ୍ରିଲ ୨୦୫୨ ପରେ ପୃଥିବୀ ଉପରେ ଏକ ବଡ ସଂକଟ ପଡିବାର ଆଶଙ୍କା କରାଯାଇଥିଲା । କି;ୁ ଏହି ସଙ୍କଟ ଏବେ ଟଳି ଯାଇଛି । ବୈଜ୍ଞାନିକମାନେ ସ୍ପଷ୍ଟ କରିଛନ୍ତି ଯେ, ଆଗାମୀ ଏକ ଶତାବ୍ଦୀ ମଧ୍ୟରେ ଏହି ସଙ୍କଟ ଆମ ଗ୍ରହକୁ ଛୁଇଁବ ବି ନାହିଁ । ବିଶ୍ୱର ସବୁଠୁ କ୍ଷମତାଶାଳୀ ଟେଲିସ୍କୋପର ଉପଯୋଗ କରାଯାଇ ଏହି ସୂଚନା ପ୍ରାପ୍ତ ହୋଇଛି । ଏହି ଆଷ୍ଟରଏଡ୍‌କୁ ଗତ ବର୍ଷ ୨୮ ଅଗଷ୍ଟରେ ଏରିଜୋନାର ମାଉ ଲେମନ ଅବଜରଭେଟୋରୀ ପକ୍ଷରୁ ସନ୍ଧାନ କରାଯାଇଥିଲା । ସେତେବେଳେ ବୈଜ୍ଞାନକିମାନେ ଆଶଙ୍କା କରିଥିଲେ ଏହି ଆଷ୍ଟରଏଡ୍‌ ସୂର୍ଯ୍ୟଙ୍କ ପାଖାପାଖି ଗତି କରି ୨୦୫୨ ସୁଦ୍ଧା ପୃଥିବୀର ନିକଟବର୍ତ୍ତୀ ହେବ । କି;ୁ ଏପରି କିଛି ଘଟିବାର ନାହିଁ ବୋଲି ବୈଜ୍ଞାନିକମାନେ ଏବେ ସ୍ପଷ୍ଟ କରିଛନ୍ତି । ତେବେ ଏହି ଆଷ୍ଟରଏଡ୍‌ କ’ଣ? ଏହାକୁ ଉଲକା ପିଣ୍ଡ ବା କ୍ଷୁଦ୍ର ଗ୍ରହ କୁହାଯାଏ ।

ଗ୍ରହ ସୃଷ୍ଟି ସମୟରେ ଏଥିରୁ ଛୋଟ ଛୋଟ ଅଂଶ ବାହାରି ଅଲଗା ହୋଇଯାଏ ଓ ଏହି ଛୋଟ ଛୋଟ ଅଂଶ ସୂର୍ଯ୍ୟଙ୍କ ଚାରିପଟେ ଘୁରୁଥାନ୍ତି । ସମୟେ ସମୟେ ଏମାନେ ରାସ୍ତା ବଦଳାଇ ନିଜ କକ୍ଷରୁ ବାହାରକୁ ଆସିଯାନ୍ତି । ଛୋଟ ଆଷ୍ଟରଏଡ୍‌ ଗ୍ରହର କକ୍ଷ ପର୍ଯ୍ୟନ୍ତ ଆସିବା ପରେ ଜଳି ପାଉଁଶ ହୋଇଯାନ୍ତି । କି;ୁ ବଡ ଆଷ୍ଟରଏଡ୍‌ ବେଳେ ବେଳେ ଗ୍ରହ ଦେହରେ ଧMା ଦିଅନ୍ତି । ତେବେ ପୃଥିବୀ ନିକଟ ଦେଇ ଉଲକାପିଣ୍ଡ ଅତିକ୍ରମ କରିବା କିଛି ନୂଆ କଥା ନୁହେଁ କି;ୁ ବିପଦ ସେତେବେଳେ ସୃଷ୍ଟି ହୋଇଥାଏ ଯେତେବେଳେ ଏହି ଉଲକାପିଣ୍ଡ ବିଶାଳକାୟ ହୋଇଥାଏ । ବିଶାଳକାୟ ଉଲକାପିଣ୍ଡ ପୃଥିବୀ ସହ ଧMା ହେବା ଦ୍ୱାରା ଭୟାନକ ପରିସ୍ଥିତି ସୃଷ୍ଟି ହୋଇପାରେ । ୟୁରୋପିଆନ୍‌ ସ୍ପେସ୍‌ ଏଜେନ୍ସୀ ତାଲିକାରେ ଏବେ ୧୩୭୭ ଆଷ୍ଟରଏଡ୍‌ ରହିଛି ଯାହା ଉପରେ ନିୟମିତ ନଜର ରଖାଯାଉଛି ।