ଶିମିଳିପାଳ
ଓଡ଼ିଶାରେ ଏଭଳି ଅନେକ ସ୍ଥାନ ରହିଛି ଯାହା ପର୍ଯ୍ୟଟକଙ୍କ ପାଇଁ ସ୍ବର୍ଗ । ଏହିଭଳି ଭୂସ୍ବର୍ଗର ତାଲିକା ଖୁବ ଲମ୍ବା । ଏହି ତାଲିକାରେ ଅନେକସ୍ଥାନ ଭିତରେ ରହିଛି ଶିମିଳିପାଳ, ଯାହା ନିଜର ଘଞ୍ଚ ଜଙ୍ଗଲ ଓ ଜୈବ ବିବିଧତା ପାଇଁ ପରିଚିତ ।
ଶିମିଳିପାଳ ଛୁଟି କାଟିବାକୁ ଯିବା ଆଗରୁ ଏଠିକାର ପରିବେଶ ସମ୍ପର୍କରେ ସବିଶେଷ ତଥ୍ୟ ଜାଣିନେବା ଆବଶ୍ୟକତା ରହିଛି । ଆସନ୍ତୁ ସେହିଭଳି କିଛି ଆକ୍ଟିଭିଟି ସମ୍ପର୍କରେ ଜାଣିବା ଯାହା ଶିମିଳିପାଳ ଯିବା ଆଗରୁ ପର୍ଯ୍ୟଟକଙ୍କ ପାଇଁ ଜାଣିବା ଲାଭ ଦାୟକ ।
ଜଙ୍ଗଲ ସଫାରୀ
ଏଠାରେ ଖୁବ ଘଞ୍ଚ ଜଙ୍ଗଲ ରହିଛି, ଯାହା ପ୍ରକୃତିପ୍ରେମୀଙ୍କ ପାଇଁ ଖୁବ ଲାଭଦାୟକ । ଜିପ କିମ୍ବା କୌଣସି ଗାଡି ଭଡା କରି ଆପଣ ଏହି ଜଙ୍ଗଲ ବୁଲି ପାରିବ । ତେବେ ଏହି ଜଙ୍ଗଲ ପାଇଁ କିଛି ସ୍ବତନ୍ତ୍ର ନିୟମ ରହିଛି ଯାହାକୁ ମାନି ଆପଣଙ୍କୁ ଏହି ଜଙ୍ଗଲ ବୁଲିବାକୁ ହେବ । ଏଠାରେ ବିଭିନ୍ନ ପ୍ରକାରର ପଶୁ, ପକ୍ଷୀ ବାସ କରୁଛନ୍ତି, ଯାହାକୁ ଆପଣ ଜଙ୍ଗଲ ବୁଲିବା ସମୟରେ ଦେଖିବାକୁ ପାଇପାରିବେ । ଏପରିକି ବେଳେବେଳେ ପର୍ଯ୍ୟଟକ କଳାବାଘ ଦେଖିବାକୁ ସୁଯୋଗ ପାଇଥାଆନ୍ତି ବୋଲି ଉଦାହରଣ ରହିଛି ।

ବରେହିପାଣି ଝରଣା
ଓଡ଼ିଶାର ବଡ ଝରଣା ବରେହିପାଣି ଝରଣା ଏଠାରେ ରହିଛି । ଏହା ପାଖାପାଖି ୧,୩୦୯ ଫୁଟ ଉପରୁ ପଡୁଥିବାର ସୂଚନା ରହିଛି । ଝରଣାଟି ଦେଖିବାକୁ ଖୁବ ସୁନ୍ଦର । ଏଠାରେ ପ୍ରତିଦିନ ଶହଶହ ପର୍ଯ୍ୟଟକଙ୍କର ଭିଡ ଯମୁଥିବାର ଦେଖିବାକୁ ମିଳିଥାଏ ।
ଅର୍କିଡେରିଅମ
ଏଠାରେ ଥିବା ଅର୍କେଡେରିଅମ ଆପଣ ବୁଲିପାରିବେ । ଏହା ଗୁରଗୁରିଆ ନେଚର କ୍ୟାମ୍ପରେ ଅବସ୍ଥିତ । ଏଠାରେ ବିଭିନ୍ନ ପ୍ରକାରର ଅର୍କିଡ ଫୁଲର ସମାହାର ରହିଛି, ଯାହା ଦେଖିବାକୁ ଖୁବ ସୁନ୍ଦର ହୋଇଥାଏ ।

ପକ୍ଷୀ ଦେଖା
ସିମିଳିପାଳ ଜଙ୍ଗଲରେ ଆପଣ ଖୁବ ସୁନ୍ଦର ପକ୍ଷୀ ଦେଖିବାକୁ ପାଇପାରିବେ । ଏହି ଜଙ୍ଗଲରେ ୨୩୦ ପ୍ରଜାତିର ପକ୍ଷୀ ବାସ କରୁଛନ୍ତି । ଯେଉଁଥିରେ ଅନେକ ବିଦେଶୀ ପକ୍ଷୀ ମଧ୍ୟ ରହିଛନ୍ତି, ଯାହା ଦେଖିବାକୁ ଖୁବ ସୁନ୍ଦର ହୋଇଥାଆନ୍ତି ।
ଟ୍ରେକିଂ
ଏହାର ଜଙ୍ଗଲ ଭିତରେ ଗାଇଡଙ୍କ ସହାୟତାରେ ଟ୍ରେକିଂ କରିପାରିବେ । ଏଠାରେ ଟ୍ରେକିଂ କରିବାକୁ ଖୁବ ସୁନ୍ଦର ସୁନ୍ଦର ସ୍ଥାନ ରହିଛି । ଏହାର ପାହାଡରେ ଟ୍ରେକିଂ କରିବା ଏକ ଅନନ୍ୟ ଅନୁଭୂତି ହେବ । ଏହି ଟ୍ରେକିଂରେ ଆପଣ ସିମିଳିପାଳ ଜଙ୍ଗଲର ବିଭିନ୍ନ କଥାକୁ ଉପଭୋଗ କରିପାରିବେ । ଏହାର ଖୁବ ସୁନ୍ଦର ଜୌବବିବିଧତାକୁ ଏହି ଟ୍ରେକିଂ ଜରିଆରେ ଦେଖିପାରିବେ । ତେବେ ଟ୍ରେକିଂରେ ଯିବା ଆଗରୁ ଗାଇଡଙ୍କୁ ସଙ୍ଗରେ ନେଇ ଯାଆନ୍ତୁ ।
ଆଞ୍ଚଳିକ ବାସିନ୍ଦା
ଏଠାରେ ରହୁଥିବା ଆଞ୍ଚଳିକ ବାସିନ୍ଦାଙ୍କ ସହିତ ଆପଣ ଖୁବ ସମୟ ବିତାଇପାରିବେ । ସେମାନଙ୍କର ସ୍ବତନ୍ତ୍ର ପାରମ୍ପରିକ ଜୀବନଶୈଳୀକୁ ଅଧିକ ପାଖରୁ ଜାଣିବାର ସୁଯୋଗ ଆପଣଙ୍କୁ ମିଳିବ । ସେମାନଙ୍କ ସହିତ ସମୟ ଅତିବାହିତ କରିବା ଆପଣଙ୍କୁ ଖୁବ ସୁନ୍ଦର ଅନୁଭୂତି ପ୍ରଦାନ କରିବ ।




