ଟଏଲେଟ୍ ପେପର୍ରେ ଇସ୍ତଫା
ବିଶ୍ୱରେ ପ୍ରତିଦିନ ଅନେକ କର୍ମଚାରୀ ଗୋଟିଏ କମ୍ପାନୀରୁ ଇସ୍ତଫା ଦିଅନ୍ତି ଏବଂ ଅନ୍ୟ କମ୍ପାନୀରେ ଯୋଗ ଦିଅନ୍ତି । ଯଦିଓ ସେମାନେ ଏଥିପାଇଁ ଯେଉଁ ଇସ୍ତଫା ପତ୍ର ଦିଅନ୍ତି, ତାହା ଅତ୍ୟନ୍ତ ଆନୁଷ୍ଠାନିକ ହୋଇଥାଏ । ହେଲେ ଯେତେବେଳେ ଲୁଇସ୍ ନାମକ ଜଣେ କର୍ମଚାରୀ ଚାକିରି ଛାଡ଼ିଲେ, ତାଙ୍କର ଇସ୍ତଫା ପତ୍ର ଏତେ ମଜାଦାର ଥିଲା ଯେ ଏହା ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ଲୁଇସଙ୍କ ଅଜବ ଇସ୍ତଫା ସୋସିଆଲ ମିଡିଆରେ ଚର୍ଚ୍ଚାର ବିଷୟ […]
ବିଶ୍ୱରେ ପ୍ରତିଦିନ ଅନେକ କର୍ମଚାରୀ ଗୋଟିଏ କମ୍ପାନୀରୁ ଇସ୍ତଫା ଦିଅନ୍ତି ଏବଂ ଅନ୍ୟ କମ୍ପାନୀରେ ଯୋଗ ଦିଅନ୍ତି । ଯଦିଓ ସେମାନେ ଏଥିପାଇଁ ଯେଉଁ ଇସ୍ତଫା ପତ୍ର ଦିଅନ୍ତି, ତାହା ଅତ୍ୟନ୍ତ ଆନୁଷ୍ଠାନିକ ହୋଇଥାଏ । ହେଲେ ଯେତେବେଳେ ଲୁଇସ୍ ନାମକ ଜଣେ କର୍ମଚାରୀ ଚାକିରି ଛାଡ଼ିଲେ, ତାଙ୍କର ଇସ୍ତଫା ପତ୍ର ଏତେ ମଜାଦାର ଥିଲା ଯେ ଏହା ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ଲୁଇସଙ୍କ ଅଜବ ଇସ୍ତଫା ସୋସିଆଲ ମିଡିଆରେ ଚର୍ଚ୍ଚାର ବିଷୟ ପାଲଟିଛି ।
ବାସ୍ତବରେ ଏହା ଏକ ମଜାଦାର ଇସ୍ତଫା ପତ୍ର ନୁହେଁ ବରଂ ଏକ ନୋଟ୍ ଆକାରରେ ଇସ୍ତଫା ଦେଇଛନ୍ତି ଏବଂ ଏଥିରେ ବ୍ୟବହୃତ କାଗଜଟି କୌଣସି ଅଫିସିଆଲ ପେପର୍ ନଥିଲା ବରଂ ଏହା ଏକ ଟଏଲେଟ୍ ପେପର୍ ଥିଲା । ଲୁଇସ୍ ଏହି ଚିଠିକୁ ଅନଲାଇନ୍ ସେୟାର କରିବା ମାତ୍ରେ ହିଁ ଇଣ୍ଟରନେଟ୍ ୟୁଜର ଏହାକୁ ବହୁତ ପସନ୍ଦ କଲେ ।

ଭାଇରାଲ୍ ପୋଷ୍ଟରେ ଲୁଇସ୍ ଯେଉଁ ଇସ୍ତଫା ନୋଟ୍ ଦେଖାଇଛନ୍ତି, ତାହାକୁ ଯେ କେହି ବି ଦେଖିଲେ ହସି ହସି ବେଦମ ହୋଇଯିବେ । ଟଏଲେଟ୍ ପେପର୍ରେ ଦିଆଯାଇଥିବା ଇସ୍ତଫା ପତ୍ରରେ ବିନା ପୋଷାକରେ ଏକ କାର୍ଟୁନ ଚିତ୍ର ରହିଛି ଏବଂ ଏଥିରେ ଲେଖାହୋଇଛି ଯେ ୟୋ, ମୁଁ ୨୫ ତାରିଖରୁ ଏଠାରୁ ଚାଲିଯିବି । ଲୁଇସ୍ ନିଜ ରୂପରେ କାର୍ଟୁନ୍ ଉପସ୍ଥାପନ କରିଛନ୍ତି । ଲୁଇସ୍ଙ୍କ ଏହି ପୋଷ୍ଟ ଏବେ ଭାଇରାଲ ହେବାରେ ଲାଗିଛି ଏବଂ ଲୋକମାନେ ନିଜ ନିଜ ପୋଷ୍ଟରେ ସେୟାର କରିବା ସହ ମଜାଳିଆ ପ୍ରତିକ୍ରିୟା ଦେଉଛନ୍ତି । ତେବେ ଲୁଇସ୍ଙ୍କ ବସ୍କୁ ତାଙ୍କର ନିଆରା ଇସ୍ତଫା ନୋଟ୍ ପସନ୍ଦ ଆସିଥିବା କହିଛନ୍ତି ।




