ଶ୍ରମିକ ଦିବସ ପାଳନ କରିବାର ଉଦ୍ଦେଶ୍ୟ

ମେ ’ଡେ ବା ଶ୍ରମିକ ଦିବସ କୁ ଆନ୍ତର୍ଜାତିକ ସ୍ତରରେ ୮୦ ଟି ଦେଶ ଏହି ଗୋଟିଏ ତାରିଖରେ ପାଳନ କରିଥାନ୍ତି I ଶ୍ରମିକ ଦିବସ କୁ ଆମେରିକା ଏବଂ କାନାଡା ସମେତ ଅନେକ ଦେଶରେ ଶ୍ରମିକ ଆନ୍ଦୋଳନ ଦ୍ୱାରା କରାଯାଇଥିବା ଇତିହାସିକ ସଂଘର୍ଷ ଏବଂ ସଫଳତାକୁ ସ୍ମରଣୀୟ ଦିନ ଅଟେ I ଶ୍ରମ ଦିବସ ଭାବରେ, ସେପ୍ଟେମ୍ବର ପ୍ରଥମ ସୋମବାରରେ ହୁଏ I ୧୮୮୯ ମସିହାରେ ସମାଜବାଦୀ ଗୋଷ୍ଠୀ ଏବଂ ଟ୍ରେଡ ୟୁନିଅନର ଏକ ଆନ୍ତର୍ଜାତୀୟ […]

Samaya Live Picture
Published On

ମେ ’ଡେ ବା ଶ୍ରମିକ ଦିବସ କୁ ଆନ୍ତର୍ଜାତିକ ସ୍ତରରେ ୮୦ ଟି ଦେଶ ଏହି ଗୋଟିଏ ତାରିଖରେ ପାଳନ କରିଥାନ୍ତି I ଶ୍ରମିକ ଦିବସ କୁ ଆମେରିକା ଏବଂ କାନାଡା ସମେତ ଅନେକ ଦେଶରେ ଶ୍ରମିକ ଆନ୍ଦୋଳନ ଦ୍ୱାରା କରାଯାଇଥିବା ଇତିହାସିକ ସଂଘର୍ଷ ଏବଂ ସଫଳତାକୁ ସ୍ମରଣୀୟ ଦିନ ଅଟେ I ଶ୍ରମ ଦିବସ ଭାବରେ, ସେପ୍ଟେମ୍ବର ପ୍ରଥମ ସୋମବାରରେ ହୁଏ I

୧୮୮୯ ମସିହାରେ ସମାଜବାଦୀ ଗୋଷ୍ଠୀ ଏବଂ ଟ୍ରେଡ ୟୁନିଅନର ଏକ ଆନ୍ତର୍ଜାତୀୟ ଶ୍ରମିକ ସଂଘ ସମର୍ଥନରେ ମେ ୧ କୁ ଶ୍ରମିକ ଦିବସ ଭାବରେ ପାଳନ କରାଗଲା I ଚିକାଗୋରେ ୧୮୮୬ ରେ ହେମାର୍କେଟ୍ ଦଙ୍ଗାର ପାଞ୍ଚ ବର୍ଷ ପରେ,ସମାଜବାଦୀ ଉତ୍ପତ୍ତିରେ ଅସନ୍ତୁଷ୍ଟ ଗ୍ରୋଭର କ୍ଲିଭଲ୍ୟାଣ୍ଡ, ଶ୍ରମ ଦିବସ ପାଳନ ପାଇଁ ଆଇନ ସ୍ୱାକ୍ଷର କରିଥିଲେ I ମାତ୍ର କାନାଡ଼ାରେ ସେପ୍ଟେମ୍ବର ମାସର ପ୍ରଥମ ସୋମବାର ଦିନକୁ ଶ୍ରମିକ ଦିବସ ଭାବରେ ପାଳନ କରାଯାଏ I

ଶ୍ରମିକ ମାନଙ୍କର ମହତ୍ତ୍ୱ ବଡ଼ ବଡ଼ କମ୍ପାନୀ ଗୁଡିକ କରୋନା କାଳ ରେ ବେଶ ଅନୁଭବ କରିଥିବେ I ଶ୍ରମିକଟି ନିଜ ପରିଶ୍ରମର ଝାଳ ବୁହାଇ ନିଜ ପାରିଶ୍ରମିକ ଅନୁଯାୟୀ ଗୁଜୁରାଣ ମେଣ୍ଟାଇ ଥାଏ I କିନ୍ତୁ ସେହି ଶ୍ରମିକଟିର ଅନୁପସ୍ଥିତିରେ ବଡ଼ ବଡ଼ କଳ କାରଖାନା ଗୁଡିକରେ ଅନେକ କ୍ଷତି ହୋଇଥାଏ I କିନ୍ତୁ ବର୍ତ୍ତମାନ ସ୍ଥିତି ଧୀରେ ଧୀରେ ସ୍ୱାଭାବିକ ହେବାରେ ଲାଗିଛି। ଶ୍ରମିକ ଶ୍ରେଣୀ ବିଷୟରେ ଚିନ୍ତା କରିବା ଅତ୍ୟନ୍ତ ଜରୁରୀ, କାରଣ ଯେ କୌଣସି ଦେଶର ଅର୍ଥନୈତିକ ପ୍ରଗତି ଏବଂ ଜାତୀୟ ସ୍ୱାର୍ଥ ପୂରଣର ମୁଖ୍ୟ ଭାର ଶ୍ରମିକ ଶ୍ରେଣୀର କାନ୍ଧରେ ରହିଛି। ଶିଳ୍ପ, ବାଣିଜ୍ୟ, କୋଠା ନିର୍ମାଣ, ସେତୁ ନିର୍ମାଣ, ରାସ୍ତା, କୃଷି ଇତ୍ୟାଦି I ଭାରତରେ ଶ୍ରମ ଦିବସ ପାଳନ ମେ ୧ , ୧୯୨୩ ରେ କିସାନ ମଜଦୁର ପାର୍ଟିର ନେତା ସିଙ୍ଗାରାଭେଲୁ ଚେଟିଆରଙ୍କ ପରାମର୍ଶରେ ଆରମ୍ଭ ହୋଇଥିଲା। ତାଙ୍କର ବକ୍ତବ୍ୟ ଥିଲା ଯେ, ସାରା ବିଶ୍ୱରେ ଶ୍ରମିକମାନେ ଏହି ଦିନ ପାଳନ କରୁଥିବାରୁ ଏହାକୁ ଭାରତରେ ମଧ୍ୟ ପାଳନ କରାଯିବା ଉଚିତ୍ I ତେଣୁ ମେ ୧ , ୧୯୨୩ ଠାରୁ,ଏହି ଦିନକୁ ଜାତୀୟ ଛୁଟି ଭାବରେ ମାନ୍ୟତା ଦିଆଗଲା I

ଅନ୍ତଃରାଷ୍ଟ୍ରୀୟ ଶ୍ରମିକ ଦିବସ ପାଳନ ପ୍ରଥମେ ଆମେରିକାରେ ଆରମ୍ଭ ହୋଇଥିଲା I ଶ୍ରମିକ ମାନେ ୮ ଘଣ୍ଟାରୁ ଅଧିକ କାମ ନ କରିବା ପାଇଁ ହରତାଳ ଆରମ୍ଭ କରିଥିଲେ I ସେତେବେଳେ ଶ୍ରମିକ ମାନଙ୍କ ପାଇଁ ବିଶେଷ କିଛି ଦରମା ଧାର୍ଯ୍ୟ ନଥିଲା I ସେମାନେ ବିନା ବିରତି ନେଇ ୧୨-୧୨ ଘଣ୍ଟା କାମ କରୁଥିଲେ I ଏପରିକି କାର୍ଯ୍ୟସ୍ଥଳରେ ସେମାନଙ୍କ ଜୀବନ ପ୍ରତି ଆସୁଥିବା ବିପଦକୁ ମଧ୍ୟ କମ୍ପାନୀ ମାନେ ଧ୍ୟାନ ଦେଉ ନଥିଲେ I ଏଇଭଳି ଦୁର୍ଘଟଣା କୁ ରୋକିବା ପାଇଁ ତଥା ନିଜର କାର୍ଯ୍ୟ ସମୟ ସୀମାକୁ ୮ ଘଣ୍ଟାରେ ସୀମିତ ରଖିବା ତଥା ଶ୍ରମିକ ମାନଙ୍କ ପାଇଁ ଗୋଟିଏ ଦିନ ସମ୍ପୂର୍ଣ୍ଣ ଅବକାଶ ନେବା ଉଦ୍ଦ୍ୟେଶରେ ଆନ୍ଦୋଳନ ଆରମ୍ଭ ହୋଇଥିଲା I ତେବେ ୧ ମେ ଥିଲା ସେହି କାଳ ଦିନ ଯେଉଁ ଦିନ ଆମେରିକାରେ ଚିକାଗୋ ସହରରେ ଥିବା ହେୟମାର୍କେଟ ଅଂଚଳରେ ଶ୍ରମିକ ସଭାକୁ ପୋଲିସ ଦମନ କରିଥିଲା I ଏହି ସମୟରେ କୌଣସି ଏକ ଅଜ୍ଞାତ ବ୍ୟକ୍ତି ଶ୍ରମିକଙ୍କ ଭିଡ଼କୁ ଲକ୍ଷ କରି ବୋମା ଫୋପାଡିଥିଲା I ଏହି ବୋମା କାଣ୍ଡରେ ଅନେକ ଶ୍ରମିକଙ୍କ ପ୍ରାଣ ହାନି ଘଟିଥିଲା I ଏହି ଦିନଟିକୁ ସ୍ମରଣୀୟ କରିବା ପାଇଁ ୧୮୮୬ ମେ’ ମାସ ୧ ତାରିଖକୁ ଶ୍ରମିକ ଦିବସ ଭାବରେ ପାଳନ କରାଯାଉଛି I ଏହାପରେ ୧୮୮୯ ରେ ପ୍ୟାରିସ ରେ ଅନ୍ତଃରାଷ୍ଟ୍ରୀୟ ମହାସଭାର ଦ୍ଵିତୀୟ ବୈଠକରେ ଫ୍ରାନ୍ସିସି କ୍ରାନ୍ତିକୁ ସ୍ମରଣୀୟ କରିବା ପାଇଁ ମେ’୧ ତାରିଖ କୁ ଅନ୍ତଃରାଷ୍ଟ୍ରୀୟ ଶ୍ରମିକ ଦିବସ ରୂପେ ମାନ୍ୟତା ଦିଅ ଗଲା । ସେହି ଦିନଠାରୁ ଆଜି ପର୍ଯ୍ୟନ୍ତ ୮୦ ଟି ଦେଶ ମେ’ମାସ ୧ ତାରିଖକୁ ଶ୍ରମିକ ଦିବସ ଭାବରେ ପାଳନ କରି ଆସୁଛନ୍ତି I

Tags: MAY DAY