ପୁରୁଣା ସାମଗ୍ରୀର ସଂଗ୍ରହାଳୟ
ପୁଡୁଚେରୀ: ନିଜର ଖାଲି ସମୟରେ ପୁରୁଣା ସାମଗ୍ରୀ ଏକାଠି କରିବା ଅନେକ ଲୋକଙ୍କର ଅଭ୍ୟାସ ହୋଇଥାଏ । ଏହି ସମୟରେ ସେମାନେ ଭଳିକିଭଳି ଜିନିଷ ଏକାଠି କରିଥାଆନ୍ତି । ସେହିଭଳି ଜଣେ ବ୍ୟକ୍ତି ହେଉଛନ୍ତି ପୁଡୁଚେରୀର ଆୟନାର । ସେ ନିଜର ପିଲାଦିନୁ ସାମଗ୍ରୀ ଏକାଠି କରୁଛନ୍ତି । ସେ ସର୍ବଦା ପୁରୁଣା ଧାତୁରୁ ପ୍ରସ୍ତୁତ ସାମଗ୍ରୀକୁ ଏକାଠି କରନ୍ତି । ଏହା ପଛର କାରଣ ମଧ୍ୟ ବେଶ୍ ଗୁରୁତ୍ୱପୂର୍ଣ୍ଣ । ଏହି ସଂଗ୍ରହ ପଛର […]
ପୁଡୁଚେରୀ: ନିଜର ଖାଲି ସମୟରେ ପୁରୁଣା ସାମଗ୍ରୀ ଏକାଠି କରିବା ଅନେକ ଲୋକଙ୍କର ଅଭ୍ୟାସ ହୋଇଥାଏ । ଏହି ସମୟରେ ସେମାନେ ଭଳିକିଭଳି ଜିନିଷ ଏକାଠି କରିଥାଆନ୍ତି । ସେହିଭଳି ଜଣେ ବ୍ୟକ୍ତି ହେଉଛନ୍ତି ପୁଡୁଚେରୀର ଆୟନାର । ସେ ନିଜର ପିଲାଦିନୁ ସାମଗ୍ରୀ ଏକାଠି କରୁଛନ୍ତି । ସେ ସର୍ବଦା ପୁରୁଣା ଧାତୁରୁ ପ୍ରସ୍ତୁତ ସାମଗ୍ରୀକୁ ଏକାଠି କରନ୍ତି ।

ଏହା ପଛର କାରଣ ମଧ୍ୟ ବେଶ୍ ଗୁରୁତ୍ୱପୂର୍ଣ୍ଣ । ଏହି ସଂଗ୍ରହ ପଛର କାରଣ ହେଲା ସେହି ବସ୍ତୁଗୁଡିକୁ ନଷ୍ଟ ହେବାରୁ ବଞ୍ଚାଇବା । ତାଙ୍କ ସଂଗ୍ରହାଳୟରେ ପ୍ରାୟ ୫୦ ବର୍ଷ ପୁରୁଣା ବାସନ ମଧ୍ୟ ରହିଛି, ଯାହା ତମ୍ବା ଓ କଂସାରୁ ନିର୍ମିତ ।

ସେ ଏହି ପୁରାତନ ଜିନିଷ ଗୁଡିକୁ ବିଭିନ୍ନ ସ୍ଥାନରୁ ସଂଗ୍ରହ କରିଛନ୍ତି । ଆଗକୁ ଯେପରି ଏହି ସମସ୍ତ ସାମଗ୍ରୀ ଆଗାମୀ ପିଢି ଦେଖିପାରନ୍ତୁ ଏହା ତାଙ୍କର ମୂଳ ଉଦ୍ଦେଶ୍ୟ । ସେ ପ୍ରତିବର୍ଷ ତାଙ୍କର ସମସ୍ତ ସାମଗ୍ରୀକୁ ଛାତ୍ରଛାତ୍ରୀଙ୍କ ନିମନ୍ତେ ଏକ ସଂଗ୍ରହାଳୟରେ ପ୍ରଦର୍ଶିତ କରିଥାଆନ୍ତି ।




