ଅଫିସ ପରେ କର୍ମଚାରୀଙ୍କୁ ଫୋନ କରିବା ବେଆଇନ

ପର୍ତ୍ତୁଗାଲ: ଅଫିସ୍‌ ସମୟ ପରେ ବସ୍‌ ଦ୍ୱାରା କର୍ମଚାରୀଙ୍କୁ ଫୋନ କିମ୍ବା ମେସେଜ୍‌ କରିବା ବେଆଇନ । ପର୍ତ୍ତୁଗାଲରେ ଏହାକୁ ନେଇ ଏକ ଆଇନ ପ୍ରଣୟନ କରାଯାଇଛି । ଏହି ଆଇନ ଅନୁଯାୟୀ ଅଫିସ ଆରମ୍ଭ ହେବା ପୂର୍ବରୁ କିମ୍ବା ପରେ କର୍ମଚାରୀଙ୍କୁ କାମ ପାଇଁ ଫୋନ୍‌, ମେସେଜ୍‌ କିମ୍ବା ଇମେଲ୍‌ କରୁଥିବା ବସ୍‌ଙ୍କୁ ଦଣ୍ଡ ମିଳିବ । କରୋନା ମହାମାରୀ ସମୟରେ ଚାଲିଥିବା ୱାର୍କ ଫ୍ରମ୍‌ ହୋମ୍‌ କଲଚର୍‌ ପରେ ଦେଶର ଶାସିତ ପାର୍ଟି ଏହି […]

Samaya Live Picture
Published On

ପର୍ତ୍ତୁଗାଲ: ଅଫିସ୍‌ ସମୟ ପରେ ବସ୍‌ ଦ୍ୱାରା କର୍ମଚାରୀଙ୍କୁ ଫୋନ କିମ୍ବା ମେସେଜ୍‌ କରିବା ବେଆଇନ । ପର୍ତ୍ତୁଗାଲରେ ଏହାକୁ ନେଇ ଏକ ଆଇନ ପ୍ରଣୟନ କରାଯାଇଛି । ଏହି ଆଇନ ଅନୁଯାୟୀ ଅଫିସ ଆରମ୍ଭ ହେବା ପୂର୍ବରୁ କିମ୍ବା ପରେ କର୍ମଚାରୀଙ୍କୁ କାମ ପାଇଁ ଫୋନ୍‌, ମେସେଜ୍‌ କିମ୍ବା ଇମେଲ୍‌ କରୁଥିବା ବସ୍‌ଙ୍କୁ ଦଣ୍ଡ ମିଳିବ । କରୋନା ମହାମାରୀ ସମୟରେ ଚାଲିଥିବା ୱାର୍କ ଫ୍ରମ୍‌ ହୋମ୍‌ କଲଚର୍‌ ପରେ ଦେଶର ଶାସିତ ପାର୍ଟି ଏହି ନୂଆ ଶ୍ରମ ଆଇନ ଲାଗୁ କରିଛନ୍ତି ।

ଏକ ରିପୋର୍ଟ ଅନୁଯାୟୀ ପର୍ତ୍ତୁଗାଲର ସଂସଦରୁ ପାରିତ ନୂଆ ନିୟମ ଅନୁସାରେ ଯଦି କମ୍ପାନୀ ଅଫିସ୍‌ ଓଭର୍‌ ପରେ ଏବଂ ଛୁଟିଦିନରେ ଅଫିସ କାମ ସମ୍ବନ୍ଧୀୟ ନିଜ କର୍ମଚାରୀଙ୍କୁ ଯୋଗାଯୋଗ କରନ୍ତି, ତାହାକୁ ଅପରାଧ ବୋଲି ଧରାଯିବ ଏବଂ ଉକ୍ତ କମ୍ପାନୀର ବସ୍‌ଙ୍କୁ ଦଣ୍ଡ ଦିଆଯିବ । କେବଳ ସେତିକି ନୁହେଁ କମ୍ପାନୀ ବିଦୁ୍ୟତ ଏବଂ ଇଣ୍ଟରନେଟ୍‌ ବିଲ୍‌ ଆଦି ଖର୍ଚ୍ଚ ମଧ୍ୟ ଉଠାଇବ । ଏହାସହ ଯଦି କୌଣସି କର୍ମଚାରୀର ସନ୍ତାନ ଅଛି, ତାହେଲେ ଛୁଆକୁ ୮ ବର୍ଷ ହେଲା ପର୍ଯ୍ୟନ୍ତ ଉକ୍ତ କର୍ମଚାରୀଙ୍କୁ ୱାର୍କ ଫ୍ରମ୍‌ ହୋମ୍‌ରେ ରଖାଯିବ । ତେବେ ପର୍ତ୍ତୁଗାଲର ଏହି ଶ୍ରମ ଆଇନର ସଂଶୋଧନ ଅନୁଯାୟୀ ୧୦ରୁ କମ୍‌ କର୍ମଚାରୀ ଥିବା କମ୍ପାନୀରେ ଲାଗୁ କରାଯିବ ନାହିଁ । ପର୍ତ୍ତୁଗାଲରେ କର୍ମଚାରୀଙ୍କୁ ସୁସ୍ଥ ରଖିବା ପାଇଁ ସରକାର ଏହି ନୂଆ ଯୋଜନାର ଶୁଭାରମ୍ଭ କରିଛନ୍ତି । ପର୍ତ୍ତୁଗାଲର ଶ୍ରମ ଏବଂ ସାମାଜିକ ସୁରକ୍ଷା ମନ୍ତ୍ରୀ ଅନା ମେଣ୍ଡେସ୍‌ କହିଛନ୍ତି, କରୋନା ମହାମାରୀ ସମୟରେ ୱାର୍କ ଫ୍ରମ୍‌ ହୋମ୍‌ ବାସ୍ତବିକତାରେ ପରିଣତ ହୋଇଛି । ଏଥିପାଇଁ ରିମୋଟ୍‌ ୱାର୍କିଂକୁ ଅଧିକ ସହଜ କରିବା ପାଇଁ ଏହି ଅଧ୍ୟାଦେଶ ଅଣାଯାଇଛି । ତେବେ ଏପରି ନିୟମ ବହୁ ୟୁରୋପୀୟ ଦେଶରେ ଲାଗୁ କରାଯାଇଛି । ଫ୍ରାନ୍ସ, ଜର୍ମାନୀ, ଇଟାଲୀରେ ଏପରି ଶ୍ରମ ଆଇନକୁ ଅନୁମତି ପ୍ରଦାନ କରାଯାଇଛି ।