ମହାଶିବରାତ୍ରୀ ୨୦୨୩ : ଶିବରାତ୍ରୀ ର ମହିମା

ସପ୍ତାହର ସମସ୍ତ ଦିନ ଭଗବାନ ଶିବଙ୍କୁ ପୂଜା କରାଯାଏ, କିନ୍ତୁ ସୋମବାର ଦିନଟି ଭଗବାନ ଶିବଙ୍କୁ ସମର୍ପିତ ହୋଇଥାଏ I ତେଣୁ ଶିବଙ୍କୁ ପୂଜା କରିବା ପାଇଁ ସୋମବାର ଟି ଶୁଭ ବୋଲି ଧରାଯାଏ I ସେହିପରି ପୌରାଣିକ ବିଶ୍ୱାସ ଅନୁଯାୟୀ ପ୍ରତି ମାସ କୃଷ୍ଣପକ୍ଷ ଚତୁର୍ଦ୍ଦଶୀ ତିଥିରେ ଶିବରାତ୍ରୀ ପଡିଥାଏ I ତେଣୁ ଶିବଭକ୍ତ ମାନେ ମାସକୁ ୨ଟି କରି ଶିବ ଚତୁର୍ଦଶୀ ଉପବାସ କରିଥାନ୍ତି I କିନ୍ତୁ ଫାଲ୍ଗୁନ ମାସ କୃଷ୍ଣପକ୍ଷ ଚତୁର୍ଦଶୀ ତିଥିରେ […]

Samaya Live Picture
Published On

ସପ୍ତାହର ସମସ୍ତ ଦିନ ଭଗବାନ ଶିବଙ୍କୁ ପୂଜା କରାଯାଏ, କିନ୍ତୁ ସୋମବାର ଦିନଟି ଭଗବାନ ଶିବଙ୍କୁ ସମର୍ପିତ ହୋଇଥାଏ I ତେଣୁ ଶିବଙ୍କୁ ପୂଜା କରିବା ପାଇଁ ସୋମବାର ଟି ଶୁଭ ବୋଲି ଧରାଯାଏ I ସେହିପରି ପୌରାଣିକ ବିଶ୍ୱାସ ଅନୁଯାୟୀ ପ୍ରତି ମାସ କୃଷ୍ଣପକ୍ଷ ଚତୁର୍ଦ୍ଦଶୀ ତିଥିରେ ଶିବରାତ୍ରୀ ପଡିଥାଏ I ତେଣୁ ଶିବଭକ୍ତ ମାନେ ମାସକୁ ୨ଟି କରି ଶିବ ଚତୁର୍ଦଶୀ ଉପବାସ କରିଥାନ୍ତି I କିନ୍ତୁ ଫାଲ୍ଗୁନ ମାସ କୃଷ୍ଣପକ୍ଷ ଚତୁର୍ଦଶୀ ତିଥିରେ ଯେଉଁ ଶିବରାତ୍ରୀ ପଡେ ତାହାକୁ ମହାଶିବରାତ୍ରୀ କୁହାଯାଏ I ଯେଉଁମାନେ ପ୍ରତିମାସ ଚତୁର୍ଦଶୀ ବ୍ରତ ପାଳନ କରି ନ ପାରିବେ ସେମାନେ ବର୍ଷକୁ ଏହି ଗୋଟିଏ ଦିନ ବ୍ରତ କଲେ ମଧ୍ୟ ପୁଣ୍ୟ ଫଳ ପାଇଁ ପାରିବେ I

ଭାରତରେ ହିନ୍ଦୁ ଧର୍ମ ଅନୁସାରେ ଅନେକ ଦେବତାମାନଙ୍କର ପୂଜାବିଧି କରିବାର ସ୍ୱତନ୍ତ୍ର ମାନ୍ୟତା ରହିଛି I ପୌରାଣିକ ମାନ୍ୟତା ଅନୁସାରେ ସଂସାର ତ୍ରିଦେବଙ୍କ ଅନୁସାରେ ଚାଲିଥାଏ I ଏମାନଙ୍କ ମଧ୍ୟରୁ ବ୍ରହ୍ମ ହେଉଛନ୍ତି ସୃଷ୍ଟି କର୍ତ୍ତା ,ବିଷ୍ଣୁ ପାଳନ ଓ ଶିବ ହେଉଛନ୍ତି ସଂହାର କର୍ତ୍ତା I କିନ୍ତୁ ଭଗବାନ ଶିବ ଖୁବ ଦୟାଳୁ ହୋଇଥାନ୍ତି I ତାଙ୍କୁ ନିଷ୍ଠାର ସହ ପୂଜା କଲେ ସେ ଭକ୍ତଂକ ମନସ୍କାମନା ଜଲ୍ଦି ପୁରାଣ କରିଥାନ୍ତି I ତେଣୁ ଶିବରାତ୍ରୀ ଦିନ ନରନାରୀ ଉପବାସ କରି ବ୍ରତ ଧାରଣ କରନ୍ତି I

ଶିବରାତ୍ରର ମହିମା ସମ୍ପର୍କରେ ମହାଭାରତର ଶାନ୍ତିପର୍ବରେ କଥିତ ଅଛି ଯେ ପିତାମହ ଭୀଷ୍ମ ଶରଶଯ୍ୟାରେ ଥାଇ ଧର୍ମୋପଦେଶ ଦେଲାବେଳେ ମହାଶିବରାତ୍ରି ପାଳନ ସମ୍ପର୍କରେ ଇକ୍ଷାକୁ ବଂଶର ରାଜା ଚିତ୍ରଭାନୁଙ୍କ କାହାଣୀ ଉଦ୍ଧାର କରିଥିଲେ । ଜମ୍ବୁଦ୍ୱୀପର ରାଜା ଚିତ୍ରଭାନୁଙ୍କ ସ୍ତ୍ରୀ ଥରେ ଶିବରାତ୍ରି ଉପବାସ ପାଳନ କରିଥିଲେ । ସେ ସମୟରେ ଋଷି ଅଷ୍ଟବକ୍ର ରାଜଦରବାରକୁ ଆସି ରାଜାଙ୍କୁ ଏହି ଦିବସ ପାଳନର କାରଣ ପଚାରିଥିଲେ । ରାଜା ଜାତିସ୍ମର ଥିବାରୁ ନିଜ ପୂର୍ବଜନ୍ମର କାହାଣୀ ବର୍ଣ୍ଣନା କଲେ: ପୂର୍ବଜନ୍ମରେ ସୁସ୍ୱର ନାମରେ ସେ ଜଣେ ଶିକାରୀ ଥିଲେ । ଦିନେ ବଣରେ ବୁଲୁବୁଲୁ ସନ୍ଧ୍ୟା ହେଲା । ନିଜ କୁଟୀରକୁ ଫେରି ନ ପାରି ରାତିରେ ହିଂସ୍ରଜନ୍ତୁଙ୍କ କବଳରୁ ରକ୍ଷାପାଇବା ପାଇଁ ସେ ନିକଟରେ ଥିବା ବେଲଗଛ ଉପରକୁ ଚଢ଼ିଗଲେ । ରାତିସାରା ବେଲପତ୍ର ଛିଡ଼ାଇ ତଳକୁ ପକାଇବା ସହ ନିଜ ପରିବାର କଥା ଭାବି ଲୁହ ଝରାଇବାକୁ ଲାଗିଲେ । ତାଙ୍କ ଅଜାଣତରେ ସେହି ଲୁହ ଓ ପତ୍ର ବିଲ୍ୱ ବୃକ୍ଷର ପାଦଦେଶରେ ଥିବା ଶିବଲିଙ୍ଗ ଉପରେ ପଡୁଥାଏ । ସକାଳ ହେବାରୁ ସେ ଶିକାର ଧରି ଘରକୁ ଫେରିଲେ । ପ୍ରଥମେ ଜଣେ ଭିକ୍ଷୁକୁ କିଛି ଖାଦ୍ୟ ଦାନକରି ନିଜେ ଖାଦ୍ୟଗ୍ରହଣ କଲେ । କିଛି ବର୍ଷ ପରେ ତାଙ୍କ ମୃତ୍ୟୁ ହେବାରୁ ସେ ଶୈବଲୋକ ପ୍ରାପ୍ତ ହେଲେ । ଅଜ୍ଞାତରେ, ସେ ଶିବରାତ୍ରି ଦିନ ଉପବାସ ରହି ଶିବଲିଙ୍ଗ ଉପରେ ବେଲପତ୍ର ଓ ଲୋତକ ସମର୍ପଣ କରିଥିବାରୁ ସେ ଶିବଙ୍କ ପାଖରେ ରହିବାର ସୁଯୋଗ ଲାଭ କରି ପରଜନ୍ମରେ ଚିତ୍ରଭାନୁ ରୂପରେ ରାଜଗାଦି ଭୋଗ କଲେ ।