ବିଶ୍ୱର ସବୁଠୁ ଥଣ୍ଡା କପଡ଼ା

ଜାପାନ: ଖରାଦିନେ ଆପଣଙ୍କୁ ସିଲ୍‌କ ଅପେକ୍ଷା ସୂତା କପଡ଼ା ଅଧିକ ଥଣ୍ଡା ରଖିବ । ନିକଟରେ ଏପରି କପଡ଼ାକୁ ପ୍ରସ୍ତୁତ କରିଛନ୍ତି ଜାପାନ ବୈଜ୍ଞାନିକ । ସେମାନେ ଏହିପରି ଏକ ସିଲ୍‌କ କପଡ଼ା ପ୍ରସ୍ତୁତ କରିଛନ୍ତି, ଯାହା ସୂତା କପଡ଼ା ତୁଳନାରେ ତାପମାତ୍ରାକୁ ୧୨.୫ ଡିଗ୍ରୀ ସେଲସିୟସ୍‌ ହ ୍ରାସ କରିଥାଏ । ଏତେ ମାତ୍ରାରେ ତାପମାତ୍ରା ହ୍ରାସ କରିପାରିଥିବାକୁ ଏହି କପଡ଼ା ଗ୍ରୀଷ୍ମଦିନେ ଶରୀରକୁ ଆରାମ ପ୍ରଦାନ କରିବ । ଚୀନର ‘ନାନଜିଙ୍ଗ ବିଶ୍ୱବିଦ୍ୟାଳୟ’ର ଅନୁସନ୍ଧାନକାରୀ ଏବଂ […]

Samaya Live Picture
Published On

ଜାପାନ: ଖରାଦିନେ ଆପଣଙ୍କୁ ସିଲ୍‌କ ଅପେକ୍ଷା ସୂତା କପଡ଼ା ଅଧିକ ଥଣ୍ଡା ରଖିବ । ନିକଟରେ ଏପରି କପଡ଼ାକୁ ପ୍ରସ୍ତୁତ କରିଛନ୍ତି ଜାପାନ ବୈଜ୍ଞାନିକ । ସେମାନେ ଏହିପରି ଏକ ସିଲ୍‌କ କପଡ଼ା ପ୍ରସ୍ତୁତ କରିଛନ୍ତି, ଯାହା ସୂତା କପଡ଼ା ତୁଳନାରେ ତାପମାତ୍ରାକୁ ୧୨.୫ ଡିଗ୍ରୀ ସେଲସିୟସ୍‌ ହ ୍ରାସ କରିଥାଏ । ଏତେ ମାତ୍ରାରେ ତାପମାତ୍ରା ହ୍ରାସ କରିପାରିଥିବାକୁ ଏହି କପଡ଼ା ଗ୍ରୀଷ୍ମଦିନେ ଶରୀରକୁ ଆରାମ ପ୍ରଦାନ କରିବ । ଚୀନର ‘ନାନଜିଙ୍ଗ ବିଶ୍ୱବିଦ୍ୟାଳୟ’ର ଅନୁସନ୍ଧାନକାରୀ ଏବଂ ‘ଷ୍ଟାନଫୋର୍ଡ ବିଶ୍ୱବିଦ୍ୟାଳୟ’ର ଶାନହୁଇ ଫ୍ୟାନ୍‌ ଏକତ୍ର ଏହି କପଡ଼ା ପ୍ରସ୍ତୁତ କରିବାରେ ସଫଳ ହୋଇଛନ୍ତି ।

ଗବେଷକଙ୍କ କହିବା ଅନୁଯାୟୀ, ଆଜିକାଲି ଦିନକୁ ଦିନ ଉତ୍ତାପ ବୃଦ୍ଧି ପାଉଥିବାରୁ ବାହାରକୁ ଯିବା ବେଳେ ଶରୀରକୁ ଥଣ୍ଡା ରଖିବା ପାଇଁ ଏହି କପଡ଼ାକୁ ଡିଜାଇନ୍‌ କରାଯାଇଛି । ମଣିଷ ନିଜକୁ ଥଣ୍ଡା ରଖିବା ପାଇଁ ବିଶ୍ୱର ୧୫ ପ୍ରତିଶତ ବିଜୁଳି ବ୍ୟବହାର କରେ । ତେଣୁ ନୂତନ କପଡ଼ା ସାହାଯ୍ୟରେ ବିଦୁ୍ୟତର ଏହି ଚାହିଦାକୁ କିଛି ମାତ୍ରାରେ ହ ୍ରାସ କରାଯାଇପାରିବ । ଏହା ବିନା ବିଦୁ୍ୟତକେ ଶରୀରକୁ ଥଣ୍ଡା ରଖିବାରେ ସାହାଯ୍ୟ କରିବ । ଅନୁସନ୍ଧାନକାରୀମାନେ କହିଛନ୍ତି, ସାଧାରଣତଃ ରେଶମ କପଡ଼ା ସୂର୍ଯ୍ୟ କିରଣକୁ ପ୍ରତିଫଳିତ କରିଥାଏ । ଏହି ଗୁଣକୁ ଧ୍ୟାନରେ ରଖି ରେଶମକୁ ଏକ କପଡା ତିଆରି କରିବା ପାଇଁ ରୂପାନ୍ତରିତ କରାଯାଇଛି ଯାହା ସୂର୍ଯ୍ୟ କିରଣର ୯୫ ପ୍ରତିଶତ ପର୍ଯ୍ୟନ୍ତ ପ୍ରତିଫଳିତ କରିପାରିବ । ଅନୁସନ୍ଧାନ ଅନୁଯାୟୀ, କପଡା ସୂର୍ଯ୍ୟ କିରଣକୁ ଯେତେ ଅଧିକ ପ୍ରତିଫଳିତ କରିଥାଏ ଏବଂ କମ୍‌ ଶୋଷିଥାଏ, ତାହା ଶରୀରକୁ ସେତିକି ସୂର୍ଯ୍ୟ କିରଣର ପ୍ରଭାବରୁ ରକ୍ଷା କରିବ ଏବଂ ଥଣ୍ଡା ରଖିବ । ଯେତେବେଳେ ଏହି କପଡ଼ା ସୂର୍ଯ୍ୟକିରଣରେ ପରୀକ୍ଷା କରାଯାଇଥିଲା, ଏହା ଦେଖାଗଲା ଯେ ଏହା ଆଖପାଖ ବାୟୁ ଅପେକ୍ଷା ୩.୫ ପ୍ରତିଶତ ଶୀତଳ ଅଟେ ।

ଅନୁସନ୍ଧାନକାରୀମାନେ କହିଛନ୍ତି ଯେ ଏହା ହେଉଛି ବିଶ୍ୱର ପ୍ରଥମ କପଡ଼ା ଯାହା ବାୟୁ ଅପେକ୍ଷା ଅଧିକ ଥଣ୍ଡା । ଅନୁସନ୍ଧାନ ରିପୋର୍ଟ ଅନୁଯାୟୀ, ଏହି କପଡ଼ାରେ ଆଲୁମିନିୟମ ଅକ୍ସାଇଡର ନାନୋପାର୍ଟିକଲ୍ସ ମିଶ୍ରିତ ହୋଇଛି । ତେଣୁ ଏହା ଇନ୍‌ଫ୍ରାରେଡ୍‌, ଭିଜିବଲ୍‌ ଏବଂ ଅତିବାଇଗଣି ରଶ୍ମିକୁ ପ୍ରତିଫଳିତ କରି ସେଗୁଡ଼ିକକୁ ଶରୀରଠାରୁ ଦୂରରେ ରଖେ । ଯଦି ଆପଣ ଏହି ରେଶମ କପଡ଼ା ପିନ୍ଧି ୪୦ ଡିଗ୍ରୀ ସେଲସିଅସ୍‌ ତାପମାତ୍ରାରେ ଛିଡା ହୋଇଛନ୍ତି ତେବେ ଏହା ଆପଣଙ୍କୁ ୩୨ ଡିଗ୍ରୀ ସେଲସିୟସ୍‌ ତାପମାତ୍ରା ଅନୁଭବ କରାଇବ । ଏହି ସମୟରେ ଏହା ସୂତା ଅପେକ୍ଷା ୧୨.୫ ଡିଗ୍ରୀ ସେଲସିୟସ୍‌ କମ୍‌ ତାପମାତ୍ରା ଅନୁଭବ ପ୍ରଦାନ କରିବ । ଏହା ମଧ୍ୟ ପରୀକ୍ଷା ସମୟରେ ପ୍ରମାଣିତ ହୋଇଛି ।