‘ଇମାଜିନ୍ କ୍ଲଥ୍ ବ୍ୟାଙ୍କ’ ଦେଉଛି ଏକ ଟଙ୍କାରେ ପୋଷାକ
ବାଙ୍ଗାଲୁର : ଦୁନିଆରେ ଏଭଳି କିଛି ବ୍ୟକ୍ତି ଅଛନ୍ତି, ଯେଉଁମାନଙ୍କ ପାଇଁ ଜୀବନ ଜିଇଁବା ବେଶ୍ କଷ୍ଟ । କାରଣ ଏମାନଙ୍କୁ ଜୀବନ ଜିଇଁବା ପାଇଁ ମୌଳିକ ସୁବିଧା ଯେପରି ଖାଦ୍ୟ ଓ ବସ୍ତ୍ର ମିଳିନଥାଏ । ପେଟ ପାଇଁ ଖାଦ୍ୟ ଓ ଦେହ ପାଇଁ ବସ୍ତ୍ର ଯୋଗାଡ କରିବାକୁ ଅନେକ ପରିଶ୍ରମ କରିବାକୁ ହୋଇଥାଏ । ତେବେ ଏହିଭଳି କିଛି ଦରକାରୀ ଲୋକଙ୍କ ପାଇଁ ଦେବଦୂତ ସାଜିଛନ୍ତି ୪ଜଣ କଲେଜ ପଢୁଆ ପିଲା । ବାଙ୍ଗାଲୁରର […]
ବାଙ୍ଗାଲୁର : ଦୁନିଆରେ ଏଭଳି କିଛି ବ୍ୟକ୍ତି ଅଛନ୍ତି, ଯେଉଁମାନଙ୍କ ପାଇଁ ଜୀବନ ଜିଇଁବା ବେଶ୍ କଷ୍ଟ । କାରଣ ଏମାନଙ୍କୁ ଜୀବନ ଜିଇଁବା ପାଇଁ ମୌଳିକ ସୁବିଧା ଯେପରି ଖାଦ୍ୟ ଓ ବସ୍ତ୍ର ମିଳିନଥାଏ । ପେଟ ପାଇଁ ଖାଦ୍ୟ ଓ ଦେହ ପାଇଁ ବସ୍ତ୍ର ଯୋଗାଡ କରିବାକୁ ଅନେକ ପରିଶ୍ରମ କରିବାକୁ ହୋଇଥାଏ । ତେବେ ଏହିଭଳି କିଛି ଦରକାରୀ ଲୋକଙ୍କ ପାଇଁ ଦେବଦୂତ ସାଜିଛନ୍ତି ୪ଜଣ କଲେଜ ପଢୁଆ ପିଲା । ବାଙ୍ଗାଲୁରର ୪ଜଣ ସାଙ୍ଗ ଆରମ୍ଭ କରିଛନ୍ତି ‘ଇମାଜିନ୍ କ୍ଲଥ୍ ବ୍ୟାଙ୍କ’ ।

ଏହି ବ୍ୟାଙ୍କରେ ଏକ ଟଙ୍କାରେ ପୋଷାକ ମିଳୁଛି । ଏହି ବ୍ୟାଙ୍କଟି ୨୦୨୧ରୁ ଆରମ୍ଭ ହୋଇଛି । ଯୁବକମାନେ ରହୁଥିବା ବିଲିଡିଂରୁ ପୋଷାକ ଏକାଠି କରି ଏହି ବ୍ୟାଙ୍କରେ ଜମା କରିଥାଆନ୍ତି । ଏହାପରେ ଗରିବ ଶ୍ରେଣୀର ଲୋକମାନେ ନିଜ ପସନ୍ଦ ହିସାବରେ ଏହି ବ୍ୟାଙ୍କରୁ ମାତ୍ର ଏକ ଟଙ୍କା ଦେଇ ପୋଷାକ ନେଇଥା;ି । ଏହି ବ୍ୟାଙ୍କରେ ବିଭିନ୍ନ ପ୍ରକାରର ପୋଷାକ, ଯେପରି ଶାଢୀ, ପ୍ୟାଣ୍ଟ, ଟପ୍, କୁର୍ତ୍ତା, ସାର୍ଟ ଆଦି ରହିଥାଏ ।

ତେବେ ଗ୍ରାହକଙ୍କଠୁ ନିଆଯାଉଥିବା ପଇସାରେ ବିଭିନ୍ନ ଦରକାରୀ ଲୋକଙ୍କୁ ସାହାଯ୍ୟ କରାଯାଇଥାଏ । ଏହି ଅର୍ଥରେ ଲୋକଙ୍କୁ ଶିକ୍ଷା ଓ ଡାକ୍ତରୀ ସହାୟତା ଯୋଗାଇ ଦିଆଯାଇଥାଏ । ଏହି ଯୁବକଙ୍କ କାମକୁ ସୋସିଆଲ ମିଡିଆରେ ବେଶ୍ ପ୍ରଂଶସା କରାଯାଉଛି । ତାଙ୍କର କାର୍ଯ୍ୟ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି ।




