କଲରାପତରିଆ ବାଘ ଛାଲ ସହ ୫ ଗିରଫ
ରାୟଗଡ଼ା: ବାଘଛାଲ ବେପାର ପଣ୍ଡ । ୨ କଲରାପତରିଆ ବାଘ ଛାଲ ସହ ୫ ଜଣ ବେପାରୀଙ୍କୁ ଗିରଫ କଲା ରାୟଗଡ଼ା ଓ କଳାହାଣ୍ଡି ଦକ୍ଷିଣ ବନ ବିଭାଗ । କାଶୀପୁର ହନୁମାନ ମନ୍ଦିର ନିକଟରେ ବାଘ ଛାଲ ବେପାର ହେବା ନେଇ ରାୟଗଡ଼ା ଡିଏଫଓ ସଚିନ ଆନ୍ନା ସାହେବଙ୍କୁ ବିଶେଷ ସୂତ୍ରରୁ ଖବର ମିଳିଥିଲା I ଏଥିପାଇଁ ସେ କାଶୀପୁର ବନ ଅଧିକାରୀଙ୍କୁ ଚଢଉ ପାଇଁ ନିର୍ଦ୍ଦେଶ ଦେଇଥିଲେ। ବୁଧବାର ଦିନ କାଶୀପୁର, ଟିକିରି, କଲ୍ୟାଣସିଂହପୁର ଓ କଳାହାଣ୍ଡି ବନ ବିଭାଗର ଅଧିକାରୀମାନେ କାଶୀପୁର ହନୁମାନ ମନ୍ଦିର ନିକଟରେ ଛକି ରହିଥିଲେ । ଏହି ସମୟରେ ୫ ଜଣ ବ୍ୟକ୍ତି ୩ଟି ବାଇକରେ ବାଘଛାଲ ବିକ୍ରି ପାଇଁ ସେଠାରେ ପହଞ୍ଚିବା ପରେ ବନ ବିଭାଗର ଅଧିକାରୀମାନେ ସେମାନଙ୍କୁ କାବୁ କରିଥିଲେ ।
ସେମାନଙ୍କ ଠାରୁ ଦୁଇଟି ବାଘଛାଲ, ୩ଟି ବାଇକ ଓ ଗୋଟିଏ ଛୁରି ଜବତ କରାଯାଇଛି। ଗିରଫ ଅଭିଯୁକ୍ତମାନେ ହେଲେ କାଶିପୁର ବ୍ଲକ ସୁଙ୍ଗେର ଗାଁର ଗପି ଗୈ।ଡ଼ , ଗୁପ୍ତେଶ୍ୱର ଗୈ।ଡ, ଅମରସିଂଗୁଡା ଗାଁର ଇଶ୍ୱର ନାଏକ, ପୁଡଗସିଲ ଗାଁର ସୁଅର ସିଂ ମାଝୀ ଏବଂ କଡିକିପଦର ଗ୍ରାମର କାଳୁ ମାଝୀ । ବାଘ ଛାଲ ଚୋରା ଚାଲାଣ ପଛରେ ଆଉ କାହାର ସଂପୃକ୍ତି ରହିଛି ତାହାର ଖୋଳତାଡ ଚାଲିଛି।



