ପେଶା ଡାକ୍ତର, ନିଶା ସାଇକିଲିଂ

ବେଙ୍ଗାଳୁରୁ: ଦେଶରେ ଦିନକୁ ଦିନ ତୈଳ ଦର ବୃଦ୍ଧି ପାଇବାରେ ଲାଗିଛି । ଅନ୍ୟପକ୍ଷରେ ପ୍ରଦୂଷଣର ମାତ୍ରା ବୃଦ୍ଧି ପ୍ରସଙ୍ଗ ଉପରେ ପ୍ରତ୍ୟେକ ବ୍ୟକ୍ତି ଆଲୋଚନା କରୁଥିଲେ ମଧ୍ୟ ଏହାକୁ ରୋକିବା ପାଇଁ କେହି ବି ପ୍ରୟାସ କରୁନାହାନ୍ତି । ବିଶ୍ୱରେ ବହୁତ କମ୍‌ ଲୋକ ଏପରି ଅଛନ୍ତି ଯିଏ ପ୍ରଦୂଷଣ ରୋକିବା ପଦକ୍ଷେପ ଉପରେ କାମ କରୁଛନ୍ତି । ସେମାନଙ୍କ ମଧ୍ୟରୁ ଜଣେ ହେଉଛନ୍ତି ବେଙ୍ଗାଳୁରୁରେ ରହୁଥିବା ଡାକ୍ତର ଅରବିନ୍ଦ । ପେଶାରେ ସେ ଜଣେ […]

Samaya Live Picture
Published On

ବେଙ୍ଗାଳୁରୁ: ଦେଶରେ ଦିନକୁ ଦିନ ତୈଳ ଦର ବୃଦ୍ଧି ପାଇବାରେ ଲାଗିଛି । ଅନ୍ୟପକ୍ଷରେ ପ୍ରଦୂଷଣର ମାତ୍ରା ବୃଦ୍ଧି ପ୍ରସଙ୍ଗ ଉପରେ ପ୍ରତ୍ୟେକ ବ୍ୟକ୍ତି ଆଲୋଚନା କରୁଥିଲେ ମଧ୍ୟ ଏହାକୁ ରୋକିବା ପାଇଁ କେହି ବି ପ୍ରୟାସ କରୁନାହାନ୍ତି । ବିଶ୍ୱରେ ବହୁତ କମ୍‌ ଲୋକ ଏପରି ଅଛନ୍ତି ଯିଏ ପ୍ରଦୂଷଣ ରୋକିବା ପଦକ୍ଷେପ ଉପରେ କାମ କରୁଛନ୍ତି । ସେମାନଙ୍କ ମଧ୍ୟରୁ ଜଣେ ହେଉଛନ୍ତି ବେଙ୍ଗାଳୁରୁରେ ରହୁଥିବା ଡାକ୍ତର ଅରବିନ୍ଦ । ପେଶାରେ ସେ ଜଣେ ନୁ୍ୟରୋସର୍ଜନ ହୋଇଥିବା ବେଳେ ତାଙ୍କର ସଉକ ହେଉଛି ସାଇକେଲ୍‌ ଚଲାଇବା । ରିପୋର୍ଟ ଅନୁଯାୟୀ ଡକଫର ଅରବିନ୍ଦ ସାଇକିଲିଂର ଫେମସ୍‌ ଟୁର୍‌ ମଧ୍ୟ ସମ୍ପୂର୍ଣ୍ଣ କରିଛନ୍ତି । ସେ ତିନି ଥର ଟୁର୍‌ ଅଫ୍‌ ନୀଳଗିରିରେ ଯାଇସାରିଛନ୍ତି । ଗତ କିଛି ବର୍ଷ ଧରି ସେ ସାଇକିଲିଂ ସହ ଜଡ଼ିତ କାର୍ଯ୍ୟକ୍ରମରେ ଭାଗ ନେଇ ଆସୁଛନ୍ତି । ଅରବିନ୍ଦ ୨୦୦୯ରେ ଟୁର୍‌ ଅଫ୍‌ ନୀଳଗିରିରେ ସାମିଲ ହୋଇଥିଲେ । ଏହି ଟୁର୍‌ ତିନୋଟି ରାଜ୍ୟ ତଥା ତାମିଲନାଡୁ, କର୍ଣ୍ଣାଟକ ଏବଂ କେରଳରେ ହେଉଥିଲା । ୮ ଦିନରେ ଏକ ହଜାର କିଲୋମିଟରର ଯାତ୍ରା କେବଳ ସାଇକେଲରେ ହେଉଥିଲା । ସେ ପ୍ରତିଦିନ ୧୫୦ କିଲୋମିଟର ସାଇକେଲ ଚଲାଉଥିଲେ ।

ଅରବିନ୍ଦଙ୍କ କହିବା ଅନୁଯାୟୀ, ସାଇକେଲ୍‌ ସହ ତାଙ୍କର ନିବିଡ଼ ସମ୍ପର୍କ ରହିଛି । ସେ କେବେ ବି ଏହାକୁ ଛାଡ଼ିବାକୁ ଚାହୁଁନାହାନ୍ତି । ଖରା ହେଉ କି ବର୍ଷା ସେ ପ୍ରତିଦିନ ସାଇକେଲ୍‌ରେ ହିଁ ହସ୍ପିଟାଲ ଯାଆନ୍ତି । ତାଙ୍କ ପାଖରେ ଏବେ ୮ଟି ସାଇକେଲ୍‌ ଅଛି । ତାଙ୍କର ବିଶ୍ୱାସ ଯେ ଯେତେବେଳେ ବି ହସ୍ପିଟାଲରେ କୌଣସି ଜରୁରୀ ପରିସ୍ଥିତି ଆସେ, ସେ ସାଇକେଲ ଠାରୁ ଭଲ ସାଧନ କିଛି ପାଆନ୍ତି ନାହିଁ । ଗତ ୨ ବର୍ଷରେ ସେ ପ୍ରତି ବର୍ଷ ୧୩ ହଜାର କିଲୋମିଟର ସାଇକେଲରେ ଯାତ୍ରା କରୁଛନ୍ତି । ଛୁଟିଦିନରେ ସେ ଘରଠାରୁ ପାହାଡ଼ିଆ ରାସ୍ତା ଦେଇ ସାଇକେଲ ଚଲାନ୍ତି । ୫୨ ବର୍ଷୀୟ ଡକଫର ଅରବିନ୍ଦ ଏପର୍ଯ୍ୟନ୍ତ ୭ ହଜାର ଅପରେସନ୍‌ କରିସାରିଛନ୍ତି । ନୁ୍ୟରୋସର୍ଜରୀ ଏବଂ ସାଇକିଲିଂରେ ବହୁତ କିଛି ସମାନତା ରହିଛି ବୋଲି ଅରବିନ୍ଦ କହିଥାନ୍ତି । ନୁ୍ୟରୋସର୍ଜରୀରେ ଟୁ୍ୟମର ବାହାର କରିବା ସମୟରେ ବେଳେ ବେଳେ ଅପରେସନ୍‌ ଥିଏଟରରେ ୮ ଘଣ୍ଟା ସମୟ ବିତାଇବାକୁ ପଡ଼ିଥାଏ । ହେଲେ ପରିଶେଷରେ ଯେତେବେଳେ ଅପରେସନ୍‌ ସଫଳ ହୋଇଥାଏ ସେ ସବୁ କଷ୍ଟକୁ ଭୁଲି ଯାଆନ୍ତି । ସେହିପରି ସାଇକେଲ୍‌ ରାଇଡ୍‌ ସମୟରେ କଷ୍ଟ ହେଉଥିଲେ ବି ଲକ୍ଷ୍ୟସ୍ଥଳରେ ପହଞ୍ଚିବା ପରେ ଖୁସି ଲାଗିଥାଏ ।