ପ୍ଲାଷ୍ଟିକ ବର୍ଜ୍ୟରୁ ପେଟ୍ରୋଲ ପ୍ରସ୍ତୁତ

ବିହାର: ଦିନକୁ ଦିନ ସାରା ଦେଶରେ ତୈଳ ଦର ବୃଦ୍ଧି ପାଇବାରେ ଲାଗିଛି, ଯାହାକୁ ନେଇ ଅସନ୍ତୋଷରେ ଦେଶବାସୀ । ସେପଟେ ସବୁ ସ୍ଥାନରେ ପ୍ଲାଷ୍ଟିକ ବର୍ଜ୍ୟବସ୍ତୁ ପରିବେଶ ଏବଂ ସାଧାରଣ ଲୋକଙ୍କ ପାଇଁ ଚିନ୍ତାର କାରଣ ପାଲଟିଛି । ହେଲେ ବିହାରର ଯୁବକଙ୍କର ଏକ ଟିମ୍‌ ଏକାସଙ୍ଗେ ଏହି ଦୁଇଟି ସମସ୍ୟାର ସମାଧାନ ବାଟ ବାହାର କରିଛନ୍ତି । ଏହି ପ୍ରତିଭା ସମ୍ପନ୍ନ ଯୁବ ଟିମ୍‌ ପ୍ଲାଷ୍ଟିକ୍‌ ଅଳିଆରୁ ପେଟ୍ରୋଲ ଓ ଡିଜେଲ ପ୍ରସ୍ତୁତ କରିଛନ୍ତି […]

Samaya Live Picture
Published On

ବିହାର: ଦିନକୁ ଦିନ ସାରା ଦେଶରେ ତୈଳ ଦର ବୃଦ୍ଧି ପାଇବାରେ ଲାଗିଛି, ଯାହାକୁ ନେଇ ଅସନ୍ତୋଷରେ ଦେଶବାସୀ । ସେପଟେ ସବୁ ସ୍ଥାନରେ ପ୍ଲାଷ୍ଟିକ ବର୍ଜ୍ୟବସ୍ତୁ ପରିବେଶ ଏବଂ ସାଧାରଣ ଲୋକଙ୍କ ପାଇଁ ଚିନ୍ତାର କାରଣ ପାଲଟିଛି । ହେଲେ ବିହାରର ଯୁବକଙ୍କର ଏକ ଟିମ୍‌ ଏକାସଙ୍ଗେ ଏହି ଦୁଇଟି ସମସ୍ୟାର ସମାଧାନ ବାଟ ବାହାର କରିଛନ୍ତି । ଏହି ପ୍ରତିଭା ସମ୍ପନ୍ନ ଯୁବ ଟିମ୍‌ ପ୍ଲାଷ୍ଟିକ୍‌ ଅଳିଆରୁ ପେଟ୍ରୋଲ ଓ ଡିଜେଲ ପ୍ରସ୍ତୁତ କରିଛନ୍ତି । ବିହାରର ମୁଜଫରପୁରର ଯୁବକମାନେ ଅବ୍ୟବହୃତ ପ୍ଲାଷ୍ଟିକ୍‌ ସାମଗ୍ରୀରୁ ପେଟ୍ରୋଲ ଓ ଡିଜେଲ ତିଆରି କରିବାରେ ସଫଳ ହୋଇଛନ୍ତି । ସେମାନଙ୍କର ଏହି ପ୍ରଚେଷ୍ଟାରୁ ଗୋଟେ ପଟେ ଶସ୍ତା ପେଟ୍ରୋଲିୟମ ଉତ୍ପାଦନ ମିଳିପାରିବ, ଅନ୍ୟପଟେ ପ୍ଲାଷ୍ଟିକ ଆବର୍ଜନାରୁ ମୁକ୍ତି ପାଇବାର ସମାଧାନ ମଧ୍ୟ ମିଳିଯାଇଛି । ମୁଜଫରପୁରର ଖରୋନା ଗାଁରେ ଗତ ମଙ୍ଗଳବାର ଏହାର ଏକ ପ୍ଲାଣ୍ଟର ଶୁଭାରମ୍ଭ କରାଯାଇଛି । ଏହି ପ୍ଲାଣ୍ଟରେ ୮ ଜଣ ଯୁବକ ମିଶି ପ୍ଲାଷ୍ଟିକ୍‌ ଆବର୍ଜନାରୁ ବାୟୋ ପେଟ୍ରୋଲ ଏବଂ ଡିଜେଲ ତିଆରି କରିବା କାମ ଆରମ୍ଭ କରିଦେଇଛନ୍ତି । ଏହି ଟିମ୍‌ର ନେତୃତ୍ୱ ନେଇଛନ୍ତି ଆଇଏସ୍‌ଆଇ ଦିଲ୍ଲୀ ସଂସ୍ଥାର ଛାତ୍ର ଆଶୁତୋଷ ମଙ୍ଗଳମ୍‌ । ତାଙ୍କ ଟିମ୍‌ରେ ଶିବାନୀ, ସୁମିତ କୁମାର, ଅମନ କୁମାର ଏବଂ ମହମ୍ମଦ ହସନ ସାମିଲ ଅଛନ୍ତି । ଆଶୁତୋଷ ନିଜ ସାଥୀମାନଙ୍କ ସହ ମିଶି ୨୦୧୯ରେ ଏହି ଟେକ୍ନୋଲେଜିକୁ ପ୍ରୟୋଗ କରିଥିଲେ ଏବଂ ସଫଳତା ମିଳିବା ପରେ ୨୦୨୦ରେ ଏହାର ପେଣ୍ଟେଟ୍‌ କରିଥିଲେ । ଏହି ନୂଆ ଆବିଷ୍କାରର ନାମ ଗ୍ରାଭିଟି ଏଗ୍ରୋ ଆଣ୍ଡ୍‌ ଏନର୍ଜୀ ରଖିଛନ୍ତି । ଏହି ପ୍ଲାଣ୍ଟ୍‌କୁ ନିର୍ମାଣ କରିବା ପାଇଁ ଆଶୁତୋଷ ନିଜ ପୈତୃକ ସମ୍ପତ୍ତିକୁ ବିକ୍ରି କରିଦେଇଛନ୍ତି । ଏହି ପ୍ଲାଣ୍ଟ୍‌ରେ ପ୍ଲାଷ୍ଟିକ ଆବର୍ଜନାକୁ ପ୍ରଥମେ ଇଥେନ୍‌ରେ ପରିବର୍ତ୍ତନ କରାଯିବ । ପୁଣି ଇଥେନକୁ ଆଇସୋ ଆକେଫନରେ ବଦଳାଯାଇ ପେଟ୍ରୋ-କେମିକାଲ ନିଷ୍କାସିତ କରାଯିବ । ପୌରପାଳିକା ପ୍ଲାଣ୍ଟ୍‌କୁ ପ୍ଲାଷ୍ଟିକ ଆବର୍ଜନା ଯୋଗାଇ ଦେଉଛି । ଏକ ଲିଟରର ବାୟୋ ଡିଜେଲ ତିଆରି କରିବା ପାଇଁ ୬୨ ଟଙ୍କା ଖର୍ଚ୍ଚ ହେଉଛି ଏବଂ ଏହାକୁ ପ୍ରତି ଲିଟର ୭୦ଟଙ୍କାରେ ବିକ୍ରି କରାଯାଇପାରିବ । ଏହି ପ୍ଲାଣ୍ଟ୍‌ ପ୍ରତିଦିନ ୨୦୦ କିଲୋଗ୍ରାମ ପ୍ଲାଷ୍ଟିକ ଅଳିଆରୁ ୧୭୫ ଲିଟର ପେଟ୍ରୋଲ-ଡିଜେଲ ପ୍ରସ୍ତୁତ କରିପାରିବ । ତେବେ ଏହା ପରିବେଶ ପାଇଁ ଲାଭଦାୟକ ବୋଲି ଆଶୁତୋଷ ମଙ୍ଗଳମ କହିଛନ୍ତି ।