ମହାକାଶଚାରୀଙ୍କ ପ୍ରଥମ ପସନ୍ଦ ଭାରତୀୟ ଖାଦ୍ୟ
ଭାରତୀୟ ଖାଦ୍ୟର ଚାହିଦା ବିଶ୍ୱର କୋଣ ଅନୁକୋଣରେ ରହିଛି । ଏହିପରିକି ମହାକାଶରେ ମଧ୍ୟ ଭାରତୀୟ ଖାଦ୍ୟକୁ ବେଶ୍ ପସନ୍ଦ କରାଯାଉଛି ବୋଲି ଜଣାପଡ଼ିଛି । ଖାଦ୍ୟର ତାଲିକା ପ୍ରସ୍ତୁତ କରାଗଲେ ମହାକାଶଚାରୀମାନେ ପ୍ରଥମ ଭାରତୀୟ ଖାଦ୍ୟକୁ ପ୍ରାଥମିତ୍ୱ ଦେଇଥିନ୍ତି ବୋଲି ନିକଟରେ ଡାକ୍ତର ଅନିଲ୍ ମେନନ୍ ପ୍ରକାଶ କରିଛନ୍ତି । ଖୁବ୍ ଶୀଘ୍ର ଚନ୍ଦ୍ରକୁ ଯାତ୍ରାକରିବାକୁ ଯାଉଥିବା ଭାରତୀୟ ବଂଶୋଦ୍ଭବ ମହାକାଶଚାରୀ ଅନିଲ ନିଜର ଏକ ସାକ୍ଷାତକାରରେ ଏନେଇ ପ୍ରକାଶ କରିଛନ୍ତି । ମହାକାଶରେ ଖାଦ୍ୟ […]
ଭାରତୀୟ ଖାଦ୍ୟର ଚାହିଦା ବିଶ୍ୱର କୋଣ ଅନୁକୋଣରେ ରହିଛି । ଏହିପରିକି ମହାକାଶରେ ମଧ୍ୟ ଭାରତୀୟ ଖାଦ୍ୟକୁ ବେଶ୍ ପସନ୍ଦ କରାଯାଉଛି ବୋଲି ଜଣାପଡ଼ିଛି । ଖାଦ୍ୟର ତାଲିକା ପ୍ରସ୍ତୁତ କରାଗଲେ ମହାକାଶଚାରୀମାନେ ପ୍ରଥମ ଭାରତୀୟ ଖାଦ୍ୟକୁ ପ୍ରାଥମିତ୍ୱ ଦେଇଥିନ୍ତି ବୋଲି ନିକଟରେ ଡାକ୍ତର ଅନିଲ୍ ମେନନ୍ ପ୍ରକାଶ କରିଛନ୍ତି । ଖୁବ୍ ଶୀଘ୍ର ଚନ୍ଦ୍ରକୁ ଯାତ୍ରାକରିବାକୁ ଯାଉଥିବା ଭାରତୀୟ ବଂଶୋଦ୍ଭବ ମହାକାଶଚାରୀ ଅନିଲ ନିଜର ଏକ ସାକ୍ଷାତକାରରେ ଏନେଇ ପ୍ରକାଶ କରିଛନ୍ତି ।

ମହାକାଶରେ ଖାଦ୍ୟ କଥା ଉଠିଲେ ସମସ୍ତେ ଭାରତୀୟ ଖାଦ୍ୟକୁ ଆଗରେ ରଖନ୍ତି । ଭାରତୀୟ ଖାଦ୍ୟରେ ବ୍ୟବହାର ହେଉଥିବା ମସଲା ହିଁ ଏହାକୁ ଅଧିକ ସ୍ୱାଦିଷ୍ଟ କରିଥାଏ ବୋଲି ସେ ମତ ଦେଇଛନ୍ତି । ଏହାଛଡ଼ା ବ୍ୟଞ୍ଜନର କରିବା ଶୈଳୀ ମଧ୍ୟ ଖାଦ୍ୟକୁ ସ୍ୱାଦିଷ୍ଟ କରିଥାଏ । ମେନନ୍ ନିଜ ଜୀବନର ଅନେକ ସମୟ ଭାରତରେ କାଟିଥିବାରରୁ ତାଙ୍କର ମଧ୍ୟ ଭାରତୀୟ ଖାଦ୍ୟ ବେଶ୍ ପସନ୍ଦ । ୨୦୧୪ରେ ମେନନ୍ ନାସାର ଫ୍ଲାଇଟ୍ ସର୍ଜନ ଭାବେ ନିଜର କ୍ୟାରିୟର ଆରମ୍ଭ କରିଥିଲେ ।




