ବର୍ଜ୍ୟବସ୍ତୁରୁ ଆଇରନ୍ ମ୍ୟାନର ନକଲ ସୁଟ୍ ପ୍ରସ୍ତୁତ କରି ଚର୍ଚ୍ଚାରେ ‘ପ୍ରେମ’
ମଣିପୁର: ଛୋଟ ପିଲାଙ୍କ ମଧ୍ୟରେ କିଛି କରିବାର ଉତ୍ସାହ ସବୁବେଳେ ଅଧିକ ରହିଥାଏ । ଯାହାଫଳରେ ଏମାନେ ବିଭିନ୍ନ ପ୍ରକାରର ଉଦ୍ଭାବନ ଓ ଆବିଷ୍କାର କରିଥାଆନ୍ତି । ସେହିଭଳି ଜଣେ ଯୁବକ ହେଉଛନ୍ତି ପ୍ରେମ । ମଣିପୁରର ପ୍ରେମ ପ୍ରସ୍ତୁତ କରିଛନ୍ତି ସୁପରହିରୋ ଆଇରନ୍ ମ୍ୟାନର ନକଲ ସୁଟ୍ । ଏହି ସୁଟ୍ଟି ସେ ବର୍ଜ୍ୟବସ୍ତୁରୁ ପ୍ରସ୍ତୁତ କରିଛନ୍ତି । ପ୍ରେମ ଏନେଇ ସୋସିଆଲ ମିଡିଆରେ ପୋଷ୍ଟ କରିବା ପରେ ତାହା ଭାଇରାଲ ହେବାରେ ଲାଗିଛି । […]
ମଣିପୁର: ଛୋଟ ପିଲାଙ୍କ ମଧ୍ୟରେ କିଛି କରିବାର ଉତ୍ସାହ ସବୁବେଳେ ଅଧିକ ରହିଥାଏ । ଯାହାଫଳରେ ଏମାନେ ବିଭିନ୍ନ ପ୍ରକାରର ଉଦ୍ଭାବନ ଓ ଆବିଷ୍କାର କରିଥାଆନ୍ତି । ସେହିଭଳି ଜଣେ ଯୁବକ ହେଉଛନ୍ତି ପ୍ରେମ । ମଣିପୁରର ପ୍ରେମ ପ୍ରସ୍ତୁତ କରିଛନ୍ତି ସୁପରହିରୋ ଆଇରନ୍ ମ୍ୟାନର ନକଲ ସୁଟ୍ । ଏହି ସୁଟ୍ଟି ସେ ବର୍ଜ୍ୟବସ୍ତୁରୁ ପ୍ରସ୍ତୁତ କରିଛନ୍ତି । ପ୍ରେମ ଏନେଇ ସୋସିଆଲ ମିଡିଆରେ ପୋଷ୍ଟ କରିବା ପରେ ତାହା ଭାଇରାଲ ହେବାରେ ଲାଗିଛି । ତାଙ୍କର ପୋଷ୍ଟ ଶିଳ୍ପପତି ଆନନ୍ଦ ମହିନ୍ଦ୍ରାଙ୍କୁ ମଧ୍ୟ ଆକୃଷ୍ଠ କରିବାରେ ସଫଳ ହୋଇଛି । ସେ ତାଙ୍କର କାରିଗରୀ କୌଶଳକୁ ବେଶ୍ ପ୍ରଂଶସା କରିଛନ୍ତି । ନିଜ ସୋସିଆଲ ଆକାଉଣ୍ଟରେ ସେ ପ୍ରେମଙ୍କର କାମକୁ ପୋଷ୍ଟ କରି ତାଙ୍କୁ ଶୁଭେଚ୍ଛା ଜଣାଇଛନ୍ତି । ଲୋକମାନ ଯୁବକଙ୍କର ଏହି ପ୍ରତିଭାକୁ ବେଶ୍ ଭଲ ପାଇବା ଦେଇଛନ୍ତି । ଆଗକୁ ତାଙ୍କର ଏହି କଳା କୌଶଳ ତାଙ୍କୁ ଢେର ଆଗକୁ ନେବ ବୋଲି ଲୋକମାନେ ମତ ଦେଇଛନ୍ତି ।
Our Group’s Chief Design Officer, @BosePratap is equally inspired by Prem & will be connecting with Prem to mentor his career. @SheetalMehta the head of the Mahindra Foundation will facilitate the continuing education of Prem & his siblings… (3/3) pic.twitter.com/wVDG6MZmYN
— anand mahindra (@anandmahindra) September 30, 2021




