୮ ବର୍ଷ ବୟସରେ ୟୁରୋପର ଉଚ୍ଚତମ ଶୃଙ୍ଗ ଚଢ଼ି ରେକର୍ଡ
ଆନ୍ଧ୍ରପ୍ରଦେଶ: ସେପ୍ଟେମ୍ବାର ୨୩: ଆଠ ବର୍ଷ ବୟସରେ ପିଲାମାନେ ଖେଳକୂଦରେ ସମୟ ଅତିବାହିତ କରିଥାଆନ୍ତି । ହେଲେ ଆନ୍ଧ୍ରପ୍ରଦେଶର ଆଠ ବର୍ଷର ପିଲା ରଚିଛନ୍ତି ରେକର୍ଡ । ୮ବର୍ଷୀୟ ଗନ୍ଧମ ଭୂବନ ଜୟ ୟୁରୋପ ମହାଦୀପର ସବୁଠାରୁ ଉଚ୍ଚା ଶିଖର ମାଉଣ୍ଟ ଏଲବ୍ରସ୍ ଚଢିବା ସହିତ ସେଠାରେ ତ୍ରିରଙ୍ଗା ଉଡାଇବାରେ ସଫଳ ହୋଇଛନ୍ତି । ତାଙ୍କ ସହିତ ଅନ୍ୟ ଦୁଇ ପର୍ବତ ଆରୋହୀ ଅନମିଶ ବର୍ମା ଓ କେ ଶଙ୍କରୈଆ ମଧ୍ୟ ଏହି ଶିଖର ଚଢିଛନ୍ତି । […]
ଆନ୍ଧ୍ରପ୍ରଦେଶ: ସେପ୍ଟେମ୍ବାର ୨୩: ଆଠ ବର୍ଷ ବୟସରେ ପିଲାମାନେ ଖେଳକୂଦରେ ସମୟ ଅତିବାହିତ କରିଥାଆନ୍ତି । ହେଲେ ଆନ୍ଧ୍ରପ୍ରଦେଶର ଆଠ ବର୍ଷର ପିଲା ରଚିଛନ୍ତି ରେକର୍ଡ । ୮ବର୍ଷୀୟ ଗନ୍ଧମ ଭୂବନ ଜୟ ୟୁରୋପ ମହାଦୀପର ସବୁଠାରୁ ଉଚ୍ଚା ଶିଖର ମାଉଣ୍ଟ ଏଲବ୍ରସ୍ ଚଢିବା ସହିତ ସେଠାରେ ତ୍ରିରଙ୍ଗା ଉଡାଇବାରେ ସଫଳ ହୋଇଛନ୍ତି । ତାଙ୍କ ସହିତ ଅନ୍ୟ ଦୁଇ ପର୍ବତ ଆରୋହୀ ଅନମିଶ ବର୍ମା ଓ କେ ଶଙ୍କରୈଆ ମଧ୍ୟ ଏହି ଶିଖର ଚଢିଛନ୍ତି । ମାଉଁଣ୍ଟ ଏଲବ୍ରସ୍ ସପ୍ତ ଶିଖରରୁ ଗୋଟିଏ, ଯାହାକୁ ଚଢିବା ବେଶ୍ କଷ୍ଟସାଧ୍ୟ । ଭୂବନଙ୍କୁ ‘ରୁରାଲ୍ ଡେଭଲପ୍ମେଣ୍ଟ ଟ୍ରଷ୍ଟର’ର ଖେଳ କୋଚ ପ୍ରଶିକ୍ଷିତ କରିଛନ୍ତି । ଭୂବନ ନିଜ ସଫଳତାର ଶ୍ରେୟ ନିଜ ପିତାଙ୍କୁ ଦେଇଛନ୍ତି । ତାଙ୍କର ଏହି ସଫଳତା ପାଇଁ ତାଙ୍କ ପିତା ମଧ୍ୟ ବେଶ୍ ଗର୍ବିତ ଅଛନ୍ତି । ସୋସିଆଲ ମିଡିଆରେ ମଧ୍ୟ ଭୂବନ ଭାଇରାଲ ହେବାରେ ଲାଗିଛନ୍ତି । ତାଙ୍କର ଏହି ସଫଳତାକୁ ଲୋକ ବେଶ୍ ପ୍ରଶଂସା କରିଛନ୍ତି । ଏତେ ଛୋଟରୁ ଏଭଳି କରିବାର ଅଦ୍ଭୁତ ସାହସ ଲୋକଙ୍କ ପାଇଁ ଉଦାହରଣ ପାଲଟିଛି ।




